Categories: ଜାତୀୟ

ରୋହିଣୀଙ୍କୁ ଖୁବ୍ ପ୍ରଶଂସା କଲେ ଭାଜପା ନେତା ଗିରିରାଜ ସିଂହ

ନୂଆଦିଲ୍ଲୀ,୬ ।୧୨: ରାଷ୍ଟ୍ରୀୟ ଜନତା ଦଳ ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କର ସୋମବାର ଅର୍ଥତ୍ ୫ ଡିସେମ୍ବର ୨୦୨୨ରେ ସିଙ୍ଗାପୁରରେ କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ କରାଯାଇଛି । ତେବେ ଲାଲୁଙ୍କୁ ଆଉ କେହି ନୁହେଁ ବରଂ ତାଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ କିଡ୍‌ନୀ ଡୋନେଟ କରିଛନ୍ତି । ରୋହିଣୀଙ୍କ ଏହି କାର୍ଯ୍ୟ ପରେ କେବଳ ସାଧାରଣ ଜନତା ନୁହେଁ ବଡ ବଡ ରାଜନେତା ବି ତାଙ୍କୁ ଖୁବ୍ ପ୍ରଶଂସା କରୁଛନ୍ତି ।
କେନ୍ଦ୍ରମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଗିରିରାଜ ସିଂହ କହିଛନ୍ତି ଆପଣଙ୍କ ଉପରେ ଗର୍ବ କରୁଛୁ । ସେ ଟୁଇଟ କରି ଲେଖିଛନ୍ତି ଝିଅ ହେବ ତ ରୋହିଣୀ ଭଳି । ଆପଣଙ୍କୁ ଦେଖି ଗର୍ବ ଅନୁଭବ କରୁଛୁ । ଆଗାମୀ ପିଢୀ ପାଇଁ ଆପଣ ଉଦାହରଣ ହୋଇ ରହିବେ ।
ସୂଚନାଯୋଗ୍ୟ, କିଛିଦିନ ହେବ ଲାଲୁ ଯାଦବ କିଡ଼ନୀ ସମସ୍ୟାରେ ପୀଡ଼ିତ ଥିବା ବେଳେ ଶେଷରେ ଝିଅ ରୋହିଣୀ ତାଙ୍କୁ କିଡନୀ ଦାନ କରିଛନ୍ତି । କିଡନୀ ପ୍ରତିରୋପଣ ହେବାର ଗୋଟିଏ ଦିନ ପରେ ଅର୍ଥାତ୍ ମଙ୍ଗଳବାର ଲାଲୁଙ୍କ ଝିଅ ମିଶା ଭାରତୀ ଏକ ଭିଡିଓ ଶେୟାର କରି ପିତା ଲାଲୁ ଯାଦବ ସୁସ୍ଥ ଥିବା କହିଛନ୍ତି । ଏହାସହ ଏହି ଭିଡିଓରେ ଲାଲୁ କହୁଛନ୍ତି ଆପଣମାନଙ୍କ ପ୍ରାର୍ଥନା ଯୋଗୁ ମୁଁ ଆଜି ସୁସ୍ଥ ଅନୁଭବ କରୁଛି ।

Share