ମାସ୍କ ନ ପିନ୍ଧିଲେ ବିମାନରୁ ଓହ୍ଲାଇ ଦିଆଯିବ

ନୂଆଦିଲ୍ଲୀ,୧୩ ।୩: ଦେଶରେ ପୁଣିଥରେ ବଢିଲାଣି କରୋନା ସଂକ୍ରମଣ ସଂଖ୍ୟା । କିଛି ରାଜ୍ୟରେ ଲକଡାଉନ ଜାରି କରାଯାଇଥିବା ବେଳେ କେଉଁଠି କେଉଁଠି ନାଇଟ୍ କଫ୍ରୁ୍ୟ ବି ଜାରି କରାଗଲାଣି । ଲୋକଙ୍କ ଅସାବଧାନତାକୁ ଦେଖି ସରକାର କିନ୍ତୁ କଡା ହେବାରେ ଲାଗିଛନ୍ତି । ତେଣୁ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ସରକାର ଆଉ ଏକ କଡା ପଦକ୍ଷେପ ନେଇଛନ୍ତି । ଯେଉଁମାନେ ବିମାନରେ ଯାତ୍ରା କରୁଛନ୍ତି ଯଦି ସେମାନଙ୍କ ମଧ୍ୟରୁ କେହି ବିମାନ ଭିତରେ ବିନା ମାସ୍କରେ ଧରାପଡିଲେ ତେବେ ତାଙ୍କୁ ବିମାନରୁ ଓହ୍ଲାଇ ଦିଆଯିବ । ଡାଇରୋକ୍ଟରେଟ ଜେନରାଲ ଅଫ୍ ସିଭିଲ ଆଭିଏଶନ(ଡିଜିସିଏ) ଏହାକୁ ନେଇ ଏକ ଗାଇଡ୍‌ଲାଇନ୍ ଜାରି କରିଛି । ଏହା ବ୍ୟତୀତ ବାରମ୍ବାର କହିବା ପରେ ବି ଯଦି କେହି ଏହି ନିୟମକୁ ପାଳନ କରୁ ନାହାନ୍ତି ତେବେ ସେମିତି ଯାତ୍ରୀଙ୍କୁ ଅନୟନ୍ତ୍ରୀତ ବା ଅନରୁଲି ପାସେଞ୍ଜର ବୋଲି କୁହାଯିବ । ଯାତ୍ରୀମାନେ ନାକ ଉପରକୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବି ବଜାୟ ରଖିବା ଜରୁରୀ ବୋଲି କୁହାଯାଇଛି ।

Share