ମାଗଣାରେ ଦେଖି ପାରିବେ ଅଲ୍ଲୁ ଅର୍ଜୁନଙ୍କ ଏହି ଫିଲ୍ମ

ଫିଲ୍ମ ପୁଷ୍ପାର ହିନ୍ଦୀ ଡବିଂ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି। ସାଉଥର ଷ୍ଟାର ଅଲ୍ଲୁ ଅର୍ଜୁନ ସମସ୍ତଙ୍କର ପ୍ରିୟ । ତାଙ୍କର ଫ୍ୟାନ ଫଲୋର୍ସ ସଂଖ୍ୟା ମଧ୍ୟ ଖୁବ ଅଧିକ । ସେଥିମଧ୍ୟରୁ ଫିଲ୍ମରେ ଅଲ୍ଲୁ ଅର୍ଜୁନଙ୍କ ଡାଏଲଗ, ଗୀତ ଓ ଡ୍ୟାନ୍ସ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଏହାରି ମଧ୍ୟରେ ଅଲ୍ଲୁଙ୍କ ଫିଲ୍ମ ଅଲ୍ଲା ବୈକୁଣ୍ଠପୁରମୁଲୁ ହିନ୍ଦୀରେ ରିଲିଜ କରିବା ଲାଗି ପ୍ରସ୍ତୁତି ସାରିଛି। ଏହା ଖୁବ ଶୀଘ୍ର ଦେଖିବାକୁ ମିଳିବ। ହେଲେ ଥିଏଟରରେ ନୁହେଁ, ବରଂ ଘରେ ବସି ଟିଭିରେ ଦେଖି ପାରିବେ ।
ଗୋଲ୍ଡମାଇନ୍ସ ଟେଲିଫିଲ୍ମସ ଏକ ଟୁଇଟ୍‌ ଶେୟାର କରିଛି । ଯେଉଁଥିରେ ଲେଖା ହୋଇଛି ଆଲ୍ଲା ବୈକୁଣ୍ଠପୁରମୁଲୁର ଅପଡେଟ । ଏହା ଥିଏଟରରେ ରିଲିଜ ହେବ ନାହିଁ। ସମସ୍ତ ଦର୍ଶକଙ୍କର ଭଲ ପାଇବାକୁ ଦୃଷ୍ଟିରେ ରଖି ଫିଲ୍ମକୁ ୬ ଫେବୃୟାରୀରେ ଢିଙ୍କଚକ ଟିଭିରେ ରିଲିଜ କରାଯିବ । ଏହାକୁ ଦେଖି ଫ୍ୟାନ୍ସମାନଙ୍କ ମଧ୍ୟ ଉତ୍ସାହ ବଢି ଯାଇଛି। ଅନ୍ୟପଟେ ଏହି ମେଗା ହିଟ ଫିଲ୍ମର ହିନ୍ଦୀ ଭର୍ସନ ୨୬ ଜାନୁୟାରୀରେ ରିଲିଜ ହେବାର ଥିଲା। ହେଲେ ଫିଲ୍ମ ଏବେ ରିଲିଜ କରାଯିବ ନାହିଁ ।

Share