ତୁମେ ଟ୍ୟାଲେଣ୍ଟେଡ କିନ୍ତୁ ସୁନ୍ଦର ନୁହେଁ

ମୁମ୍ବାଇ: ଅନୁଷ୍କା ଶର୍ମା ବଲିଉଡ୍‌ର ଜଣେ ଜଣାଶୁଣା ନାୟିକା । ପାଖାପାଖି ୨ ବର୍ଷ ହେବ ସେ ବଡ ପରଦାଠାରୁ ଦୂରରେ ଥିଲେ ବି ସେ ବଲିଉଡ୍‌ରେ ନିଜର ଦମଦାର ଅଭିନୟ ଯୋଗୁ ତିଆରି କରିଛନ୍ତି ନିଜର ଏକ ଭିନ୍ନ ପରିଚୟ । ଅନୁଷ୍କା ଖୁବ୍ ଷ୍ଟାଇଲିସ୍ ହୋଇଥିବା ବେଳେ ତାଙ୍କର ରହିଛନ୍ତି ଅନେକ ପ୍ରଶଂସକ । ହେଲେ ବଲିଉଡ୍‌ରେ ସେ ଯେତେବେଳେ କ୍ୟାରିୟର ଆରମ୍ଭ କରିଥିଲେ ତାଙ୍କୁ ଜଣେ କହିଥିଲେ ତୁମେ ସୁନ୍ଦର ନୁହେଁ । କରନ ଜୋହରଙ୍କ ଚାଟ୍ ଶୋ’ କଫି ୱିଥ କରନରେ ଅନୁଷ୍କା ନିଜେ ଏ କଥା କହିଥିଲେ । ସେ କହିଥିଲେ ଯେତେବେଳେ ମୁଁ ପ୍ରଥମେ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିଲି ସେତେବେଳେ ମୋତେ ‘ରବ ନେ ବନାଦି ଯୋଡି’ ଫିଲ୍ମର ଅଫର ଥିଲା । ଏହାକୁ ନେଇ ଅନୁଷ୍କା ବି ଖୁବ୍ ଖୁସିଥିଲେ । ଏହି ଫିଲ୍ମକୁ ନେଇ ବଲିଉଡ୍ ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରାଙ୍କ ଅଫିସକୁ ଯାଇଥିଲେ ଅନୁଷ୍କା । ତାଙ୍କୁ ସେଥିରେ ଫିମେଲ ଲିଡ୍ ରୋଲ ଅଫର ମିଳିଥିଲା । ହେଲେ ଆଦିତ୍ୟଙ୍କ ସହ ଦେଖା ହେବା ପରେ ଆଦିତ୍ୟ ଅନୁଷ୍କାଙ୍କୁ କହିଥିଲେ ତୁମେ ଟ୍ୟାଲେଣ୍ଟେଡ କିନ୍ତୁ ଗୁଡ୍ ଲୁକିଂ ନୁହେଁ । ସେଥିପାଇଁ ଇଣ୍ଡଷ୍ଟ୍ରିରେ ତୁମକୁ ବହୁତ ପରିଶ୍ରମ କରିବାକୁ ପଡିବ । ହେଲେ ଅନୁଷ୍କା ଥିଲେ ଲକି । ପ୍ରଥମଥର ସେ ଶାହାରୁଖଙ୍କ ସହ ଅଭିନୟ କରିଥିଲେ ଫିଲ୍ମ ‘ରବ ନେ ବାନାଦି ଯୋଡି’ରେ । ଯାହା ବକ୍ସ ଅଫିସରେ ସୁପର ହିଟ୍ ହୋଇଥିଲା । ୨୦୦୮ରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ଅନୁଷ୍କାଙ୍କୁ ଦେଇଥିଲା ଏକ ଭିନ୍ନ ପରିଚୟ । ଏହାପରେ ସେ ଆଉ ପଛକୁ ନ ଚାହିଁ ଗୋଟିଏ ପରେ ଗୋଟିଏ ଫିଲ୍ମ ସାଇନ୍ କରିବା ଆରମ୍ଭ କରିଥିଲେ ।

Share