ବାଇକ୍‌କୁ ଖୁବ୍‌ ଜୋରରେ ଚଲାଉଥିବାରୁ ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବଡ଼ ଖରିଡ଼ା ଗ୍ରାମରେ ୨୨ ବର୍ଷୀୟ ଜଣେ ଯୁବକଙ୍କୁ ଗାଁ ଲୋକେ ପିଟି ମାରି ଦେଇଛନ୍ତି। ସମ୍ପୃକ୍ତ ଯୁବକ ପୁରୁଷୋତ୍ତମପୁର ଅନ୍ତର୍ଗତ ଅରଖପୁର ବାସିନ୍ଦା। ବେଙ୍ଗାଲୁରୁରେ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ଶିବନ ପାଲ୍‌ ଗାଁକୁ ଆସିଥିବା ବେଳେ ତାଙ୍କ ବନ୍ଧୁଙ୍କ ସହ ବଡ଼ ଖରିଡ଼ା ଗ୍ରାମ ଦେଇ ଯାଉଥିଲେ। ଗାଡ଼ିର ବେଗ ଅଧିକ ଥିବାରୁ ତାହା ଏକ ପଥରରେ ପିଟି ହୋଇଯିବାରୁ ଆରୋହୀ ତଳେ ପଡ଼ି ଯାଇଥିଲେ। ସେହି ସମୟରେ ଗାଁ ଲୋକେ ସେମାନଙ୍କୁ ଘେରି ଯାଇଥିଲେ। ସେମାନଙ୍କ ସହ ଗ୍ରାମବାସୀଙ୍କ ଉଚ୍ଚବାଚ୍ଚ ହୋଇଥିଲା। ଏହି ସମୟରେ ବନ୍ଧୁ ଜଣଙ୍କ ଖସି ପଳାଇଥିବା ବେଳେ ଗାଁ ଲୋକେ ପାଲଙ୍କୁ ପିଟିଥିଲେ। ଫଳରେ ସେ ରକ୍ତାକ୍ତ ହୋଇ ପଡ଼ିଯିବାରୁ ତାଙ୍କୁ ଏମ୍‌କେସିଜି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲକୁ ନିଆଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା।
ଉପରଲିଖିତ ଘଟଣା ଦ୍ରୁତଗତିରେ ଗାଡ଼ି ଚାଳନାକୁ ନେଇ ଘଟିଥିବା ବେଳେ ସ୍ଥାନୀୟ ଅଧିବାସୀଙ୍କ କ୍ରୋଧର ସୀମା ନ ରହିବା ଏକ ଅସ୍ବାଭାବିକ ସ୍ଥିତି ସୃଷ୍ଟି କରିଛି। ସାଧାରଣତଃ ଦେଖାଯାଉଛି ଯୁବକମାନେ ଖୁବ୍‌ ସ୍ପୀଡ୍‌ରେ ଗାଡ଼ି ଚଳାଉଛନ୍ତି। ପୁଣି ସ୍ପୀଡ୍‌ ବାଇକ୍‌ ହୋଇଥିଲେ କଥା ସରିଲା। ଭାରତୀୟ ରାସ୍ତାଗୁଡ଼ିକ ସ୍ପୀଡ୍‌ ଗାଡ଼ି ଚଳାଇବା ପାଇଁ ହୋଇ ନ ଥିଲେ ମଧ୍ୟ ଉପଭୋକ୍ତାବାଦ ଯୋଗୁ ସେଗୁଡ଼ିକର ଚାହିଦା ବଢ଼ୁଛି। ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ ଭାରତର ସଡ଼କ ପରିସ୍ଥିତି ନ ଦେଖି ଯୁବବର୍ଗଙ୍କୁ ଲକ୍ଷ୍ୟ କରି ଏଭଳି ଗାଡ଼ି ବଜାରକୁ ଛାଡ଼ୁଛନ୍ତି। ଅନେକ ସମୟରେ ଦେଖାଯାଉଛି, ବେପରୁଆ ଗାଡ଼ିଚାଳନା ଯୋଗୁ ଆରୋହୀଙ୍କ ପ୍ରାଣହାନି ହେଉଥିବା ବେଳେ ସ୍ଥଳବିଶେଷରେ ଗାଡ଼ି ଧକ୍କାରେ ସାଧାରଣ ଲୋକଙ୍କ ମୃତ୍ୟୁ ମଧ୍ୟ ଘଟୁଛି। ଅନ୍ୟପକ୍ଷରେ ଯଦି ବଡ଼ ଖରିଡ଼ା ଗ୍ରାମ କଥା ଦେଖାଯାଏ, ତେବେ ସେଠାରେ ପାଲ୍‌ଙ୍କ ଗାଡ଼ି ଧକ୍କାରେ କାହାରି କିଛି ଅସୁବିଧା ଘଟି ନ ଥିଲେ ମଧ୍ୟ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ତାଙ୍କୁ ପିଟିବାର ଆବଶ୍ୟକତା ନ ଥିଲା। ଗାଡ଼ି ଆରୋହୀଙ୍କୁ ପିଟି ରକ୍ତାକ୍ତ କରିବା ପରେ ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ। ଆଇନକୁ ହାତକୁ ନ ନେଇ ସେମାନେ ଯଦି ପାଲ୍‌ ଓ ତାଙ୍କ ବନ୍ଧୁଙ୍କୁ ପୋଲିସ ଜିମା ଦେଇଥାଆନ୍ତେ, ତାହା ହେଲେ ଜଣଙ୍କ ପ୍ରାଣହାନି ଘଟି ନ ଥାଆନ୍ତା।
