Posted inଜାତୀୟ

ଜଣେ ଶିଶୁକୁ ହତ୍ୟା କରିପାରିବୁନି

ନୂଆଦିଲ୍ଲୀ,୧୩ା୧୦:ଆମେ ଜଣେ ଶିଶୁକୁ ହତ୍ୟା କରିପାରିବୁ ନାହିଁ ବୋଲି ଗୁରୁବାର ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ଅଜନ୍ମିତ ପିଲା ତଥା ଜୀବନ୍ତ ଭ୍ରୂଣ ଏବଂ ନିଜ ଶରୀର ଉପରେ ମା’ର ନିଷ୍ପତ୍ତି ସ୍ବାୟତ୍ତତା ଅଧିକାର ମଧ୍ୟରେ ସନ୍ତୁଳନ ବଜାୟ ରଖାଯିବା ଜରୁରୀ ବୋଲି ଶୀର୍ଷ ଅଦାଲତ କହିଛନ୍ତି। ଏଥିସହ ଗର୍ଭ ନଷ୍ଟ ଅନୁମତି ଉପରେ ଆପତ୍ତି ଜଣାଇଥିବା କେନ୍ଦ୍ରକୁ ମହିଳାଙ୍କ ଓକିଲଙ୍କ ଜରିଆରେ ତାଙ୍କ ସହ ଆଲୋଚନା କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ବେଳେ ଖଣ୍ଡପୀଠ ଗର୍ଭବତୀ ମହିଳାଙ୍କ ଓକିଲଙ୍କୁ କହିଥିଲେ, ଗର୍ଭସ୍ଥ ଶିଶୁର ହୃଦ୍‌ସ୍ପନ୍ଦନ ବନ୍ଦ କରିବା ପାଇଁ ଆମ ଜରିଆରେ ନୂଆଦିଲ୍ଲୀସ୍ଥିତ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେସ୍‌ (ଏମ୍ସ) ଡାକ୍ତରମାନଙ୍କୁ କୁହାଇବାକୁ ଆପଣ ଚାହୁଁଛନ୍ତି କି? ମହିଳାଙ୍କ ଓକିଲ ‘ନା’ କହିବାରୁ ଖଣ୍ଡପୀଠ କହିଥିଲେ, ଯଦି ମହିଳା ଜଣକ ୨୪ ସପ୍ତାହ ଅପେକ୍ଷା କରିପାରିଲେ ଆଉ କିଛି ସପ୍ତାହ ପାଇଁ ଭ୍ରୂଣକୁ ଗର୍ଭରେ ରଖିପାରିବେ ନାହିଁ? କାରଣ ଏକ ସୁସ୍ଥ ଶିଶୁ ଜନ୍ମ ନେବାର ସମ୍ଭାବନା ରହିଛି। କେନ୍ଦ୍ର ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭଟି କହିଥିଲେ, ଆବେଦନକାରୀଙ୍କ ଓକିଲ ଜଣେ ବଳାତ୍କାର ପୀଡ଼ିତାଙ୍କୁ ଗର୍ଭ ନଷ୍ଟ ପାଇଁ କୋର୍ଟ ଦେଇଥିବା ଅନୁମତିର ଅବତାରଣା କରିଛନ୍ତି। କିନ୍ତୁ ସଦ୍ୟ ମାମଲାର ଆବେଦନକାରୀ ଜଣେ ବଳାତ୍କାର ପୀଡ଼ିତା ନୁହନ୍ତି। ସେ ନାବାଳିକା ମଧ୍ୟ ନୁହନ୍ତି। ଗତ ୨୬ ସପ୍ତାହ ଧରି ସେ କ’ଣ କରୁଥିଲେ? ଜଷ୍ଟିସ୍‌ ଜେ.ବି. ପରଦିଓ୍ବାଲା ଏବଂ ମନୋଜ ମିଶ୍ର ସାମିଲ ଥିବା ଏହି ଖଣ୍ଡପୀଠ ଶୁକ୍ରବାର ପୂର୍ବାହ୍ନ ୧୦ଟା ୩୦ରେ ପରବର୍ତ୍ତୀ ଶୁଣାଣି କରାଯିବା ପୂର୍ବରୁ ମହିଳାଙ୍କ ସହ ଆଲୋଚନା କରିବା ନିମନ୍ତେ ତାଙ୍କ ଓକିଲ ଓ କେନ୍ଦ୍ରର ପ୍ରତିନିଧିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମାମଲା କ’ଣ

