ତୁମେ, ମୁଁ ଆଉ ମୋବାଇଲ୍‌ ଫୋନ୍‌

ବର୍ତ୍ତମାନ ଅନେକଙ୍କଠାରେ ମୋବାଇଲ୍‌ ଫୋନ୍‌ କ୍ରେଜ୍‌ ଏତେ ଅଧିକ ଯେ, ପରିବାର ସଦସ୍ୟ ଏକାଠି ଥିଲେ ସୁଦ୍ଧା କାହାକୁ କାହା ପାଇଁ ଯେମିତି ସମୟ ଅଣ୍ଟୁନି। ବିଶେଷ କରି ପରସ୍ପରକୁ ଯଥେଷ୍ଟ ସମୟ ଦେବା ଏବଂ ସୁଖ ଦୁଃଖରେ ସମଭାଗୀ ହେବା ଭଳି ଉତ୍ତମ ଦାମ୍ପତ୍ୟ ଜୀବନର ନିୟମ ବି ଏହି ଆଳରେ ବଦଳି ଗଲାଣି। ଆଉ ଏହା ହିଁ ଅନେକ ଦମ୍ପତିଙ୍କ ମଧ୍ୟରେ ମନାନ୍ତର, ମତାନ୍ତର ସହ କେବେ କେବେ ବିଚ୍ଛେଦର ବି ସାଜୁଛି କାରଣ…

