Posted inଜାତୀୟ

ଖାଲି ସମୟ ଥିଲେ ବରିଷ୍ଠଙ୍କ ଠାରୁ ଆଇନକାନୁନ୍‌ ଶିଖି ଆସନ୍ତୁ; ଓକିଲଙ୍କୁ ଭର୍ତ୍ସନା କଲେ ଡି ଓ୍ବାଇ ଚନ୍ଦ୍ରଚୂଡ

ନୂଆଦିଲ୍ଲୀ,୩୧।୧: ‘ଖାଲି ସମୟ ଥିଲେ ନିଜ ବରିଷ୍ଠଙ୍କ ଠାରୁ କିଛି ଆଇନକାନୁନ୍‌ ଶିଖନ୍ତୁ’। ଏକ ଯାଚିକାର ଶୁଣାଣିବେଳେ ସୁପ୍ରିମକୋର୍ଟ, ଓକିଲ ଓ ଯାଚିକାକର୍ତ୍ତାଙ୍କୁ ଭର୍ତ୍ସନା କରିଛନ୍ତି। ଯାଚିକାରେ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ର ଶାସିତଙ୍କୁ ନ୍ୟାୟଳୟର ନ୍ୟାୟିକ ଆଦେଶ କଡାକଡି ଭାବେ ପାଳନ ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି। ଶୀର୍ଷ ନ୍ୟାୟଳୟ ଏହି ଜନହିତ ଯାଚିକାକୁ ଖାରଜ କରିଛନ୍ତି।

ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତା ବେଞ୍ଚ ଏହି ଜନହିତ ଯାଚିକାକୁ ଖାରଜ କରିଛନ୍ତି। ଶୁଣାଣିବେଳେ ଚନ୍ଦ୍ରଚୂଡ କହିଛନ୍ତି, ନ୍ୟାୟଳୟଙ୍କର ସବୁ ଆଦେଶ ପାଳନ କରିବା ଆବଶ୍ୟକ। ନ୍ୟାୟଳୟ ଆଦେଶରେ ଶାସିତ ହୋଇଥିବା ସବୁ ପକ୍ଷ, ଯିଏ ଅପିଲ ଆଦିରେ ନିର୍ଭର କରିଥାଏ ସେ ଆଦେଶକୁ ପାଳନ କରିବା ପାଇଁ କର୍ତ୍ତବ୍ୟବଦ୍ଧ ଅଟନ୍ତି।

ତେବେ ଯାଚିକାକୁ ନେଇ ଅସନ୍ତୋଷ ଝାଡିବା ସହ କୋର୍ଟ ଆଶ୍ଚର୍ଯ୍ୟବ୍ୟକ୍ତ କରିଛନ୍ତି। କୋର୍ଟ କହିଛନ୍ତି, କିପରି ଏହିସବୁ ଯାଚିକାକୁ ବିଚାର କରି ଏପରି ଆଦେଶକୁ ପାରିତ କରାଯାଇ ପାରିବ? କୋର୍ଟ ତାମିଲନାଡୁର ମଇଦୁର ନିବାସୀ ଯାଚିକାକର୍ତ୍ତା-ଓକିଲ କେକେ ରମେଶଙ୍କୁ ବରିଷ୍ଠ ଆଇନଜୀବୀଙ୍କ ଠାରୁ କିଛି ଆଇନକାନୁନ୍‌ ଶିଖିବାକୁ ପରାମର୍ଶ ଦେଇଛନ୍ତି।

ଶେଷରେ କୋର୍ଟ କହିଛନ୍ତି, ‘ଆମେ ପୂର୍ବରୁ ମଧ୍ୟ କହିଛୁ, ଏପରି ଯାଚିକା ଦାୟର କରନ୍ତୁ ନାହିଁ। ନ୍ୟାୟଳୟଙ୍କ ଆଦେଶକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇ ପାରିବ ନାହିଁ। ଯେଉଁଠାରେ ଅନୁପାଳନ ହୁଏନି ସେଠାରେ ନିର୍ଦ୍ଦେଶ ଦିଆଯାଏ। କାନୁନ୍‌ ଏହା କି, ଆପଣଙ୍କୁ ପାରିତ କରାଯାଇଥିବା ଆଦେଶକୁ ପାଳନ କରିବାକୁ ପଡିବ’।


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା, ସରସ୍ବତୀ ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୪।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ଖାମେନେଇଙ୍କ ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ଟ୍ରମ୍ପଙ୍କୁ ଫୋନ କରିଥିଲେ ନେତାନ୍ୟାହୁ, କହିଥିଲେ ବଡ଼ ଗୁମର କଥା, ଜାଣନ୍ତୁ…

ଓ୍ବାଶିଂଟନ,୨୪।୩: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଦୁବାଇରେ ଧରାପଡ଼ିଲେ ଭାରତର ମୋଷ୍ଟ ୱାଣ୍ଟେଡ ଡ୍ରଗ୍ସ ମାଫିଆ! ଖୁବଶୀଘ୍ର ଆସିବେ ଭାରତ

ନୂଆଦିଲ୍ଲୀ,୨୪।୩: ଭାରତର ଡ୍ରଗ ମାଫିଆଙ୍କ ଜଣେ ପ୍ରମୁଖ ବ୍ୟକ୍ତି ଜସବିନ୍ଦର ଓରଫ ‘ଜାଜ’କୁ ଦୁବାଇରେ ଗିରଫ କରାଯାଇଛି। ଭାରତୀୟ ଏଜେନ୍ସିଗୁଡ଼ିକର ନିର୍ଦ୍ଦେଶରେ ଇଣ୍ଟରପୋଲ ସହାୟତାରେ ଏହି ଅପରେଶନ…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ଇସ୍ରାଏଲ ଉପରେ ମିଶାଇଲ୍ ଆଟାକ୍ କଲା ଇରାନ, ତେହରାନ୍‌ ଆମେରିକା ସହ ଆଲୋଚନା ପାଇଁ ମନାକରିବାରୁ ପୁଣି ବଢ଼ିଲା ତେଲ ଦର

ତେହରାନ୍‌,୨୪।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଆଲୋଚନା ଆରମ୍ଭ କରିବା ପାଇଁ ପ୍ରୟାସ ତୀବ୍ର ହୋଇଛି । ତଥାପି, ପରିସ୍ଥିତି ସ୍ୱାଭାବିକ…

ଇରାନ-ଆମେରିକା ଯୁଦ୍ଧରେ ପାକିସ୍ତାନର ମଧ୍ୟସ୍ଥତାକୁ ନେଇ ଖପ୍ପା ହେଲାଣି କଂଗ୍ରେସ

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଏଡାଇବା ପାଇଁ ଇରାନ ଏବଂ ଆମେରିକା ଆଲୋଚନାରେ ସାମିଲ ହେବାକୁ ରାଜି ହୋଇଛନ୍ତି। ଆମେରିକାର ରାଷ୍ଟ୍ରପତି ଦାବି କରିଛନ୍ତି ଯେ ତିନୋଟି ଦେଶ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri