Posted inଜାତୀୟ

‘ତୁମେମାନେ ପରଜୀବୀ, ଜେଲରେ ବନ୍ଦ…’; କକ୍ରୋଚ ପରେ ପୁଣି ବିବାଦୀୟ ବୟାନ ଦେଲେ CJI!

ନୂଆଦିଲ୍‌ଲୀ,୧୭।୬: ଭାରତର ମୁଖ୍ୟ ବିଚାରପତି (CJI) ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଦ୍ୱାରା କିଛି ସମୟ ପୂର୍ୱରୁ ଦିଆଯାଇଥିବା ‘ଅସରପା’ (କକ୍ରୋଚ) ବୟାନକୁ ନେଇ ସାରା ଦେଶରେ ପ୍ରବଳ ହଙ୍ଗାମା ହୋଇଥିଲା। ଏବେ ପୁଣିଥରେ ସିଜେଆଇ ବୁଧବାର ଦିନ ଏକ ମାମଲାର ଶୁଣାଣି ବେଳେ ସଦୃଶ ଟିପ୍ପଣୀ ଦେଇଛନ୍ତି। ଜଣେ ଅଭିଯୁକ୍ତର ଜାମିନ ଆବେଦନକୁ ଖାରଜ କରି ସିଜେଆଇ କହିଛନ୍ତି ଯେ, “ତୁମେମାନେ ହେଉଛ ପରଜୀବୀ, ତୁମମାନଙ୍କର ଜେଲରେ ରହିବା ହିଁ ସମାଜ ପାଇଁ ମଙ୍ଗଳକର।”

ସୁପ୍ରିମକୋର୍ଟରେ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସାଇବର ଅପରାଧ ସହ ଜଡ଼ିତ ଏକ ମାମଲାରେ ଅଭିଯୁକ୍ତର ଜାମିନ ଆବେଦନ ଉପରେ ଶୁଣାଣି କରୁଥିଲେ। ଏହି ସମୟରେ ସିଜେଆଇ ଅଭିଯୁକ୍ତକୁ ଜାମିନ ଦେବାକୁ ମନା କରିବା ସହ କଡ଼ା ସମାଲୋଚନା କରିଥିଲେ। ସେ କହିଥିଲେ ଯେ ସାଇବର ଅପରାଧୀମାନେ ହେଉଛନ୍ତି ପରଜୀବୀ, ଯେଉଁମାନେ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଲୁଟ କରନ୍ତି, ସେମାନଙ୍କୁ ପ୍ରତାରଣା କରନ୍ତି ଏବଂ ସେମାନଙ୍କୁ ଧରିବା ମଧ୍ୟ କଷ୍ଟକର ହୋଇଥାଏ। ଏଭଳି ଅପରାଧୀମାନେ ଜେଲ ରେ ରହିବା ହିଁ ସମାଜର ସୱାର୍ଥ ରକ୍ଷା କରିବ।

ଦେଶର ମୁଖ୍ୟ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ମାମଲାର ଶୁଣାଣି ସମୟରେ ସାଇବର ଅପରାଧ ମାମଲାକୁ ନେଇ ଚିନ୍ତା ପ୍ରକଟ କରିବା ସହ ଅଭିଯୁକ୍ତକୁ କଡ଼ା ଭାଷାରେ ଗାଳି କରିଥିଲେ। ସେ କହିଥିଲେ, “ତୁମେମାନେ ପରଜୀବୀ, ଯେଉଁମାନେ ନିବେଶକମାନଙ୍କଠାରୁ କୋଟି କୋଟି ଟଙ୍କା ଠକେଇ କରୁଛ। ସାଇବର ଅପରାଧୀଙ୍କ ପ୍ରତି ଆମକୁ ଅତ୍ୟନ୍ତ କଠୋର ହେବାକୁ ପଡ଼ିବ। ତୁମେମାନେ କୌଣସି ଗୋଟିଏ ରାଜ୍ୟରେ ସୀମିତ ରହୁନାହଁ। ତାମିଲନାଡୁରେ କାହା ସହିତ ଠକେଇ କରୁଛ ଏବଂ ପୁଣି ସେଠାରୁ ଜମ୍ମୁ ଚାଲିଯାଉଛ। ସମାଜର ଭଲ ଏଥିରେ ଅଛି ଯେ ତୁମ ଭଳି ଲୋକ ଜେଲ କୋଠରୀ ଭିତରେ ହିଁ ବନ୍ଦ ରୁହନ୍ତୁ।”

ଏହାପୂର୍ୱରୁ ମଧ୍ୟ ସିଜେଆଇ ସୂର୍ଯ୍ୟକାନ୍ତ ଏକ ମାମଲାର ଶୁଣାଣି ସମୟରେ ସମାନ ଧରଣର ଟିପ୍ପଣୀ କରିଥିଲେ, ଯେଉଁଠାରେ ସେ କଥିତ ଭାବେ ବେକାର ଯୁବକମାନଙ୍କୁ ଅସରପା ସହ ତୁଳନା କରିଥିଲେ। ଏହାପରେ ତାଙ୍କ ବୟାନକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏପରିକି ତାଙ୍କ ବୟାନକୁ ଆଧାର କରି ସୋସିଆଲ ମିଡିଆରେ ‘କକ୍ରୋଚ ଜନତା ପାର୍ଟି’ (CJP) ନାମରେ ଏକ ନୂତନ ଅନଲାଇନ ରାଜନୈତିକ ଦଳ ମଧ୍ୟ ଆତ୍ମପ୍ରକାଶ କରିଥିଲା।

ସେତେବେଳେ ସେ କହିଥିଲେ ଯେ ବେକାର ଯୁବକମାନେ ପରବର୍ତ୍ତୀ ସମୟରେ ମିଡିଆ, ସୋସିଆଲ ମିଡିଆ ଏବଂ ଆରଟିଆଇ (RTI) ଆକ୍ଟିଭିଷ୍ଟ ବନିଯାଉଛନ୍ତି ଏବଂ ତା’ପରେ ସିଷ୍ଟମ ଉପରେ ହିଁ ଆକ୍ରମଣ ଆରମ୍ଭ କରିଦେଉଛନ୍ତି। ତେବେ ବିବାଦ ଅଧିକ ବଢ଼ିବା ପରେ ସିଜେଆଇ ନିଜ ଟିପ୍ପଣୀ ଉପରେ ସ୍ପଷ୍ଟୀକରଣ ଦେଇ କହିଥିଲେ, “ମୋର ମନ୍ତବ୍ୟକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି। ମୋର ବୟାନ ସେହିମାନଙ୍କ ପାଇଁ ଥିଲା, ଯେଉଁମାନେ ଜାଲ ଏବଂ ନକଲି ଡିଗ୍ରୀ ନେଇ ଆଇନ ବ୍ୟବସାୟରେ ପ୍ରବେଶ କରୁଛନ୍ତି।”

 


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଦୁର୍ଘଟଣା: ବଗଳାମୁଖୀରୁ ଫେରୁଥିବା ବେଳେ ନାଳରେ ଭାସିଯାଇ ୮ ଓଡ଼ିଆ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶର ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିର ନିକଟରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାରକୁ ଏକ ନାଳ ଭସାଇ ନେଇଥିଲା। ଏହି ଘଟଣାରେ କାରରେ…

Video: ଭାବ ବିହ୍ବଳ ହୋଇ ଖୁବ କାନ୍ଦିଲେ ଚରାଗ ପାଶଓ୍ବାନ

ମୁମ୍ବାଇ,୧୯।୯: ଭକ୍ତମାନଙ୍କ ପାଇଁ ଗଣପତି ବାପ୍ପାଙ୍କୁ ବିଦାୟ ଦେବାର ମୁହୂର୍ତ୍ତଟି ଅତ୍ୟନ୍ତ ଭାବପୂର୍ଣ୍ଣ ହୋଇଥାଏ। କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)ର ନେତା ଚିରାଗ…

ପ୍ରେମୀଯୁଗଳଙ୍କୁ ଗଛରେ ବାନ୍ଧି ମାଡ଼: ଲୁଚିକି ମହିଳାଙ୍କ ଘରକୁ ଆସିଥିବାବେଳେ ଘଟିଲା…

ବାରିପଦା/ ଝାରପୋଖରିଆ,୧୯ା୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସୁଧୀର କୁମାର ମହାନ୍ତ):ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କରୁ ନେଇ ଏକ ଅଶୋଭନୀୟ ଘଟଣା ଘଟିଛି। ଜଣେ ବିବାହିତା…

ଦିଲ୍ଲୀ ଗଣବଳାତ୍କାରକୁ ନେଇ ବର୍ଷିଲେ ରାହୁଲ-ପ୍ରିୟଙ୍କା, ପୋଲିସକୁ ଟାର୍ଗେଟ୍‌ କରି କହିଲେ ପ୍ରତିଦିନ…

ନୂଆଦିଲ୍ଲୀ,୧୯ା୯: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ନାବାଳିକାଙ୍କୁ ପ୍ରଥମେ ବଳାତ୍କାର ଏବଂ ପରେ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୯ ବର୍ଷୀୟ ଯୁବକ…

ଜଳବାୟୁ ସମ୍ମିଳନୀରେ ବଡ଼ ବାର୍ତ୍ତା ଦେଲେ ମୋଦି, କହିଲେ, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନୂଆଦିଲ୍ଲୀରେ ‘ପରିବେଶ ଏବଂ ଜଳବାୟୁ ଗତିଶୀଳତାର ଭବିଷ୍ୟତ’ (The Future of Environment and Climate Dynamics) ବିଷୟ ଉପରେ…

AIର ଅଗ୍ରଗତି ଯୋଗୁ ୨୦୩୦ ସୁଦ୍ଧା ବିଶ୍ୱର ଅନ୍ତ ଘଟିବ? ଏକ ବହୁରାଷ୍ଟ୍ରୀୟ କମ୍ପାନୀର ସିଇଓ ଜେନସେନ ହୁଆଙ୍ଗଙ୍କ ବଡ଼ ଦାବି

ଓ୍ବାଶିଂଟନ,୧୯।୯: ଆଜିର ବିଶ୍ୱରେ AI ଉନ୍ନତିର ଦ୍ରୁତ ଗତିକୁ ନେଇ ଲୋକମାନେ ବିଭକ୍ତ; କେତେକ ଏହାକୁ ଧୀର କରିବାକୁ ଚାହୁଁଥିବା ବେଳେ, ଅନ୍ୟ ବିଶେଷଜ୍ଞମାନେ ଯୁକ୍ତି ବାଢ଼ନ୍ତି…

୨୪ ଘଣ୍ଟା ନ ପୂରୁଣୁ ମମତାଙ୍କୁ ପୁଣି ବଡ଼ ଝଟକା: ନିର୍ବାଚନରୁ ଓହରିଯିବା ନେଇ ଘୋଷଣା କଲେ…

କୋଲକାତା,୧୯।୯: ପଶ୍ଚିମବଙ୍ଗର ଆଗାମୀ ଉପନିର୍ବାଚନକୁ ନେଇ ରାଜନୈତିକ ଚିତ୍ର ଦ୍ରୁତ ବଦଳୁଛି। ନନ୍ଦୀଗ୍ରାମ ପରେ ଏବେ ରେଜିନଗରରେ ମଧ୍ୟ ମମତା ବାନାର୍ଜୀଙ୍କ ଶିବିରକୁ ଝଟକା ଲାଗିଛି। ରେଜିନଗର…

ହାଇକୋର୍ଟ ବିଚାରପତିଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଅବସର ପରେ PM CARES ପାଣ୍ଠିକୁ ୧ କୋଟି ଟଙ୍କା ଦାନ କରିବେ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶ ହାଇକୋର୍ଟର ବିଚାରପତି ଅବନୀନ୍ଦ୍ର କୁମାର ସିଂହ ତାଙ୍କ ଅବସର ପରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଥିଲେ। ସେ କହିଥିଲେ ଯେ ସେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?