Categories: ଜାତୀୟ

‘ତୁମେ ୧୦୦ ବର୍ଷ ପର୍ଯ୍ୟନ୍ତ ସରକାରକୁ ନ ଫେରିବା ପାଇଁ ନିଷ୍ପତ୍ତି ନେଇଛ’

ନୂଆଦିଲ୍ଲୀ,୭।୨: କଂଗ୍ରେସ ତା’ର ବୟାନ ଏବଂ କାର୍ଯ୍ୟ ପାଇଁ ୧୦୦ ବର୍ଷ ପର୍ଯ୍ୟନ୍ତ ସରକାରକୁ ଫେରିପାରିବ ନାହିଁ। ଲୋକସଭାରେ ସୋମବାର ଏଭଳି କହି କଂଗ୍ରେସକୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

“ନାଗାଲାଣ୍ଡରେ ୨୪ ଏବଂ ଓଡ଼ିଶାରେ ୨୭ ବର୍ଷ ତଳେ କଂଗ୍ରେସ ସରକାରକୁ ଆସିଥିଲା। ତୁମେ ୨୮ ବର୍ଷ ପୂର୍ବେ ଗୋଆରେ ସଂଖ୍ୟା ଗରିଷ୍ଠତା ସହ ସରକାର ଗଢ଼ିଥିଲା। ଶେଷ ଥର ୧୯୮୮ରେ ତ୍ରିପୁରା ଓ ୧୯୭୨ରେ ପଶ୍ଚିମବଙ୍ଗରେ ଜିତିଥିଲା କଂଗ୍ରେସ। ତୁମେ ତେଲାଙ୍ଗାନାର ସୃଷ୍ଟି ପାଇଁ ଶ୍ରେୟ ନେଇପାର। କିନ୍ତୁ ଏହାର ଲୋକେ ତୁମକୁ ଗ୍ରହଣ କଲେ ନାହିଁ। ଏହା ଦର୍ଶାଉଛି, ପ୍ରତ୍ୟେକ ରାଜ୍ୟ ତୁମକୁ ପ୍ରତ୍ୟାଖ୍ୟାନ କରିସାରିଛନ୍ତି। ନହେଲେ ୫୦ ବର୍ଷ ଧରି ଶାସନ କଲା ପରେ ଦେଶବାସୀ ତୁମକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରି ନ ଥାନ୍ତେ। ଯେଉଁଠାରେ ଲୋକେ ଉଚିତ ବାଟ ବାଛିଛନ୍ତି, ସେଠାରେ ତୁମକୁ ପୂରାଇ ଦେଉ ନାହାନ୍ତି ” ବୋଲି ମୋଦି କହିଛନ୍ତି।

ସେ ଆହୁରି କହିଛନ୍ତି, ଆମେ ଗଣତନ୍ତ୍ରରେ ବିଶ୍ୱାସ କରୁ। ଆଉ ସମାଲୋଚନା ଗଣତନ୍ତ୍ରର ଏକ ଅତ୍ୟାବଶ୍ୟକ ଅଂଶ। ଏଥିରେ ଆମର ବିଶ୍ୱାସ ଅଛି। କିନ୍ତୁ ସବୁକିଛି ଅନ୍ଧ ଭାବେ ବିରୋଧ କରିବା ଉଚିତ ନୁହେଁ।

Share