ଜଣେ ୨୭ ବର୍ଷୀୟା ବିବାହିତା ମହିଳାଙ୍କ ୨ ସନ୍ତାନ ଥିବାବେଳେ ସେ ତୃତୀୟ ପିଲାକୁ ଗର୍ଭରେ ଧାରଣ କରିଛନ୍ତି। କିନ୍ତୁ ସ୍ବାସ୍ଥ୍ୟଗତ, ଆର୍ଥିକ ଓ ମାନସିକ ସମସ୍ୟା ଯୋଗୁ ଗର୍ଭସ୍ଥ ଶିଶୁର ଲାଳନପାଳନ କରିବାରେ ଅସମର୍ଥ ଥିବା ଦର୍ଶାଇ ୨୬ ସପ୍ତାହର ଗର୍ଭ ନଷ୍ଟ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ୨ ମହିଳା ବିଚାରପତି ଜଷ୍ଟିସ୍‌ ହିମା କୋହଲି ଏବଂ ବି.ଭି. ନାଗରତ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ସୋମବାର ଏନେଇ ତାଙ୍କୁ ଅନୁମତି ଦେଇଥିବାବେଳେ କେନ୍ଦ୍ର ସରକାର ମଙ୍ଗଳବାର ଏକ ଡାକ୍ତରୀ ରିପୋର୍ଟ ସହ ରିକଲ୍‌ ଆପ୍ଲିକେଶନ୍‌ ଦାଖଲକରି ରାୟ ବଦଳାଇବାକୁ ନିବେଦନ କରିଥିଲେ। ବୁଧବାର ୨ ବିଚାରପତି ଏହା ଉପରେ ବିଭାଜିତ ରାୟ ଦେବା ସହ ଉଚିତ ବିଚାର ପାଇଁ ମାମଲାକୁ ବୃହତ୍‌ ପୀଠ ନିକଟକୁ ପଠାଇଥିଲେ। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଗୁରୁବାର ଆବେଦନର ଶୁଣାଣି କରି ଅଜନ୍ମିତ ଶିଶୁ ଓ ସମ୍ପୃକ୍ତ ମହିଳାଙ୍କ ନିଜ ଶରୀର ସମ୍ପର୍କିତ ନିଷ୍ପତ୍ତି ନେବା ଅଧିକାର ମଧ୍ୟରେ ସନ୍ତୁଳନ ରକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

OSRTC ବସ୍‌ ଦୁର୍ଘଟଣା: ୨୯ ଯାତ୍ରୀଙ୍କ ମଧ୍ୟରୁ…

କୋରାପୁଟ,୧୫ା୨(ଅମିତାଭ ବେହେରା): ମାଲକାନଗିରି ଜିଲା ଏମ୍‌ଭି ୭୯ରୁ ବିଶାଖାପାଟଣା ଯାଉଥିବା (ଓଏସଆରଟିସି ) ବସ୍‌ ଆନ୍ଧ୍ରର ସାଲୁର ବାଇପାସ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ର ଷ୍ଟିଅରିଂ ଲକ୍‌…

ଗଞ୍ଜାମ ଉତ୍ସବମୁଖର: ଶିବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ,୧୫ା୨(ଅନାଥ ତରାଇ): ପବିତ୍ର ମହାଶିବରାତ୍ରି ଅବସରରେ ରବିବାର ଗଞ୍ଜାମ ସହର ଉତ୍ସବମୁଖର ହୋଇଉଠିଛି। ସ୍ଥାନୀୟ ପ୍ରସିଦ୍ଧ ଖଣ୍ଡେଶ୍ୱର ମନ୍ଦିରରେ ଭୋର୍‌ ସମୟରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ…

ମହାଶିବରାତ୍ରିରେ ଏହି ୩ ରାଶିର ଖୋଲିବ ଭାଗ୍ୟ, ପାଖକୁ ଆସିବ ପ୍ରଚୁର ଟଙ୍କା

ଶିବ ପୁରାଣ ଅନୁସାରେ ଭଗବାନ ଶିବ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ସମ୍ମୁଖରେ ଏକ ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ। ସେହି ଦିନ ଫାଲ୍‌ଗୁନ ମାସର କୃଷ୍ଣପକ୍ଷର ଚତୁର୍ଦ୍ଦଶୀ…

ଦେବଗଡ଼ର ପରିତ୍ୟକ୍ତ ଶିଶୁ ବଢ଼ିବ ଆମେରିକାରେ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି…

ଦେବଗଡ଼,୧୫ା୨(ଶଶାଙ୍କ ଶେଖର ଝାଙ୍କର): ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଆବେଦନ ଓ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅନୁମୋଦନ ପରେ ବିଗତ ତିନି ବର୍ଷରୁ…

ଟ୍ରେନ୍‌ ଲାଇନ୍‌ ପାର ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି…

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!

ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri