Categories: ଜାତୀୟ

ରାଲିରେ ଯୋଗ ଦେବାକୁ କଂଗ୍ରେସ ରଖିଲା ସର୍ତ୍ତ: ଆଣିବାକୁ ହେବ ୭୨ ଘଣ୍ଟା ପୂର୍ବରୁ କରାଯାଇଥିବା ଆର୍‌ଟିପିସିଆର୍ ଟେଷ୍ଟ ରିପୋର୍ଟ

ଜୟପୁର,୯ ।୧୨: କଂଗ୍ରେସ ନେତା ଜ୍ୟୋତି ଖଣ୍ଡେଲୱାଲ ରାଷ୍ଟ୍ରୀୟ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖି କହିଛନ୍ତି କି ଜୟପୁରରେ ୧୨ ଡିସେମ୍ବରକୁ ହେବାକୁ ଥିବା ମହଙ୍ଗା ମାଡ ବିରୋଧୀ ରାଲିକୁ ସ୍ଥଗିତ ରଖିବା ଦରକାର । ଜ୍ୟୋତି ଖଣ୍ଡେଲୱାଲ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ସିଡିଏସ୍ ଜେନରାଲ ବିପିନ ରାୱତ ଓ ଅନ୍ୟ ୧୩ ସେନା ଅଧିକାରୀଙ୍କ ପରଲୋକରେ ସାରା ଦେଶ ଦୁଃଖିତ । ତେଣୁ କଂଗ୍ରେସ ଆଗାମୀ ୭ ଦିନ ପର୍ଯ୍ୟନ୍ତ ତା’ର ସମସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା କାର୍ଯ୍ୟକ୍ରମ ଆୟୋଜନ କରିବା ଉଚିତ । ଏହାସହ ଜ୍ୟୋତି ଲେଖିଛନ୍ତି ଜୟପୁରରେ କରୋନା ଭାଇରସର ଓମିକ୍ରନ୍ ଭାରିଏଣ୍ଟକୁ ଦେଖି ମହଙ୍ଗା ବିରୋଧରେ ଆୟୋଜିତ ହେବାକୁ ଥିବା ରାଲିରେ ଯାଗ ଦେବାକୁ ଯାଉଥିବା କର୍ମୀଙ୍କ ପାଇଁ ଏକ ସର୍ତ୍ତ ରଖିଛନ୍ତି । ସେ ଟୁଇଟ୍ କରି କହିଛନ୍ତି ରାଲିରେ ଯୋଗଦେବାକୁ ଯାଉଥିବା କର୍ମକର୍ତ୍ତାମାନେ କରୋନାର ଦୁଇଟି ଡୋଜ ଟିକା ନେଇଥିବା ଆବଶ୍ୟକ ନଚେତ୍ ୭୨ ଘଣ୍ଟା ପୂର୍ବରୁ କରାଯାଇଥିବା ଆର୍‌ଟିପିସିଆର୍ ଟେଷ୍ଟର ନେଗେଟିଭ ରିପୋର୍ଟ ସାଥିରେ ଆଣିବା ଜରୁରୀ । ସୂଚନାଯୋଗ୍ୟ, ମୋଦି ସରକାରଙ୍କ ଦରଦାମ ବୃଦ୍ଧିର ପ୍ରତିବାଦ କରି ଆସନ୍ତା ୧୨ ତାରିଖରେ କଂଗ୍ରେସ ପକ୍ଷରୁ ଏକ ରାଲିର ଆୟୋଜନ କରାଯାଇଛି ।

Share