Posted inଜାତୀୟ

ଏଣିକି ମଦ୍ୟପାନ ପାଇଁ ଦରକାର ପଡିବ ଲାଇସେନ୍ସ, ଲାଇଫ୍‌ଟାଇମ୍‌ ପାଇଁ ଖର୍ଚ୍ଚ କରିବାକୁ ପଡିବ ଏତିକି ଟଙ୍କା

ନୂଆଦିଲ୍ଲୀ,୧୧।୯: ଯେତେବେଳେ ମଦ୍ୟପାନ କରିବାକୁ ଇଛା ହୋଇଥାଏ ଆପଣ ସିଧା ଦୋକାନରୁ ମଦ କିଣିଆଣି କୌଣସି ବାର୍‌ କିମ୍ବା ପବ୍‌ରେ ପିଇଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି, ଯେମିତି ମଦ ବିକୁଥିବା ବ୍ୟବସାୟୀଙ୍କର ଲାଇସେନ୍ସ ରହିଛି ସେହିପରି ମଦ କିଣୁଥିବା ଲୋକଙ୍କର ମଧ୍ୟ ଏକ ଲାଇସେନ୍ସ ରହିଥାଏ। ଲାଇସେନ୍ସ ନେବା ପରେ ଆପଣ କୌଣସି ସ୍ଥାନକୁ ଯାଇ ମଦ କିଣି ପାରିବେ ଓ ପିଇ ବି ପାରିବେ। ତେବେ ଜାଣନ୍ତୁ ଏହି ଲାଇସେନ୍ସ କିପରି କରାଯାଏ ଓ କାହିଁକି କରାଯାଏ…

ସରକାରଙ୍କ ପକ୍ଷରୁ ସେହି ଲୋକଙ୍କୁ ଲାଇସେନ୍ସ ଦିଆଯାଏ ଯେଉଁମାନେ ମଦ କିଣି ଟ୍ରାଭେଲ କରନ୍ତି। ଏହି ଲାସେନ୍ସକୁ ଅଲ ଇଣ୍ଡିଆ ଲିକର୍‌ ପରମିଟ୍‌ କୁହାଯାଏ। ଏହି ଲାଇସେନ୍ସ ନେବା ଦ୍ୱାରା ଆପଣ ମଦ୍ୟପାନ କରିବା ସହ ଜଡିତ ଅନେକ ଆଇନଗତ ମାମଲାରୁ ନିଜକୁ ରକ୍ଷା କରିପାରିବେ। ରିପୋର୍ଟ ଅନୁସାରେ, ଯେତେବେଳ କୌଣସି ସ୍ଥାନରେ ମଦ୍ୟପଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରାଯାଏ ତେବେ ଏହି ଲାଇସେନ୍ସ ଚେକ୍‌ କରାଯାଏ। କହିରଖୁଛୁ କି, ବିଭିନ୍ନ ରାଜ୍ୟରେ ଅଲ ଇଣ୍ଡିଆ ପରମିଟ୍‌କୁ ନେଇ ଅଲଗା ଅଲଗା ନିୟମ ଅଛି। ମହାରାଷ୍ଟ୍ରରେ ଏହି ନିୟମ ପାଳନ କରାଯାଉଥିବାବେଳେ ଦିଲ୍ଲୀରେ ଏହି ନିୟମ ନାହିଁ। କୌଣସି ବିବାହ କିମ୍ବା ପାର୍ଟିରେ ମଦ୍ୟପାନ କରୁଥିବାବେଳେ ଏହି ଲାଇସେନ୍ସ ରଖିବାକୁ ପରାମର୍ଶ ଦିଆଯାଏ।

ଅଲ ଇଣ୍ଡିଆ ଲିକର୍‌ ପରମିଟ୍‌ ମଦକିଣିବା ପାଇଁ ବୈଧ ରଖାଯାଇଥାଏ। ଯଦି କେହି ମଦ୍ୟପାନ ଜନିତ କାନୁନ୍‌ରେ ଫସି ଯାଆନ୍ତି ତେବେ ଏହି ପରମିଟ୍‌ ସେମାନଙ୍କ ପାଇଁ ଲାଭକାରୀ ହୋଇପାରେ। ଦେଶରେ ମଦ୍ୟପାନ କରିବାର ନ୍ୟୁନତମ ବୟସ ୧୮ରୁ ୨୫ ରହିଛି। ତେବେ ଏହି ବୟସରୁ ଅଧିକ ବର୍ଷ ଥିବା ଲୋକମାନେ ଏଥିପାଇଁ ଆବେଦନ କରିପାରିବେ।

ଏହି ଲାଇସେନ୍ସକୁ ଅନଲାଇନ ଏବଂ ଅଫଲାଇନ ମାଧ୍ୟମରେ ଆବେଦନ କରିପାରିବେ। ଏହି ଲାଇସେନ୍ସ ପାଇବାକ ହେଲେ ଆପଣଙ୍କୁ ତୁମର ନାଗରିକତା ଏବଂ ବୟସ ସହିତ ଜଡିତ ଡକ୍ୟୁମେଣ୍ଟ ଦରକାର। ଏହି କାଗଜପତ୍ର ସାହାଯ୍ୟରେ ଲାଇସେନ୍ସ ପ୍ରସ୍ତୁତ କରାଯାଇପାରିବ। aaplesarkar.mahaonline.gov.in କୁ ଯାଇ ଏଠାରେ ପଞ୍ଜୀକୃତ ହୋଇ ଡକ୍ୟୁମେଣ୍ଟ ଦାଖଲ କରି ଲାଇସେନ୍ସ ପାଇପାରିବେ।

ଆବେଦନ ପାଇଁ ଦେୟ ବିଭିନ୍ନ ରାଜ୍ୟର ଅଲଗା ଅଲଗା ରହିଛି। ଅନେକ ରାଜ୍ୟରେ ଲାଇସେନ୍ସ ଏକ କିମ୍ବା ଦୁଇ ବର୍ଷ ପାଇଁ ପ୍ରଦାନ କରାଯାଇଥାଏ, ଯେତେବେଳେ କି କେତେକ ରାଜ୍ୟରେ ଆଜୀବନ ଲାଇସେନ୍ସ ମଧ୍ୟ ଆବଶ୍ୟକ ହୁଏ। ଗୋଟିଏ ବର୍ଷ ପାଇଁ ପ୍ରାୟ ୯୦୦ ଟଙ୍କା, ଆଜୀବନ ଲାଇସେନ୍ସ ପାଇଁ ପ୍ରାୟ ୨ହଜାର ଟଙ୍କା ଦେବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri