ତୁମେ, ମୁଁ ଆଉ ମୋବାଇଲ୍‌ ଫୋନ୍‌

ବର୍ତ୍ତମାନ ଅନେକଙ୍କଠାରେ ମୋବାଇଲ୍‌ ଫୋନ୍‌ କ୍ରେଜ୍‌ ଏତେ ଅଧିକ ଯେ, ପରିବାର ସଦସ୍ୟ ଏକାଠି ଥିଲେ ସୁଦ୍ଧା କାହାକୁ କାହା ପାଇଁ ଯେମିତି ସମୟ ଅଣ୍ଟୁନି। ବିଶେଷ କରି ପରସ୍ପରକୁ ଯଥେଷ୍ଟ ସମୟ ଦେବା ଏବଂ ସୁଖ ଦୁଃଖରେ ସମଭାଗୀ ହେବା ଭଳି ଉତ୍ତମ ଦାମ୍ପତ୍ୟ ଜୀବନର ନିୟମ ବି ଏହି ଆଳରେ ବଦଳି ଗଲାଣି। ଆଉ ଏହା ହିଁ ଅନେକ ଦମ୍ପତିଙ୍କ ମଧ୍ୟରେ ମନାନ୍ତର, ମତାନ୍ତର ସହ କେବେ କେବେ ବିଚ୍ଛେଦର ବି ସାଜୁଛି କାରଣ…

ବର୍ତ୍ତମାନ ମୋବାଇଲ୍‌ ଫୋନ୍‌ର ବ୍ୟବହାର କେବଳ କଥାବାର୍ତ୍ତାରେ ସୀମିତ ନାହିଁ। ଦେଶ ବିଦେଶର ଖବର ଜାଣିବାଠାରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ୍‌, ଶପିଂ ପାଠ ପଢ଼ା, ୟୁଟ୍ୟୁବ୍‌ରୁ ଅନେକ ଜିନିଷ ଶିଖିବା, ସୋସିଆଲ୍‌ ସାଇଟ୍‌ରେ ସଭିଙ୍କ ସହ ଯୋଗାଯୋଗରେ ରହିବା ପର୍ଯ୍ୟନ୍ତ ପ୍ରାୟ ଅଧିକାଂଶ କାମ ଏଥିରେ ଖୁବ୍‌ ସହଜରେ ହୋଇପାରୁଛି। ହେଲେ ମୋବାଇଲ୍‌ ଫୋନ୍‌ର ଅତ୍ୟଧିକ ବ୍ୟବହାର ଯୋଗୁ ଦମ୍ପତି ପରସ୍ପରକୁ ସମୟ ଦେବା ବଦଳରେ ଏହାକୁ ବ୍ୟବହାର କରିବାରେ ଅଧିକ ସମୟ ଅତିବାହିତ କରୁଛନ୍ତି; ଯାହା କି କେବେ କେବେ ଅଜାଣତରେ ବୈବାହିକ ସମ୍ପର୍କରେ ଦୂରତା ବଢ଼ାଇବାର କାରଣ ସାଜୁଛି….
ମନାନ୍ତର, ମତାନ୍ତର ବଢୁଛି
ମୋବାଇଲ୍‌ ଫୋନ୍‌ ବ୍ୟବହାର କରିବା ଅନେକଙ୍କ ଲାଗି ବର୍ତ୍ତମାନ ଏକ ନିଶାରେ ପରିଣତ ହୋଇସାରିଛି। ପ୍ରତିକ୍ଷଣ ମୋବାଇଲ୍‌ରେ କିଛି ନା କଛି ବ୍ୟବହାର ମିଳିଯାଉଛି। ଯେଉଁଥିଲାଗି ବେଡ୍‌ରୁମ୍‌ଠାରୁ ବାଥ୍‌ରୁମ୍‌ ପର୍ଯ୍ୟନ୍ତ ସବୁ ସମୟରେ ହାତରୁ ଅଲଗା ହେଉନାହିଁ ମୋବାଇଲ୍‌। ତେଣୁ ଏକାଠି ଥାଇ ସୁଦ୍ଧା ଜୀବନସାଥୀ ସହ ବିତାଇବାକୁ ସମୟ ଅଣ୍ଟୁନି। ଆଉ ଏହି କାରଣରୁ ଅନେକ ସମୟରେ ଉଭୟଙ୍କ ମନାନ୍ତର, ମତାନ୍ତର ଏବଂ କଳହ ସୃଷ୍ଟି ହେଉଛି। ତେଣୁ ସୋସିଆଲ୍‌ ସାଇଟ୍‌ ନିଶା ବର୍ତ୍ତମାନ ସୁଖମୟ ଦାମ୍ପତ୍ୟ ଜୀବନର ଶତ୍ରୁ ସାଜି ଆବିର୍ଭାବ ହୋଇଛି।
