Categories: ଫୁରସତ

କୁକୁର ସହ ରିଲ୍‌ କରୁଥିଲେ ଯୁବତୀ, ରାଗିଗଲା କୁକୁର; ଆଉ ତା’ ପରେ…

ଆଜିକାଲି ସୋସିଆଲ ମିଡିଆରେ ରିଲ୍‌ କରିବା ଏକ ଟ୍ରେଣ୍ଡ ଚାଲିଛି। ଯେତେବେଳେ ଲୋକେ ଟିକେ ସୁଯୋଗ ପାଉଛନ୍ତି, ସଙ୍ଗେ ସଙ୍ଗେ ରିଲ୍‌ ତିଆରିରେ ମାତିଯାଆନ୍ତି। ଏବେ ଏମିତି ଦୃଶ୍ୟ ଅନେକ ସ୍ଥାନରେ ଦେଖିବାକୁ ମିଳୁଛି। କେହି ଅଫିସରେ ରିଲ୍‌ କରୁଛନ୍ତି ତ ଆଉ କିଏ ରାସ୍ତାରେ। କିଛି ଲୋକ ସେମାନଙ୍କର ପଶୁମାନଙ୍କୁ ମଧ୍ୟ ଏଥିରେ ଲଗାଇଥାନ୍ତି।

ସୋସିଆଲ ମିଡିଆରେ ଏବେ ସେମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ଯୁବତୀ କୁକୁର ସହିତ ଇନଷ୍ଟାଗ୍ରାମ୍‌ ରିଲ୍‌ ତିଆରି କରୁଛନ୍ତି। ମଝିରେ କୁକୁର ଏମିତି ରାଗିଗଲା ଯେ, ଯାହା କଲା ଦେଖିଲେ ହସ ରୋକିପାରିବେ ନାହିଁ।

ଏହି ଭିଡିଓଟି ଇନଷ୍ଟାଗ୍ରାମରେ smriti.rajput1137 ନାମକ ଜଣେ ୟୁଜର ଶେୟାର କରିଛନ୍ତି। ଭିଡିଓରେ ଦେଖିବେ ଜଣେ ଯୁବତୀ ଏକ ଲାଲ ସୁଟ୍‌ ପିନ୍ଧି ଇନ୍‌ଷ୍ଟାଗ୍ରାମ ରିଲ୍‌ ତିଆରି କରୁଛନ୍ତି। କୁକୁର ସହ ମିଶି ରିଲ୍‌ କରୁଛନ୍ତି। ଏଥିରେ କୁକୁରଟି ଏତେ ରାଗିଗଲା ଯେ, କାମୁଡ଼ିବାକୁ ଉଦ୍ୟତ ହେଲା। ମାତ୍ର ପରେ ଛାଡ଼ିଦେଲା। ସୌଭାଗ୍ୟ ବଶତଃ ଯୁବତୀ ଜଣକ ବର୍ତ୍ତିଗଲେ।

ଭିଡିଓଟିକୁ ଲୋକେ ବହୁତ ପସନ୍ଦ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓଟିକୁ ୪ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଛନ୍ତି। ଭିଡିଓରେ ୟୁଜରମାନେ ବହୁତ ମଜାଳିଆ ମନ୍ତବ୍ୟ ମଧ୍ୟ ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଯଦି ସେ କାମୁଡ଼ିଥାନ୍ତେ ତେବେ ସେ ଜାଣିଥାନ୍ତେ। ଅନ୍ୟ ଜଣେ ଲେଖିଛନ୍ତି, କୁକୁରମାନଙ୍କ ସହିତ ସର୍ବଦା ସତର୍କ ରୁହନ୍ତୁ। ନଚେତ୍‌ ଏପରି ଭୋଗିବେ।

Share