ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ ବାତୋ ଗ୍ରାମର ତପନ କୁମାର ଜେନାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଜାତିଆଣା ଆକ୍ଷେପ ପରି କହିବା ସହ ଏକ ଲୁହା ରଡ୍ରେ ପିଟି ରକ୍ତାକ୍ତ କରି ଦେଇଥଲେ। ଏନେଇ ତପନ ମଙ୍ଗଳବାର ରାମଚନ୍ଦ୍ରପୁର ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ, ଅଭିଯୋଗକୁ ଆଧାର କରି କେସ୍ ନମ୍ବର ୧୧୦/୨୦୨୬ରେ ମାମଲା ରୁଜୁକରି ରାମଚନ୍ଦପୁର ପୋଲିସ ପ୍ରଦୋଷ ବରାଳକୁ ଗିରଫ କରିଛି।
ଏସ୍ଡିପିଓ କମଳ କୁମାର ପଣ୍ଡାଙ୍କ ସୂଚନାରେ ରାମଚନ୍ଦ୍ରପୁରୁ ଥାନାରେ ଅଭିଯୁକ୍ତ ପ୍ରଦୋଷ ନାମରେ ବିଭିନ୍ନ ଦଫା ଲାଗିଛି। ଏଥିସହ ଏସ୍ଡିପିଓ କହିଛନ୍ତି, ଅଭିଯୁକ୍ତ ପ୍ରଦୋଷ ବରାଳଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି।