ଭାରତୀୟ ଚରିତ୍ରକୁ ଦେଖିଲେ କୌଣସି ଗୋଟେ ଜାଗାରେ ‘ଘୋ’ ସୃଷ୍ଟି ହୋଇଗଲେ ତତ୍‌କ୍ଷଣାତ୍‌ ଅସଂଖ୍ୟ ଲୋକ ରୁଣ୍ଡ ହୋଇଯାଆନ୍ତି। ଯଦି କେହି ମାଡ଼ ଖାଉଥିବା ଦେଖନ୍ତି ଘଟଣା ବିଷୟରେ ବୁଝି ନ ଥିଲେ ମଧ୍ୟ କିଛି ଲୋକ ସର୍ବନିମ୍ନ ଗାଳି ବା ଗୋଟେ ଗୋଇଠା ମାରି ଦେବାକୁ ଚେଷ୍ଟା କରିଥାଆନ୍ତି। ଏଭଳି ଉତ୍ତ୍ୟକ୍ତ ଗୋଷ୍ଠୀଙ୍କ ମାନସିକତା ପ୍ରମାଣ କରୁଛି ଯେ, ଆମେ ସମସ୍ତେ ବ୍ୟକ୍ତିବିଶେଷ ଭାବେ ଭୀରୁ ଏବଂ କାପୁରୁଷ। ମାଡ଼ ଦେବାକୁ ହେଲେ ଭିଡ଼ ଭିତରେ ପଶି, ମୁହଁକୁ ଲୁଚାଇ ପିଟି ଦେବା ହେଉଛି ସାଧାରଣ ଚରିତ୍ର। ଏହା ବିଶେଷକରି ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ଓ ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ସୀମିତ ଥିବା ଭଳି ମନେହେଉଛି। ବଡ଼ ଖରିଡ଼ା ଭଳି ଘଟଣା କ୍ୱଚିତ ଦକ୍ଷିଣ ଓ ପଶ୍ଚିମ ଭାରତରେ ଦେଖିବାକୁ ମଳିଥାଏ।
ବଡ଼ ଖରିଡ଼ା ଗ୍ରାମବାସୀ ଯେଭଳି ଉତ୍ତ୍ୟକ୍ତ ହୋଇ ପାଲ୍‌ଙ୍କୁ ପିଟିଲେ ତାହା ଲୋକଙ୍କ ଧୈର୍ଯ୍ୟଚ୍ୟୁତି ଯୋଗୁ ଘଟିଲା ବୋଲି କୁହାଯାଇପାରିବ। କେବଳ ସଡ଼କ ଉପରେ ହିଂସା ନୁହେଁ, ଚୋରି ସନ୍ଦେହରେ ହେଉ ବା ଗୋରକ୍ଷା ଦିଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଭିଡ଼ ହିଂସାରେ ପ୍ରଦର୍ଶନ କରାଯାଉଥିବା ଆଚରଣ ଏବେ ସାମାଜିକ ବ୍ୟବସ୍ଥାରେ ବିକୃତି ସୃଷ୍ଟି କରିଦେଇଛି। ସ୍ଥିତି ଏମିତି ହେଲାଣି ଗୋରକ୍ଷକ ନାମରେ ଅସାମାଜିକ ବ୍ୟକ୍ତିମାନେ ସୁପାରି ନେଇ ହତ୍ୟା କରିବା ଆଶ୍ଚର୍ଯ୍ୟ କରିଦେଉଛି। ଯେତେବେଳେ ସାମାନ୍ୟ ହିଂସାକୁ କୌଣସି ଗୋଟିଏ ବାହାନାରେ ସହ୍ୟ କରାଯାଏ ସେତେବେଳେ ସେହି ଘଟଣାର ଆଢ଼ୁଆଳରେ ଅସାମାଜିକ ତତ୍ତ୍ୱମାନେ ଫାଇଦା ନେବାକୁ ଡେରି କରନ୍ତି ନାହିଁ। ଏହାର ଦୃଷ୍ଟାନ୍ତ ନିକଟରେ ହରିୟାଣାର ପଲଓ୍ବାଲ ଜିଲାରେ ଦେଖିବାକୁ ମିଳିଥିଲା। ଜଣେ ୧୯ ବର୍ଷୀୟ ଛାତ୍ର ଆରିୟାନ୍‌ ମିଶ୍ରଙ୍କୁ ଗୋରକ୍ଷକମାନେ ଗୁଳିକରି ହତ୍ୟା କରିଥିଲେ। ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଥିଲା ଯେ, ଆରିୟାନ୍‌ଙ୍କର ଗୋଚାଲାଣ ସହ କୌଣସି ସମ୍ପର୍କ ନ ଥିଲା। କିନ୍ତୁ କୁହାଯାଉଛି ଯେ, ତାଙ୍କ ପିତାଙ୍କ ଉପରେ ପ୍ରତିଶୋଧ ନେବାକୁ ଯାଇ ଏଭଳି ସୁଚିନ୍ତିତ ଷଡ଼ଯନ୍ତ୍ର କରାଯାଇଥିଲା। ଯଦି ଏହିଭଳି ଘଟଣାକୁ ସମାଜରେ ସମର୍ଥନ ମିଳେ, ତେବେ ଭବିଷ୍ୟତରେ କୌଣସି ବ୍ୟକ୍ତି ଶିକାର ହୋଇପାରନ୍ତି। ଆପଣ ବି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri