ସତର୍କ ରହିବାକୁ ପଡ଼ିବ ଆହୁରି ୨ରୁ ୩ମାସ

ଭୁବନେଶ୍ୱର, ୨୬।୭(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଛି। ତଥାପି ଆଗାମୀ ୨ରୁ ୩ ମାସ ସତର୍କ ରହିବାକୁ ପଡ଼ିବ। କୋଭିଡ ନିୟମ, ମାସ୍କ ପିନ୍ଧିବା, ସାମାଜିକ ଦୂରତା, ଇଣ୍ଡୋର ଗ୍ୟାଦରିଂକୁ ରୋକିବାକୁ ପଡ଼ିବ। ସଂକ୍ରମଣ କିଛି ଜିଲାରେ ଅଧିକ ରହିଥିଲେ ମଧ୍ୟ ପୂର୍ବ ତୁଳନାରେ କମିଛି। ରାଜ୍ୟର ସାମଗ୍ରିକ ସ୍ଥିତିକୁ ଦେଖି ସମ୍ପୂର୍ଣ୍ଣ ଅନ୍‌ଲକ୍‌ ବିଷୟରେ ଚିନ୍ତା କରାଯିବ। କୋଭିଡ୍‌ ମୃତ୍ୟୁ ଅଡିଟ୍‌ କିଛି ବାକି ଅଛି। ସମସ୍ତ ଡେଥ୍‌ ରିପୋର୍ଟ ଅଡିଟ୍‌ କରାଯିବା ପରେ ମୃତକଙ୍କ ସଂଖ୍ୟା ଦର୍ଶାଯିବ। କୋଭିଡ୍‌ରେ ଯେଉଁମାନଙ୍କର ମୃତ୍ୟୁ ହେଉଛି ସେମାନଙ୍କୁ ମୃତ୍ୟୁ ପ୍ରମାଣପତ୍ର ଦିଆଯାଉଛି। ସେଥିରେ କିଛି ଅସୁବିଧା ନାହିଁ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର।