ପରୀକ୍ଷା ଦେଲେ ଫେରିପାଇବେ ଫି’: ନିଯୁକ୍ତି ପରୀକ୍ଷା ପାଇଁ ବାଧ୍ୟକ ସାଜିବନି ଅର୍ଥ

ଭୁବନେଶ୍ୱର,୨୪ା୬(ସୁଚିସ୍ମିତା ସାହୁ):ନିଯୁକ୍ତି ପରୀକ୍ଷାରେ ବାଧ୍ୟକ ସାଜିବନି ଅର୍ଥ। ଅନ୍ୟମାନଙ୍କ ଭଳି ଗରିବ ଶ୍ରେଣୀର ପିଲାମାନେ ମଧ୍ୟ ସମସ୍ତ ନିଯୁକ୍ତି ପରୀକ୍ଷା ଦେଇପାରିବେ। ଏଥିପାଇଁ ରାଜ୍ୟ ସରକାର ଫି’ ଛାଡ କରିବାକୁ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ ଅଧୀନରେ ନିଯୁକ୍ତି ସଂସ୍ଥା ଦ୍ୱାରା ପରିଚାଳିତ ବିଭିନ୍ନ ନିଯୁକ୍ତି ପରୀକ୍ଷା ପାଇଁ ଫି’ ଛାଡ କରାଯିବ। ଏନେଇ ସରକାରଙ୍କ ପକ୍ଷରୁ ଓଡିଶା ପବ୍ଲିକ ସର୍ଭିସ କମିଶନ, ଓଡିଶା ଷ୍ଟାଫ୍‌ ସିଲେକଶନ କମିଶନ ଏବଂ ଓଡିଶା ସବ୍‌-ଅର୍ଡିନେଟ ଷ୍ଟାଫ୍‌ ସିଲେକ୍ସନ କମିଶନଙ୍କୁ ସାଧାରଣ ପ୍ରଶାସନର ଅତିରିକ୍ତ ସଚିବ ସାଗରିକା ହୋତା ଚିଠି ଲେଖିଛନ୍ତି।
ଲକ୍ଷ ଲକ୍ଷ ପିଲା ସରକାରୀ ଚାକିରି କରିବା ଆଶାରେ ବିଭିନ୍ନ ନିଯୁକ୍ତି ପରୀକ୍ଷା ଦେଉଛନ୍ତି। ହେଲେ ଅଧିକାଂଶ ପିଲା ଆବେଦନ କରି ପରୀକ୍ଷା ଦେଉନାହାନ୍ତି। ସେହିପରି ଅର୍ଥାଭାବ ଯୋଗୁ ବହୁ ପିଲା ନିଯୁକ୍ତି ପରୀକ୍ଷା ଦେବାକୁ ପଛଘୁଞ୍ଚା ଦେଉଛନ୍ତି। ତେଣୁ ଆବେଦନ କରି ପରୀକ୍ଷା ଦେଉ ନ ଥିବା ପିଲା ଓ ଫି’ ପାଇଁ ଆବେଦନ କରିପାରୁ ନ ଥିବା ପିଲାଙ୍କୁ ଉତ୍ସାହିତ କରିବାକୁ ରାଜ୍ୟ ସରକାର ଏଭଳି ଏକ ନୂଆ ଘୋଷଣା କରିଛନ୍ତି। ଯେଉଁ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେଇଥିବେ ସେମାନଙ୍କୁ ପରୀକ୍ଷା ଫି’ ଫେରାଇ ଦିଆଯିବ। କିନ୍ତୁ ପରୀକ୍ଷାକୁ ଗୁରୁତ୍ୱର ସହ ନ ନେଇ ପରୀକ୍ଷା ଦେଇ ନ ଥିଲେ ସେମାନଙ୍କ ପାଇଁ ଏହା ଲାଗୁ ହେବ ନାହିଁ, ଅର୍ଥାତ୍‌ ସେମାନେ ଫି’ ଫେରିପାଇପାରିବେ ନାହିଁ ବୋଲି ଚିଠିରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧରାତିରେ ପରିବାର ୩ ଜଣଙ୍କୁ ହତ୍ୟା କରି ଫେରାର ବୃଦ୍ଧ: ଥାନାରେ ପହଞ୍ଚିଲେ ପୁଅ

ଦେବଗଡ଼,୧୨।୩(ଶଶାଙ୍କ ଶେଖର ଝାଙ୍କର) ଗୋଟିଏ ପରିବାରର ୩ ଜଣଙ୍କୁ ନିର୍ମମ ହତ୍ୟା। ଏଥିରେ କୁଣ୍ଢେଇଗୋଳା ଥାନା ଗରିଆପାଲି ଗ୍ରାମରେ ଘଟିଛି ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ। ସ୍ତ୍ରୀ, ବୋହୂ…

ଭାରତକୁ ବଡ଼ ଝଟ୍‌କା ଦେବ ଆମେରିକା: ଆରମ୍ଭ ହୋଇଗଲା…

ଓ୍ବାଶିଂଟନ୍‌,୧୨।୩: ଆମେରିକାର ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ବିଦେଶୀ ଶିଳ୍ପ ଉତ୍ପାଦନ ଉପରେ ଏକ ନୂତନ ବାଣିଜ୍ୟ ତଦନ୍ତ ଆରମ୍ଭ କରିଛି। ରିପୋର୍ଟ ଅନୁଯାୟୀ, ଆମେରିକାର ସୁପ୍ରିମକୋର୍ଟ ଏକ…

ସିଲିଣ୍ଡରକୁ ନେଇ ଆସିଲା ପୁଣି ବଡ଼ ଖବର, ସରକାର କହିଦେଲେ କାଲିଠୁ…

ନୂଆଦିଲ୍ଲୀ ,୧୨ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତିକୁ ନେଇ ଏବେ ତୈଳ ଏବଂ ଗ୍ୟାସ୍‌ ଯୋଗାଣ ଶୃଙ୍ଖଳ ଭାରି ମାତ୍ରାରେ ପ୍ରଭାବିତ ହୋଇଛି। ଏହାକୁ ନେଇ ଦେଶରେ ପେଟ୍ରୋଲିୟମଜାତ…

ଭୟଙ୍କର ଯୁଦ୍ଧ, ଟେନ୍‌ସନ୍‌ରେ ଭାରତ: ଖୋଲାଗଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌

ଦୁବାଇ/ନୂଆଦିଲ୍ଲୀ,୧୨ା୩ (ଏ.ପି./ରଏଟର୍ସ):ମଧ୍ୟପ୍ରାଚ୍ୟର ଯୁଦ୍ଧର ଭୟଙ୍କର ପରିଣାମ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜରେ ଦେଖିବାକୁ ମିଳିଛି। ଏହି ସାମୁଦ୍ରିକ ଜଳପଥ ଦେଇ ଆସୁଥିବା ତୈଳ ପରିବହନକାରୀ ବାଣିଜି୍ୟକ ଜାହାଜଗୁଡ଼ିକୁ ଇରାନ୍‌…

ସବୁଠାରୁ ବଡ଼ ଯନ୍ତ୍ରଣା ଲୁଚାଇ ରଖିଥିଲେ ଭାରତୀୟ କ୍ରିକେଟର, ଟି-୨୦ ବିଶ୍ୱକପ୍ ପୂର୍ବରୁ ହୋଇଥିଲା ବାପାଙ୍କ ମୃତ୍ୟୁ

ମୁମ୍ବାଇ,୧୧।୩: ଭାରତୀୟ ଷ୍ଟାର ୱିକେଟକିପର ବ୍ୟାଟର ଜୀତେଶ ଶର୍ମା ନିକଟରେ ନିଜ ଜୀବନର ଏକ ବଡ଼ ଦୁଃଖଦ ଖବର ସେୟାର କରିଛନ୍ତି। ୨୦୨୬ ଟି-୨୦ ବିଶ୍ୱକପ୍‌ରେ ତାଙ୍କୁ…

ଇରାନ ସପକ୍ଷରେ ବାହାରିଲା ତୁର୍କୀ: ଏର୍ଡୋଗାନ କହିଲେ ‘ନା ଶିଆ, ନା ସୁନ୍ନି…ଆମେ ସମସ୍ତେ ମୁସଲମାନ; ଯଦି…

ଅଙ୍କାରା, ୧୧।୩: ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଏବେ ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ସଂଘର୍ଷ ମଧ୍ୟରେ ତୁର୍କୀ…

ପାଣ୍ଡ୍ୟା ବ୍ରଦର୍ସଙ୍କ ମଧ୍ୟରେ ଜୋରଦାର ଝଗଡ଼ା? ଭାଉଜଙ୍କ ସହ କଥାବାର୍ତ୍ତା ବନ୍ଦ…ବିଶ୍ୱକପ୍‌ ଜିତିବା ସତ୍ତ୍ୱେ ଚୁପ୍‌ ରହିଲେ…

ମୁମ୍ବାଇ, ୧୧।୩: କ୍ରିକେଟ ଜଗତର ସବୁଠାରୁ ଚର୍ଚ୍ଚିତ ଭ୍ରାତୃ ଯୋଡ଼ି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କୃନାଲ ପାଣ୍ଡ୍ୟାଙ୍କ ମଧ୍ୟରେ ସବୁକିଛି ଠିକ ଚାଲିଛି ତ? ଦୁଇ ଭାଇଙ୍କ…

କେନ୍ଦ୍ରୀୟ ଡେପୁଟେସନରେ ଯିବେ ଟୁଇନ୍ ସିଟି ପୋଲିସ କମିଶନର ଦେବଦତ୍ତ ସିଂହ

ଭୁବନେଶ୍ବର,୧୧।୩: ଭୁବନେଶ୍ୱର-କଟକ ଟୁଇନ୍ ସିଟି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂହ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଓଡ଼ିଶା କ୍ୟାଡରର ଏହି ବରିଷ୍ଠ ଆଇପିଏସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri