Categories: ଖେଳ

ହାରିବାର ପ୍ରକୃତ କାରଣ କହିଲେ ବୁମ୍‌ରା

ଦୁବାଇ,୧।୧୧: ଆଇସିସି ଟି-୨୦ ବିଶ୍ୱକପରେ ପ୍ରଥମ ଦୁଇଟି ମ୍ୟାଚ୍‌ ପରାସ୍ତ ହେବା ପରେ ଭାରତୀୟ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଯାଇଛି। ଟି -୨୦ ବିଶ୍ୱକପ ଜିତିବା ପାଇଁ ଦୃଢ ପ୍ରତିଯୋଗୀ ଟିମ ଇଣ୍ଡିଆ ଏବେ ସେମିଫାଇନାଲ ଦୌଡ଼ରୁ ବାଦ ପଡିବା ସମ୍ଭାବନା ସୃଷ୍ଟି ହୋଇଛି। ଏବେ ଟିମ ଇଣ୍ଡିଆ ପାଇଁ ସେମିଫାଇନାଲ୍‌ ଦ୍ୱାର ପ୍ରାୟ ବନ୍ଦ ହୋଇଯାଇଛି। ଟିମ ଇଣ୍ଡିଆ ନିଜ ଗ୍ରୁପରେ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଛି। କ୍ରମାଗତ ଦୁଇଟି ଖରାପ ପରାଜୟ ପରେ ଭାରତର ତାରକା ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରା ଏକ ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ପରିବାରଠାରୁ ଦୂରରେ ରହିବା ଏବଂ କ୍ରମାଗତ ଭାବେ ୬ ମାସ କ୍ରିକେଟ ଖେଳିବା ସହଜ ନୁହେଁ। ଆପଣଙ୍କୁ ବେଳେବେଳେ ବିରତି ଦରକାର। ତେଣୁ ଏହା ମନକୁ କୌଣସି ସ୍ଥାନରେ ପ୍ରଭାବିତ କରିଥାଏ। ପଡ଼ିଆରେ ଥିବାବେଳେ ଏ ବିଷୟ ମନକୁ ଆସି ନ ଥାଏ। କାରଣ ଆମେ ସୁବବେଳେ ୧୦୦ ପ୍ରତିଶତ ଦେବାକୁ ଚାହୁଁ। କିନ୍ତୁ ବେଳେବେଳେ ସବୁକିଛି ସଠିକ୍‌ ଘଟି ନ ଥାଏ। ବାଓ ବବୁଲରେ ରହିବା ରହିବା ସହଜ ନୁହେଁ, ପରିବାରଠାରୁ ଏତେ ଦିନ ଦୂରରେ ରହିବା ଖେଳାଳିଙ୍କ ମନକୁ ପ୍ରଭାବିତ କରିଥାଏ ବୋଲି ସେ କହିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ହାରିଯିବା ପରେ ବୁମ୍‌ରା କହିଛନ୍ତି, ଥରେ ଟସ ହାରିଲେ ଦ୍ୱିତୀୟ ଇନିଂସରେ ଉଇକେଟ ବଦଳିଯାଏ। ଆମେ ଟିକିଏ ଶୀଘ୍ର ଆକ୍ରମଣାତ୍ମକ ହୋଇଗଲୁ ଫଳରେ ମ୍ୟାଚ୍‌ ଆମ ସପକ୍ଷରେ ଯାଇ ନ ଥିଲା।

Share