ଡୁଙ୍ଗୁରିପାଲି ୨୩।୧ (ଦୀନବନ୍ଧୁ ସୁନା ) : ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି -ବିନିକା ରାସ୍ତାର ରାମପୁର ଏଟିଏମ ଛକ ନିକଟରେ ବରପାଲି ପଟରୁ ଆସୁଥିବା ଏକ ଟ୍ରକ, ବାଇକରେ ଆସୁଥିବା ଯୁବଚାଷୀଙ୍କୁ ମୁହାଁମୁହିଁ ଧକ୍କା ଦେବାରୁ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛି। ମୃତ ଯୁବଚାଷୀ ହେଲେ ରାମପୁର ଚମାରପଡାର ଶତ୍ରୁଘନ ମେହେର (୨୫) ।
ଏହାକୁ ନେଇ କ୍ଷତିପୂରଣ ଦାବିରେ ରାସ୍ତା ରୋକ କରିଥିଲେ ପରିବାର ଲୋକେ ଓ ଗ୍ରାମବାସୀ। ଯାହାପରେ ସମାଧାନ ପରେ ରାସ୍ତାରୁ ହଟିଲେ ପରିବାର ଲୋକେ।
ସୂଚନା ଅନୁଯାୟୀ ଶୁକ୍ରବାର ଦିନ ୧ଟା ୩୦ ମିନିଟ ରେ ଡୁଙ୍ଗୁରିପାଲି -ବିନିକା ରାସ୍ତାର ରାମପୁର ଚମାରପଡା ଘରୁ ବାହାରି ଶତ୍ରୁଘନ ମେହେରବାଇକ ଯୋଗେ ଚାଷଜମିକୁ ଯାଉଥିଲେ। ଏତିକି ବେଳେ ପ୍ରାୟ ୧ଟା ୩୦ମିନିଟରେ ରାମପୁର ଏଟିଏମ ଛକ ନିକଟରେ ଶତ୍ରୁଘନ ମେହେରକୁ ବରପାଲି ପଟରୁ ଆସିଥିବା ଦ୍ରୁତ ବେଗରେ ଏକ ଟ୍ରକ ଆସି ଗାଡି ନମ୍ୱର OR ୨୩F୪୩୮୮ ଶତ୍ରୁଘନ ମେହେରକୁ ଧକ୍କା ଦେଇ ତାକୁ ବାଇକ ଶହ ୨୦ ଫୁଟ ଘୋଷା ନେଇ ଚାପି ଦେଇଥିଲା। ପାର୍ଶ୍ୱରେ ଏକ ବାରିକ ଦୋକାନରେ ମୃତ୍ୟୁ ଶତ୍ରୁଘନଙ୍କ ବାପା କେଶ କଟାଇ ଆସିଥିବା ବେଳେ ଏହାଦେଖି ଦୁର୍ଘଟଣା ସ୍ଥଳକୁ ତୁରନ୍ତ ପହଂଚି ମୋର ପୁଅକୁ ବଞ୍ଚାଓ ବୋଲି ଡାକ ପକାଇଥିଲେ। ଏହାପରେ ତୁରନ୍ତ ପରିବାର ଲୋକେ ଶତ୍ରୁଘନକୁ ସ୍ଥାନୀୟ ରାମପୁର ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ଶତ୍ରୁଘନକୁ ମୃତ୍ୟୁ ଘୋଷଣା କରିଥିଲେ। ପରିବାର ଲୋକେ ଓ ରାମପୁର ଗ୍ରାମବାସୀ କ୍ଷତିପୂରଣ ପାଇବା ନେଇ ଦୀର୍ଘ ୪ ଘଣ୍ଟା ଧରି ରାସ୍ତା ଉପରେ ଶତ୍ରୁଘନଙ୍କ ମରଶରୀର ରଖି ରାସ୍ତାରୋକ କରିଥିଲେ।
ଘଟଣା ସ୍ଥଳକୁ ରାମପୁର ପୋଲିସ ଓ ବିନିକା ଥାନା ଅଧିକାରୀ ସତ୍ୟନାରାୟଣ ପଧାନ, ରାମପୁର ସରପଞ୍ଚ ମନୋଜ କୁମାର ପୁରୋହିତ ପହଞ୍ଚିଥିଲେ। ଯାନବାହାନ ଯାତାୟତ ୪ ଘଣ୍ଟା ଧରି ବନ୍ଦ ରହିଥିଲା। ପରେ ରାମପୁର ତହସିଲଦାର ବିମଳ କିଶୋର ପାତ୍ର ପହଁଚି ଜିଲା ରେଡକ୍ରସ ପାଣ୍ଠି ରୁ ୧୦ ହଜାର ଟଙ୍କା ପରିବାର ବର୍ଗଙ୍କୁ ପ୍ରଦାନ କରିଥିଲେ। ଘଟଣାସ୍ଥଳକୁ ସୋନପୁର ଏସଡିପିଓ ରେଣୁକା ସୁନା ଆସି ପରବାର ବର୍ଗଙ୍କୁ ସମବେଦନା ଜଣାଇ ଆଲୋଚନା କରିଥିଲେ। କ୍ଷତିପୂରଣ ବାବଦକୁ ନେଇ ସମାଧାନ ହେଲା ପରେ ପରିବାର ଲୋକେ ରାସ୍ତାରୁ ହଟିଥିଲେ। ସଂଧ୍ୟାରେ ପରିବାରର ଉଦୟ ମେହେର ଥାନା ଲିଖିତ ଜଣାଇଥିଲେ। ଏ ନେଇ ରାମପୁର ଥାନା ଅଧିକାରୀ ଡୋଳାମଣି ନାଏକ ଟ୍ରକ କୁ ଜବତ କରି ଟ୍ରକ ଡ୍ରାଇଭକୁ ଥାନାରେ ଅଟକ ରଖି କେସ୍ ନଂ -୩୩ /୨୩ରେ ଅଣ୍ଡରସେକ୍ସନ ଦଫା ୨୮୧/ ୧୦୬(୧) ଭାରତୀୟ ନ୍ୟାୟ ସହିତା ଅନୁସାରେ ମାମଲା ରୁଜୁ କରି ତଦନ୍ତ ଜାରିରଖିଛନ୍ତି । ମୃତ ଶତ୍ରୁଘନଙ୍କ ମରଶରୀର ଶନିବାର ବ୍ୟବଚ୍ଛେଦ କଳାପରେ ପରିବାର ଲୋକଙ୍କୁ ରାମପୁର ପୋଲିସ ହସ୍ତାନ୍ତର କରାଯିବ। ମୃତ ଶତ୍ରୁଘନ ୨୦୧୯ ରେ ବିବାହ କରିଥିଲେ। ତାଙ୍କ ଦୁଇଟି ଛୋଟ ଛୋଟ ପୁଅ ଓ ଝିଅ ଅଛନ୍ତି। ଶତ୍ରୁଘନଙ୍କ ମୃତ୍ୟୁକୁ ନେଇ ରାମପୁର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