ବଢ଼ାଉଛି ଦ୍ୱନ୍ଦ୍ୱ: ବର୍ତ୍ତମାନ ସମୟରେ ଅଧିକାଂଶ ବିଶେଷ କରି ମହିଳାମାନେ ଫୋନ୍‌ରେ ବିଶେଷ କରି ସୋସିଆଲ୍‌ ନେଟ୍‌ଓ୍ବର୍କିଂ ସାଇଟ୍‌ରେ ସର୍ବଦା ଅପ୍‌ଡେଟ୍‌ ରହୁଛନ୍ତି। ନୂଆ ପୋଷ୍ଟ କରିବା, ଚାଟିଂ କରିବା, ଅଧିକ ଲାଇକ୍‌ କମେଣ୍ଟସ୍‌ ପାଇବା ଲାଗି ଏଥିରେ ଘଣ୍ଟା ଘଣ୍ଟା ଧରି ସମୟ ବିତାଉଥିବାର ଦେଖିବାକୁ ମିଳୁଛି। ଯାହାଫଳରେ କର୍ମମୟ ଜୀବନରୁ ମିଳୁଥିବା ଅବସର ସମୟ ପରିବାରକୁ ଦେବା ପରିବର୍ତ୍ତେ ଏଥିରେ ଚାଲିଯାଉଛି। ଆଉ ଏଥିରେ ସ୍ବାମୀଙ୍କ ପ୍ରତିବାଦକୁ ସେମାନେ ନ ସହିପାରି ଯୁକ୍ତି ତର୍କ ଏବଂ ଦାମ୍ପତ୍ୟ ଜୀବନରେ ଦ୍ୱନ୍ଦ୍ୱର କାରଣ ସାଜୁଛି।
ସାଜୁଛିି ସନ୍ଦେହର କାରଣ
ପତ୍ନୀପତିଙ୍କ ସମ୍ପର୍କକୁ ଯୋଡି ରଖିବା ଲାଗି ସବୁଠୁ ଅଧିକ ଆବଶ୍ୟକ ବିଶ୍ୱାସ। ହେଲେ ଏବେ ମୋବାଇଲ୍‌ ଫୋନ୍‌ର ଦୀର୍ଘ ସମୟ ବ୍ୟବହାର ଏହି ବିଶ୍ୱାସକୁ ସନ୍ଦେହରେ ରୁପାନ୍ତରିତ କରିବାରେ ବଳିଷ୍ଠ ଭୂମିକା ଗ୍ରହଣ କରିଛି। ବିଶେଷ କରି ଫେସ୍‌ବୁକ୍‌, ହ୍ବାଟ୍ସ ଆପ୍‌ ଭଳି ସାଇଟ୍‌ଗୁଡ଼ିକରେ ଦୀର୍ଘ ସମୟ ଚାଟ୍‌ କରିବା, ହାତରୁ କ୍ଷଣେ ହେଁ ମୋବାଇଲ୍‌ ଅଲଗା ନ କରିବା, ଘରେ ମଧ୍ୟ ମୋବାଇଲ୍‌କୁ ପାସଓ୍ବାର୍ଡ ପ୍ରୋଟେକ୍ଟେଡ୍‌ କରି ରଖିବା ଏବଂ ସର୍ବୋପରି ଏସବୁ ଲାଗି ଜୀବନସାଥିଙ୍କୁ ସମୟ କମ ଦେବା ଆଦି କାରଣ ଅନେକଙ୍କ ମନରେ ସନ୍ଦେହ ଉପୁଯାଉଛି। ଫଳରେ ପରସ୍ପର ମଧ୍ୟରେ ଅଶାନ୍ତି ସୃଷ୍ଟି ହେଉଛି।
ବଢ଼ାଉଛି ଈର୍ଷା : ସୋସିଆଲ୍‌ ସାଇଟ୍‌ ଗୁଡ଼ିକରେ ପତ୍ନୀପତିଙ୍କ ଏକାଠି ଫଟୋ ଦେବାକୁ କେତେଜଣ ପସନ୍ଦ କରୁଥିବା ବେଳେ ଆଉ କେତେଜଣ କେବଳ ନିଜର ଭଳିକି ଭଳି ପୋଜ୍‌ ଏବଂ ଗେଟ୍‌ଅପ୍‌ରେ ଫଟୋ, ଭିଡିଓ ଆଦି ଅପ୍‌ଲୋଡ୍‌ କରିଥାନ୍ତି। ଆମେରିକାରେ ହୋଇଥିବା ଏକ ସର୍ଭେ ରିପୋର୍ଟ ମୁତାବକ କେବଳ ନିଜର ଫଟୋ ଦେଉଥିବା ଅନେକଙ୍କ ଜୀବନସାଥୀଙ୍କ ମନରେ ନା କେବଳ ସନ୍ଦେହ ଉପୁଜିଥାଏ ବରଂ ସେମାନେ ଏଥିରେ ଆସୁଥିବା କମେଣ୍ଟ କିମ୍ବା ଜୀବନସାଥୀ ଅନ୍ୟମାନଙ୍କ ଫଟୋରେ ଦେଉଥିବା ପ୍ରଶଂସାମୂଳକ କମେଣ୍ଟରେ ଈର୍ଷା ପରାୟଣ ହୋଇଥାନ୍ତି। ଏହା ମଧ୍ୟ କେତେକାଂଶରେ ଝଗଡ଼ାର କାରଣ ସାଜିଥାଏ।
ହେଉଛି ବିବାହ ବିଚ୍ଛେଦ
ନିଜ ବୈବାହିକ ଜୀବନ ସୁଖମୟ କରିବାକୁ କିଏ ବା ନ ଚାହେଁ। ଆଉ ଏଥିପାଇଁ ଜୀବନସାଥୀ ପ୍ରତି ସ୍ନେହ, ଶ୍ରଦ୍ଧା, ସମ୍ମାନ ରହିବା ଯେତିକି ଆବଶ୍ୟକ ପରସ୍ପରକୁ ଯଥେଷ୍ଟ ସମୟ ଦେବା ମଧ୍ୟ ସେତିକି ଜରୁରୀ। ହେଲେ ବର୍ତ୍ତମାନ ଦୁହିଁଙ୍କ ଏହି ସୁଖ ସମୟରେ ଭାଗ ବସେଇବାରେ ଲାଗିଛି ବିଭିନ୍ନ ମୋବାଇଲ୍‌ ଫୋନ୍‌ ଆଉ ସୃଷ୍ଟି କରୁଛି ଅନେକ ଦାମ୍ପତ୍ୟ ଜୀବନରେ ଅଶାନ୍ତି ଏବଂ କେବେ କେବେ ସାଜୁଛି ବିଚ୍ଛେଦର କାରଣ। ବିଶେଷ କରି ଫେସ୍‌ବୁକ୍‌ର ବହୁଳ ବ୍ୟବହାର ଯୋଗୁ ଅଧିକ ବିବାହ ବିଚ୍ଛେଦ ହେଉଥିବାର ଦେଖିବାକୁ ମିଳୁଛି ବୋଲି ଆମେରିକାନ ଏକାଡେମୀ ଅଫ୍‌ ମାଟ୍ରିମୋନିଆଲ ଲୟର୍ସ ପକ୍ଷରୁ ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି। ବିବାହ ପରେ ମ୍ୟାରେଟାଲ ଷ୍ଟାଟସ୍‌ରେ ଅନ୍‌ମ୍ୟାରେଡ୍‌ ଲେଖିବା, ପରସ୍ପରଠାରୁ ପାସ୍‌ଓ୍ବାର୍ଡ ଗୋପନ ରଖିବା, ଜୀବନସାଥୀଙ୍କୁ ସମୟ ଦେବା ପରିବର୍ତ୍ତେ ଅଧିକ ସମୟ ଚାଟିଂ କରିବା ଆଦି ଭଳି ବିଭିନ୍ନ କାରଣରୁ ସନ୍ଦେହ ଏବଂ ପରିଶେଷରେ ବିଚ୍ଛେଦ ହେଉଥିବା ଜଣାପଡିଛି। ତେବେ ପ୍ରତି ୭ଟି ବିଚ୍ଛେଦ ମଧ୍ୟରୁ ଗୋଟିଏ ଏହି କାରଣରୁ ହେଉଥିବା ଜଣାପଡ଼ିଛି।
ମନେ ରଖନ୍ତୁ… ଏକ ସୁଖମୟ ଦାମ୍ପତ୍ୟ ଜୀବନ ଚାହୁଁଥିଲେ ପରସ୍ପରକୁ ଏବଂ ପରିବାରକୁ ସମୟ ଦିଅନ୍ତୁ। ମୋବାଇଲ୍‌ ବ୍ୟବହାର କରିବା କୌଣସି ଖରାପ କାର୍ଯ୍ୟ ନୁହେଁ ହେଲେ ଏହାର ନିର୍ଦ୍ଧିଷ୍ଟ ସମୟ ସୀମା ରଖନ୍ତୁ। ଏହାକୁ ବ୍ୟବହାର କରିବା ଆଳରେ ଯେପରି ପରିବାରକୁ ଅବହେଳା ନ କରି ବସନ୍ତି ସେଥିପ୍ରତି ସର୍ବଦା ସଜାଗ ରୁହନ୍ତୁ। ପତିପତ୍ନୀ ଉଭୟ ନିଜର ଫୋନକୁ ସିକ୍ରେଟ୍‌ ପାସ୍‌ଓ୍ବାର୍ଡ ଦେଇ ରଖିବା କିମ୍ବା ପରସ୍ପରକୁ ଲୁଚେଇବା ଭଳି ଭୁଲ ଆଦୌ କରନ୍ତୁ ନାହିଁ। ଏକାଠି ସମୟ ବିତେଇବା ବେଳେ ଅତ୍ୟାବଶ୍ୟକ ନ ଥିଲେ ମୋବାଇଲ୍‌ଠୁ ଦୂରେଇ ରୁହନ୍ତୁ। ମୋବାଇଲ୍‌ ବ୍ୟବହାରକୁ ନେଇ ନିଜ ପାର୍ଟନର ମନରେ ସନ୍ଦେହ ଉପୁଯିବା ଭଳି କାର୍ଯ୍ୟ ଆଦୌ କରନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri