Categories: ଫୁରସତ

ବୟ ଫ୍ରେଣ୍ଡ୍‌ଙ୍କୁ ପ୍ରୋବେଶନ୍‌ରେ ରଖିଲେ ଯୁବତୀ

ଲଣ୍ଡନ,୯।୨: ଚାକିରିରେ ପ୍ରୋବେଶନ ନିଯୁକ୍ତି ବ୍ୟବସ୍ଥା ରହିଥାଏ। ତେବେ ବୟଫ୍ରେଣ୍ଡ୍‌ଙ୍କୁ ପ୍ରୋବେଶନ୍‌ରେ ରଖାଯିବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। କରୋନା ମହାମାରୀ ଲକ୍‌ଡାଉନ ସମୟରେ ଜଣେ ଯୁବତୀ ତାଙ୍କ ବୟ ଫ୍ରେଣ୍ଡ୍‌ଙ୍କୁ ପ୍ରୋବେଶନ୍‌ରେ ରଖିଥିବା ନେଇ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି। କୈଶୋର ବୟସରେ ଭଲ ପାଇବା ଏକ ଅଜଣା ପବନ ଭଳି ଆସିଥାଏ। ମାତ୍ର ଏହା ବେଶି ଦିନ ତିଷ୍ଠି ରହିପାରେ ନାହିଁ। ଭବିଷ୍ୟତରେ ଜୀବନ ସାଥୀ କିଭଳି ଯତ୍ନବାନ ହେବେ ସେଥିପାଇଁ ବ୍ରିଟେନର ଜଣେ ଯୁବତୀ ଜର୍ଜ ନାମକ ଯୁବକଙ୍କୁ ଏଭଳି ପରଖିଛନ୍ତି। ଯୁୂବତୀଙ୍କ ଜର୍ଜଙ୍କ ମଧ୍ୟରେ ୬ ବର୍ଷ ଧରି ସମ୍ପର୍କ ରହିଛି। ଯୁବତୀଙ୍କୁ ୧୬ ବର୍ଷ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ଭଲ ପାଇବା ଆରମ୍ଭ ହୋଇଥିଲା। ଜର୍ଜ ଷ୍ଟେଫୋର୍ଡଶାୟରରେ ଇଞ୍ଜିନିୟରିଂ ପଢ଼ୁଥିବାବେଳେ ଯୁତୀ ଜଣକ ମେଞ୍ଚେଷ୍ଟରରେ ଭୂଗୋଳ ପାଠ୍ୟକ୍ରମରେ ନାମ ଲେଖାଇ ଥିଲେ। ଦୁହିଁଙ୍କ ମଧ୍ୟରେ ବେଳେବେଳେ ଦେଖା ସାକ୍ଷାତ୍‌ ହେଉଥିଲା। ଏହା ୨୦୧୯ରେ ଦୁହେଁ ଚାକିରି କରିଥିଲେ। ସାକ୍ଷାତ୍‌ ହେବା କମି କମି ଗଲା। କରୋନା ମହାମାରୀ ସମୟରେ ଯୁବତୀ ଚାକିରି ହରାଇ ବସିଲେ। ଏହି ସମୟରେ ବୟଫ୍ରେଣ୍ଡ୍‌ ଜର୍ଜ ତାଙ୍କୁ ନିଜ ପାଖରେ ରହିବାକୁ ପରାମର୍ଶ ଦେଇଥିଲେ। ଏହାପରେ ଯୁବତୀ ଜଣକ ବୟଫ୍ରେଣ୍ଡଙ୍କ ପାଖରେ ୧୧ ମାସ ଏକାଠି ରହିଥିଲେ। ଏହି ସମୟ ମଧ୍ୟରେ ଦୁହିଁଙ୍କ ମଧ୍ୟରେ ଜୀବନରେ ସହଯୋଗ କିପରି କରିବାକୁ ହୁଏ ତାହା ବୃଦ୍ଧି ପାଇଥିଲା। ଶେଷରେ ଯୁବତୀ ଲେଖିଛନ୍ତି ଯେ, ଏବେ ଲକ୍‌ଡାଉନ୍‌ ଶେଷ ପରେ ମୁଁ ଜର୍ଜଙ୍କୁ ଛାଡ଼ି ଅନ୍ୟ କେଉଁଠି ଏକୁଟିଆ ରହିବା କଥା ଚିନ୍ତା କରି ପାରୁ ନାହିଁ। ଜର୍ଜ ନିଜର ପ୍ରୋବେଶନ୍‌ ସମୟ ପୂରା କରିଛନ୍ତି। ତେଣୁ ଏବେ ଆମର ଦାମ୍ପତ୍ୟ ଜୀବନ ଆରମ୍ଭ ହେବ।

Share