ବର୍ତ୍ତମାନ ମୋବାଇଲ୍‌ ଫୋନ୍‌ର ବ୍ୟବହାର କେବଳ କଥାବାର୍ତ୍ତାରେ ସୀମିତ ନାହିଁ। ଦେଶ ବିଦେଶର ଖବର ଜାଣିବାଠାରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ୍‌, ଶପିଂ ପାଠ ପଢ଼ା, ୟୁଟ୍ୟୁବ୍‌ରୁ ଅନେକ ଜିନିଷ ଶିଖିବା, ସୋସିଆଲ୍‌ ସାଇଟ୍‌ରେ ସଭିଙ୍କ ସହ ଯୋଗାଯୋଗରେ ରହିବା ପର୍ଯ୍ୟନ୍ତ ପ୍ରାୟ ଅଧିକାଂଶ କାମ ଏଥିରେ ଖୁବ୍‌ ସହଜରେ ହୋଇପାରୁଛି। ହେଲେ ମୋବାଇଲ୍‌ ଫୋନ୍‌ର ଅତ୍ୟଧିକ ବ୍ୟବହାର ଯୋଗୁ ଦମ୍ପତି ପରସ୍ପରକୁ ସମୟ ଦେବା ବଦଳରେ ଏହାକୁ ବ୍ୟବହାର କରିବାରେ ଅଧିକ ସମୟ ଅତିବାହିତ କରୁଛନ୍ତି; ଯାହା କି କେବେ କେବେ ଅଜାଣତରେ ବୈବାହିକ ସମ୍ପର୍କରେ ଦୂରତା ବଢ଼ାଇବାର କାରଣ ସାଜୁଛି….
ମନାନ୍ତର, ମତାନ୍ତର ବଢୁଛି
ମୋବାଇଲ୍‌ ଫୋନ୍‌ ବ୍ୟବହାର କରିବା ଅନେକଙ୍କ ଲାଗି ବର୍ତ୍ତମାନ ଏକ ନିଶାରେ ପରିଣତ ହୋଇସାରିଛି। ପ୍ରତିକ୍ଷଣ ମୋବାଇଲ୍‌ରେ କିଛି ନା କଛି ବ୍ୟବହାର ମିଳିଯାଉଛି। ଯେଉଁଥିଲାଗି ବେଡ୍‌ରୁମ୍‌ଠାରୁ ବାଥ୍‌ରୁମ୍‌ ପର୍ଯ୍ୟନ୍ତ ସବୁ ସମୟରେ ହାତରୁ ଅଲଗା ହେଉନାହିଁ ମୋବାଇଲ୍‌। ତେଣୁ ଏକାଠି ଥାଇ ସୁଦ୍ଧା ଜୀବନସାଥୀ ସହ ବିତାଇବାକୁ ସମୟ ଅଣ୍ଟୁନି। ଆଉ ଏହି କାରଣରୁ ଅନେକ ସମୟରେ ଉଭୟଙ୍କ ମନାନ୍ତର, ମତାନ୍ତର ଏବଂ କଳହ ସୃଷ୍ଟି ହେଉଛି। ତେଣୁ ସୋସିଆଲ୍‌ ସାଇଟ୍‌ ନିଶା ବର୍ତ୍ତମାନ ସୁଖମୟ ଦାମ୍ପତ୍ୟ ଜୀବନର ଶତ୍ରୁ ସାଜି ଆବିର୍ଭାବ ହୋଇଛି।
ବଢ଼ାଉଛି ଦ୍ୱନ୍ଦ୍ୱ: ବର୍ତ୍ତମାନ ସମୟରେ ଅଧିକାଂଶ ବିଶେଷ କରି ମହିଳାମାନେ ଫୋନ୍‌ରେ ବିଶେଷ କରି ସୋସିଆଲ୍‌ ନେଟ୍‌ଓ୍ବର୍କିଂ ସାଇଟ୍‌ରେ ସର୍ବଦା ଅପ୍‌ଡେଟ୍‌ ରହୁଛନ୍ତି। ନୂଆ ପୋଷ୍ଟ କରିବା, ଚାଟିଂ କରିବା, ଅଧିକ ଲାଇକ୍‌ କମେଣ୍ଟସ୍‌ ପାଇବା ଲାଗି ଏଥିରେ ଘଣ୍ଟା ଘଣ୍ଟା ଧରି ସମୟ ବିତାଉଥିବାର ଦେଖିବାକୁ ମିଳୁଛି। ଯାହାଫଳରେ କର୍ମମୟ ଜୀବନରୁ ମିଳୁଥିବା ଅବସର ସମୟ ପରିବାରକୁ ଦେବା ପରିବର୍ତ୍ତେ ଏଥିରେ ଚାଲିଯାଉଛି। ଆଉ ଏଥିରେ ସ୍ବାମୀଙ୍କ ପ୍ରତିବାଦକୁ ସେମାନେ ନ ସହିପାରି ଯୁକ୍ତି ତର୍କ ଏବଂ ଦାମ୍ପତ୍ୟ ଜୀବନରେ ଦ୍ୱନ୍ଦ୍ୱର କାରଣ ସାଜୁଛି।
ସାଜୁଛିି ସନ୍ଦେହର କାରଣ
ପତ୍ନୀପତିଙ୍କ ସମ୍ପର୍କକୁ ଯୋଡି ରଖିବା ଲାଗି ସବୁଠୁ ଅଧିକ ଆବଶ୍ୟକ ବିଶ୍ୱାସ। ହେଲେ ଏବେ ମୋବାଇଲ୍‌ ଫୋନ୍‌ର ଦୀର୍ଘ ସମୟ ବ୍ୟବହାର ଏହି ବିଶ୍ୱାସକୁ ସନ୍ଦେହରେ ରୁପାନ୍ତରିତ କରିବାରେ ବଳିଷ୍ଠ ଭୂମିକା ଗ୍ରହଣ କରିଛି। ବିଶେଷ କରି ଫେସ୍‌ବୁକ୍‌, ହ୍ବାଟ୍ସ ଆପ୍‌ ଭଳି ସାଇଟ୍‌ଗୁଡ଼ିକରେ ଦୀର୍ଘ ସମୟ ଚାଟ୍‌ କରିବା, ହାତରୁ କ୍ଷଣେ ହେଁ ମୋବାଇଲ୍‌ ଅଲଗା ନ କରିବା, ଘରେ ମଧ୍ୟ ମୋବାଇଲ୍‌କୁ ପାସଓ୍ବାର୍ଡ ପ୍ରୋଟେକ୍ଟେଡ୍‌ କରି ରଖିବା ଏବଂ ସର୍ବୋପରି ଏସବୁ ଲାଗି ଜୀବନସାଥିଙ୍କୁ ସମୟ କମ ଦେବା ଆଦି କାରଣ ଅନେକଙ୍କ ମନରେ ସନ୍ଦେହ ଉପୁଯାଉଛି। ଫଳରେ ପରସ୍ପର ମଧ୍ୟରେ ଅଶାନ୍ତି ସୃଷ୍ଟି ହେଉଛି।
