ମୌଳିକ ସୁବିଧାରୁ ବଞ୍ଚିତ ନଗଡ଼ା ତୁମୁଣି ଆଦିବାସୀ

କଟକ,୨୮।୬ (କାର୍ତ୍ତିକ ସାହୁ): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ନଗଡ଼ା ନିକଟ ତୁମୁଣି ଅଞ୍ଚଳର ଆଦିବାସୀଙ୍କୁ ସ୍ବାସ୍ଥ୍ୟସେବା, ଶିକ୍ଷା ଓ ଜଳଯୋଗାଣ ଆଦି ମୌଳିକ ସୁବିଧା ନ ମିଳିବା ନେଇ ହାଇକୋର୍ଟରେ ପୁଣି ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ହାଇକୋର୍ଟର ବିଚାରପତି ଶୁଭାଶିଷ ତାଳପତ୍ର ଓ ବିଚାରପତି ସାବିତ୍ରୀ ରଥଙ୍କ ଖଣ୍ଡପୀଠ ମଙ୍ଗଳବାର ମାମଲାର ଶୁଣାଣି କରି ଯାଜପୁର ଜିଲାପାଳଙ୍କୁ ସମ୍ପୃକ୍ତ ଅଞ୍ଚଳକୁ ଯାଇ ସ୍ଥିତି ପରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏସଂକ୍ରାନ୍ତରେ ରିପୋର୍ଟ ଦାଖଲ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓ କେନ୍ଦ୍ର ଆଦିବାସୀ କଲ୍ୟାଣ ବିଭାଗକୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଅଗଷ୍ଟ ୨ ତାରିଖକୁ ଧାର୍ଯ୍ୟ ହୋଇଛି।
ମାମଲାର ବିବରଣୀ ଅନୁଯାୟୀ, ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ନଗଡ଼ା ନିକଟ ଚିଙ୍ଗୁଡ଼ିପାଳ ପଞ୍ଚାୟତ ତୁମୁଣି ଅଞ୍ଚଳରେ ୨୯ଟି ପରିବାରର ପ୍ରାୟ ୨୮୦ ଜୁଆଙ୍ଗ ସମ୍ପ୍ରଦାୟର ଆଦିବାସୀ ବାସ କରନ୍ତି। ଉକ୍ତ ଗ୍ରାମରେ ସ୍ବାସ୍ଥ୍ୟସେବା, ରାଶନ ବିତରଣ କେନ୍ଦ୍ର, ସଡ଼କ ପଥ, ଶ୍ରମ କାର୍ଡ, ବିଦ୍ୟାଳୟ ଆଦି ମୌଳିକ ନାଗରିକ ସୁବିଧା ନାହିଁ। ଏପରିକି ଏହି ଲୋକମାନଙ୍କ ନିମନ୍ତେ ଉପଯୁକ୍ତ ଜଳ ଯୋଗାଣ ବ୍ୟବସ୍ଥା ନାହିଁ। ଏହାଦ୍ୱାରା ଅଧିକାଂଶ ଗ୍ରାମବାସୀ ସେମାନଙ୍କ ଗାଁ ଦେଇ ବହିଯାଉଥିବା ଜଳ ସ୍ରୋତ ବା ଚୁଆ ପାଣି ଉପରେ ନିର୍ଭର କରନ୍ତି। ଅପରିଷ୍କାର ଜଳରେ ଶିଶୁଠାରୁ ବୟସ୍କ ଯାଏ ଗାଧୋଇ ହୁଅନ୍ତି। ଗ୍ରୀଷ୍ମ ଋତୁରେ ଝରଣା ଶୁଖିଗଲେ ପରିସ୍ଥିତି ଅଧିକ ଖରାପ ହୁଏ। ଉପଯୁକ୍ତ ରାସ୍ତାର ଅଭାବ ହେତୁ ଗ୍ରାମବାସୀ ନିକଟସ୍ଥ ଡାକ୍ତରଖାନା, ବିଦ୍ୟାଳୟ, ଓ୍ବାନ ଷ୍ଟପ ସେଣ୍ଟର୍‌, କାର୍ଯ୍ୟସ୍ଥଳୀ ଇତ୍ୟାଦିରେ ପହଞ୍ଚତ୍ବା କଷ୍ଟକର ହୋଇପଡ଼େ। ଏହି ଗ୍ରାମର ସ୍ବାସ୍ଥ୍ୟସେବା ଅତ୍ୟନ୍ତ ଖରାପ। ଉପଯୁକ୍ତ ସ୍ବାସ୍ଥ୍ୟସେବା ଅଭାବରୁ ଅଧିକାଂଶ ଗ୍ରାମବାସୀ ଆଧୁନିକ ପଦ୍ଧତି ବଦଳରେ ସେମାନଙ୍କ ପାରମ୍ପରିକ ଚିକିତ୍ସା ପଦ୍ଧତି ଉପରେ ନିର୍ଭରଶୀଳ। କୌଣସି ମହିଳାଙ୍କ ପ୍ରସବ ଡାକ୍ତରଖାନାରେ ହୁଏ ନାହିଁ। ନିକଟତମ ସ୍ବାସ୍ଥ୍ୟକେନ୍ଦ୍ର କାଳିଆପାଣିରେ ରହିଛି ଯାହା ଉକ୍ତ ଗ୍ରାମଠାରୁ ୨୧ କିଲୋମିଟର ଦୂରରେ। ଅଧିକାଂଶ ଗ୍ରାମବାସୀଙ୍କ ଜବ୍‌ କାର୍ଡ ରହିଛି ହେଲେ ଏଗୁଡ଼ିକ ଗତ ତିନିରୁ ୪ବର୍ଷ ହେବ ଜଣେ ଠିକାଦାରଙ୍କ ନିକଟରେ ଅଛି। ଜବ୍‌କାର୍ଡଧାରୀମାନେ ତାଙ୍କୁ ଜବ୍‌କାର୍ଡ ଫେରାଇବାକୁ କହିଲେ, ତାହା ଫେରସ୍ତ ନ କରି ଓଲଟା ଧମକ ଦେଉଛନ୍ତି। ଆବେଦନକାରୀ ମଣ୍ଟୁ ଦାସ ମୌଳିକ ସୁବିଧା ଉପଲବ୍ଧ କରାଇବା ନିମନ୍ତେ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ହାଇକୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି। ସମ୍ପୃକ୍ତ ଅଞ୍ଚଳର ପ୍ରାମାଣିକ ଫଟୋଚିତ୍ର ମଧ୍ୟ ସେ ହାଇକୋର୍ଟଙ୍କ ନିକଟରେ ଅବଗତି ନିମନ୍ତେ ଉପସ୍ଥାପନ କରିଛନ୍ତି। ସେ ଏହି ମାମଲାରେ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ, ଅନୁସୂଚିତ ଜାତି ଓ ଜନଜାତି ବିଭାଗର ପ୍ରମୁଖ ଶାସନ ସଚିବ, ଯାଜପୁର ଜିଲାପାଳ, ଯୁଗ୍ମ ଶ୍ରମ ଆୟୁକ୍ତ, ଜିଲା ଶିଶୁ ସୁରକ୍ଷା ଅଧିକାରୀ, ସୁକିନ୍ଦା ବିଡିଓଙ୍କ ସମେତ ୧୩ ଜଣଙ୍କୁ ପକ୍ଷଭୁକ୍ତ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଫ୍ରାଜ୍‌ ସୁହେଲ୍‌ ମାମଲା ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri