‘ତୁମେ ଦେଖିବ ମୋ ବାପା ରାଜା ହେବେ’

ଲଣ୍ଡନ: ବ୍ରିଟେନ୍‌ ରାଜା ଚାର୍ଲସ୍‌ ତୃତୀୟଙ୍କ ନାତି ପ୍ରିନ୍ସ ଜର୍ଜ ସବୁବେଳେ ନିଜ ଅସ୍ବାଭାବିକ ବ୍ୟବହାର ଲାଗି ଚର୍ଚ୍ଚାରେ ରହିଆସନ୍ତି। ସ୍କୁଲ ଖେଳପଡ଼ିଆରେ କେତେଜଣ ସାଙ୍ଗଙ୍କ ସହ ମାଡ଼ଗୋଳ ହେବା ପରେ ଜର୍ଜ ତାଙ୍କୁ କହିଛନ୍ତି ଯେ, ତୁମେମାନେ ଦେଖିବ ମୋ ବାପା ରାଜା ହେବେ। କିଙ୍ଗ୍‌ ଚାର୍ଲସଙ୍କ ପରେ ତାଙ୍କ ବଡ଼ ପୁଅ ଓ୍ବିଲିୟମ୍‌ ରାଜା ହେବା ପାଇଁ ହକ୍‌ଦାର। ସେହିପରି ଓ୍ବିଲିୟମ୍‌ଙ୍କ ଅନ୍ତେ ଭବିଷ୍ୟତରେ ଜର୍ଜ ବ୍ରିଟେନ୍‌ର ରାଜା ହେବାର ସମ୍ଭାବନା ରହିଛି। ରାଜକୁମାର ଓ୍ବିଲିୟମ୍‌ ଓ ରାଜକୁମାରୀ କାଟେଙ୍କ ବଡ଼ ପୁଅ ଜର୍ଜଙ୍କୁ ଯତ୍ନର ସହକାରେ ପାଳି ବଡ଼ କରିଛନ୍ତି। ଜଣେ ରାଜକୁମାର ହେବା ଯୋଗୁ ରାଜପରିବାରର ପ୍ରତ୍ୟେକ ଟିକିନିଖି ଜିନିଷ ବାବଦରେ ତାଙ୍କୁ ଅବଗତ କରାଯାଇଛି। ସାଉଥ୍‌ ଲଣ୍ଡନର ୟଙ୍ଗ ରୟାଲ ଫର୍ମର ସ୍କୁଲରେ ଜର୍ଜ ପାଠ ପଢ଼ନ୍ତି।

Share