ବଢ଼ାଉଛି ଈର୍ଷା : ସୋସିଆଲ୍‌ ସାଇଟ୍‌ ଗୁଡ଼ିକରେ ପତ୍ନୀପତିଙ୍କ ଏକାଠି ଫଟୋ ଦେବାକୁ କେତେଜଣ ପସନ୍ଦ କରୁଥିବା ବେଳେ ଆଉ କେତେଜଣ କେବଳ ନିଜର ଭଳିକି ଭଳି ପୋଜ୍‌ ଏବଂ ଗେଟ୍‌ଅପ୍‌ରେ ଫଟୋ, ଭିଡିଓ ଆଦି ଅପ୍‌ଲୋଡ୍‌ କରିଥାନ୍ତି। ଆମେରିକାରେ ହୋଇଥିବା ଏକ ସର୍ଭେ ରିପୋର୍ଟ ମୁତାବକ କେବଳ ନିଜର ଫଟୋ ଦେଉଥିବା ଅନେକଙ୍କ ଜୀବନସାଥୀଙ୍କ ମନରେ ନା କେବଳ ସନ୍ଦେହ ଉପୁଜିଥାଏ ବରଂ ସେମାନେ ଏଥିରେ ଆସୁଥିବା କମେଣ୍ଟ କିମ୍ବା ଜୀବନସାଥୀ ଅନ୍ୟମାନଙ୍କ ଫଟୋରେ ଦେଉଥିବା ପ୍ରଶଂସାମୂଳକ କମେଣ୍ଟରେ ଈର୍ଷା ପରାୟଣ ହୋଇଥାନ୍ତି। ଏହା ମଧ୍ୟ କେତେକାଂଶରେ ଝଗଡ଼ାର କାରଣ ସାଜିଥାଏ।
ହେଉଛି ବିବାହ ବିଚ୍ଛେଦ
ନିଜ ବୈବାହିକ ଜୀବନ ସୁଖମୟ କରିବାକୁ କିଏ ବା ନ ଚାହେଁ। ଆଉ ଏଥିପାଇଁ ଜୀବନସାଥୀ ପ୍ରତି ସ୍ନେହ, ଶ୍ରଦ୍ଧା, ସମ୍ମାନ ରହିବା ଯେତିକି ଆବଶ୍ୟକ ପରସ୍ପରକୁ ଯଥେଷ୍ଟ ସମୟ ଦେବା ମଧ୍ୟ ସେତିକି ଜରୁରୀ। ହେଲେ ବର୍ତ୍ତମାନ ଦୁହିଁଙ୍କ ଏହି ସୁଖ ସମୟରେ ଭାଗ ବସେଇବାରେ ଲାଗିଛି ବିଭିନ୍ନ ମୋବାଇଲ୍‌ ଫୋନ୍‌ ଆଉ ସୃଷ୍ଟି କରୁଛି ଅନେକ ଦାମ୍ପତ୍ୟ ଜୀବନରେ ଅଶାନ୍ତି ଏବଂ କେବେ କେବେ ସାଜୁଛି ବିଚ୍ଛେଦର କାରଣ। ବିଶେଷ କରି ଫେସ୍‌ବୁକ୍‌ର ବହୁଳ ବ୍ୟବହାର ଯୋଗୁ ଅଧିକ ବିବାହ ବିଚ୍ଛେଦ ହେଉଥିବାର ଦେଖିବାକୁ ମିଳୁଛି ବୋଲି ଆମେରିକାନ ଏକାଡେମୀ ଅଫ୍‌ ମାଟ୍ରିମୋନିଆଲ ଲୟର୍ସ ପକ୍ଷରୁ ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି। ବିବାହ ପରେ ମ୍ୟାରେଟାଲ ଷ୍ଟାଟସ୍‌ରେ ଅନ୍‌ମ୍ୟାରେଡ୍‌ ଲେଖିବା, ପରସ୍ପରଠାରୁ ପାସ୍‌ଓ୍ବାର୍ଡ ଗୋପନ ରଖିବା, ଜୀବନସାଥୀଙ୍କୁ ସମୟ ଦେବା ପରିବର୍ତ୍ତେ ଅଧିକ ସମୟ ଚାଟିଂ କରିବା ଆଦି ଭଳି ବିଭିନ୍ନ କାରଣରୁ ସନ୍ଦେହ ଏବଂ ପରିଶେଷରେ ବିଚ୍ଛେଦ ହେଉଥିବା ଜଣାପଡିଛି। ତେବେ ପ୍ରତି ୭ଟି ବିଚ୍ଛେଦ ମଧ୍ୟରୁ ଗୋଟିଏ ଏହି କାରଣରୁ ହେଉଥିବା ଜଣାପଡ଼ିଛି।
ମନେ ରଖନ୍ତୁ… ଏକ ସୁଖମୟ ଦାମ୍ପତ୍ୟ ଜୀବନ ଚାହୁଁଥିଲେ ପରସ୍ପରକୁ ଏବଂ ପରିବାରକୁ ସମୟ ଦିଅନ୍ତୁ। ମୋବାଇଲ୍‌ ବ୍ୟବହାର କରିବା କୌଣସି ଖରାପ କାର୍ଯ୍ୟ ନୁହେଁ ହେଲେ ଏହାର ନିର୍ଦ୍ଧିଷ୍ଟ ସମୟ ସୀମା ରଖନ୍ତୁ। ଏହାକୁ ବ୍ୟବହାର କରିବା ଆଳରେ ଯେପରି ପରିବାରକୁ ଅବହେଳା ନ କରି ବସନ୍ତି ସେଥିପ୍ରତି ସର୍ବଦା ସଜାଗ ରୁହନ୍ତୁ। ପତିପତ୍ନୀ ଉଭୟ ନିଜର ଫୋନକୁ ସିକ୍ରେଟ୍‌ ପାସ୍‌ଓ୍ବାର୍ଡ ଦେଇ ରଖିବା କିମ୍ବା ପରସ୍ପରକୁ ଲୁଚେଇବା ଭଳି ଭୁଲ ଆଦୌ କରନ୍ତୁ ନାହିଁ। ଏକାଠି ସମୟ ବିତେଇବା ବେଳେ ଅତ୍ୟାବଶ୍ୟକ ନ ଥିଲେ ମୋବାଇଲ୍‌ଠୁ ଦୂରେଇ ରୁହନ୍ତୁ। ମୋବାଇଲ୍‌ ବ୍ୟବହାରକୁ ନେଇ ନିଜ ପାର୍ଟନର ମନରେ ସନ୍ଦେହ ଉପୁଯିବା ଭଳି କାର୍ଯ୍ୟ ଆଦୌ କରନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କିଛି ଘଣ୍ଟା ମଧ୍ୟରେ ଇସ୍ତଫା ଫେରାଇ ନେଲେ ଏହି କଂଗ୍ରେସ ନେତା, ହେଲେ କାହିଁକି ନେଲେ ଏଭଳି ନିଷ୍ପତ୍ତି? ଜାଣନ୍ତୁ…

ଗୁଆହାଟି,୧୬।୨: ଆସାମ କଂଗ୍ରେସ ଦଳର ପୂର୍ବତନ ସଭାପତି ଭୂପେନ କୁମାର ବୋରା ସୋମବାର (୧୬ ଫେବୃଆରୀ, ୨୦୨୬) ଦିନ ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଇସ୍ତଫାପତ୍ର ପ୍ରଦାନ…

ହାସ୍ୟ ଅଭିନେତା ରାଜପାଳ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି, ଜାମିନ ପାଇଁ ଦେବାକୁ ପଡ଼ିଲା ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୧୬।୨: ଚେକ-ବାଉନ୍ସ ମାମଲାରେ ତିହାର ଜେଲରେ ଥିବା ଅଭିନେତା ରାଜପାଲ ଯାଦବଙ୍କୁ ସୋମବାର ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ଜାମିନ ଆବେଦନର ଶୁଣାଣି…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

ଲୋ ବ୍ଲଡପ୍ରେସର ସମସ୍ୟା ଅଛି କି ? ଏଥିରୁ ମୁକୁଳିବା ପାଇଁ ପିଅନ୍ତୁ…

ମିଶ୍ରିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଏବଂ ଆମିନୋ ଏସିଡ ରହିଛି। ଯଦି ଆପଣଙ୍କର ଲଗାତର କାଶ ହେଉଛି…

Video: ହ୍ୟାଣ୍ଡସେକ୍‌ ବିବାଦ ମଧ୍ୟରେ, ୱାସିମ ଆକ୍ରମଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୬।୨: ରବିବାର T20 World Cup 2026 ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ହାଇ-ଭୋଲଟେଜ ମ୍ୟାଚ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏକତରଫା ଭାବରେ ୬୧…

ଶିକ୍ଷକଙ୍କ ମାଡ଼ ପରେ ହଷ୍ଟେଲରୁ ଫେରାର ହୋଇଗଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ପାଟଣାଗଡ଼, ୧୬।୨(ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମରେ ନିର୍ଯାତନାର ଶିକାର ହୋଇ ଶନିବାର ୭ ଜଣ ଛାତ୍ର ହଷ୍ଟେଲ ଛାଡ଼ି ଫେରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri