Posted inଖେଳ

କିଏ ଜିତିବ IPL ଫାଇନାଲ? ଯୋଗରାଜ ସିଂହଙ୍କ ବଡ଼ ଭବିଷ୍ୟବାଣୀ, କୋହଲି ଯଦି…

ନୂଆଦିଲ୍ଲୀ,୩।୬: ଆଜି ଅର୍ଥାତ ଜୁନ ୩ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ IPL ୨୦୨୫ର ଫାଇନାଲ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ପୂର୍ବତନ ଭାରତୀୟ କ୍ରିକେଟର ଯୋଗରାଜ ସିଂହ ଏକ ବଡ଼ ବୟାନ ଦେଇଛନ୍ତି। ଯଦି ବିରାଟ କୋହଲି ପାୱାରପ୍ଲେରେ ଅପରାଜିତ ରୁହନ୍ତି, ତେବେ ସେ ୨୫୦ରୁ ୩୦୦ ରନ କରିପାରିବେ।

ପୂର୍ବ ଖେଳାଳି କହିଛନ୍ତି, ‘ଯଦି ପଞ୍ଜାବ କିଙ୍ଗ୍ସ ବିରାଟ କୋହଲିଙ୍କୁ ଶୀଘ୍ର ଆଉଟ କରିପାରିବ ନାହିଁ, ତେବେ ସେମାନଙ୍କୁ ବହୁତ ଅସୁବିଧା ହୋଇପାରେ। ଯଦି ବିରାଟ କୋହଲି ପାୱାରପ୍ଲେରେ ଆଉଟ ହୁଅନ୍ତି ନାହିଁ, ତେବେ ସେ ୨୫୦ ରୁ ୩୦୦ ରନ କରିପାରିବେ। କିନ୍ତୁ ପଞ୍ଜାବ ଏହି ମ୍ୟାଚ ଜିତିବ ବୋଲି ମୋ’ ଆଶା।

ପଞ୍ଜାବ ପାଖରେ ବହୁତ ଭଲ ଅଧିନାୟକ ଅଛନ୍ତି ଏବଂ ସେ ଜଣେ ମହାନ ଖେଳାଳି ମଧ୍ୟ। ଶ୍ରେୟସ ଆୟର ଏପର୍ଯ୍ୟନ୍ତ ସିଜିନରେ ଚମତ୍କାର ବ୍ୟାଟିଂ କରିଛନ୍ତି। ଏହି ମ୍ୟାଚ ପଞ୍ଜାବର ଅଧିନାୟକ ଏବଂ ବିରାଟ କୋହଲିଙ୍କ ମଧ୍ୟରେ ରହିବ। ଯଦି RCB ପାଖରେ ବିରାଟ ଅଛି, ତେବେ ପଞ୍ଜାବ ପାଖରେ ଶ୍ରେୟସ ଆୟର ଅଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଯଦି ବିରାଟ ଯେକୌଣସି ପରିସ୍ଥିତିରେ RBକୁ ମ୍ୟାଚ ଜିତାଇପାରିବେ, ତେବେ ଶ୍ରେୟସ ମଧ୍ୟ ଏହା କରିପାରିବେ।

ବିରାଟ କୋହଲି ଅରେଞ୍ଜ କ୍ୟାପ ଦୌଡ଼ରେ ରହିଛନ୍ତି। ସେ ଏପର୍ଯ୍ୟନ୍ତ ୧୪ ମ୍ୟାଚ ରେ ୫୫.୮୨ ହାରରେ ୬୧୪ ରନ କରିଛନ୍ତି। ସେ ଅରେଞ୍ଜ କ୍ୟାପ ଦୌଡ଼ରେ ପଞ୍ଚମ ସ୍ଥାନରେ ଅଛନ୍ତି। ଶ୍ରେୟସ ଆୟରଙ୍କ ବିଷୟରେ କହିବାକୁ ଗଲେ, ସେ ୧୬ ମ୍ୟାଚ୍‌ରେ ୫୪ରୁ ଅଧିକ ହାରରେ ୬୦୩ ରନ କରିଛନ୍ତି। ସେ ଏହି ତାଲିକାରେ ଷଷ୍ଠ ସ୍ଥାନରେ ଅଛନ୍ତି। ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି।

ଆପଣଙ୍କୁ କହି ରଖୁଛୁ ଯେ ଏପର୍ଯ୍ୟନ୍ତ ଏହି ଉଭୟ ଦଳ ଥରେ ହେଲେ ମଧ୍ୟ IPL ଟ୍ରଫି ଜିତି ନାହାଁନ୍ତି। ବର୍ତ୍ତମାନ ଫାଇନାଲରେ ଏହି ଦୁଇ ଦଳ କିପରି ପ୍ରଦର୍ଶନ କରନ୍ତି ତାହା ଦେଖିବା ବହୁତ ଗୁରୁତ୍ୱପୂର୍ଣ୍ଣ ହେବ? ସମସ୍ତ ପ୍ରଶଂସକଙ୍କ ନଜର ଶ୍ରେୟସ ଆୟର ଏବଂ ବିରାଟ କୋହଲିଙ୍କ ଉପରେ ମଧ୍ୟ ରହିବ। ଯଦି ପଞ୍ଜାବ ଏହି ମ୍ୟାଚ ଜିତିବାକୁ ଚାହୁଁଛି, ତେବେ ସେମାନଙ୍କୁ ଯଥାଶୀଘ୍ର ବିରାଟଙ୍କୁ ଆଉଟ କରିବାକୁ ପଡିବ ଏବଂ ଯଦି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏହି ସିଜିନର ଟ୍ରଫି ଜିତିବାକୁ ଚାହୁଁଛି, ତେବେ ସେମାନଙ୍କୁ ଶ୍ରେୟସଙ୍କ ୱିକେଟ ନେବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଟ୍ରମ୍ପ ଛାନିଆ! ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୫।୩:  ଇରାନ ଆମେରିକାର ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ଏହି ଦାବି କରାଯାଇଛି । ଆମେରିକା ଦେଇଥିବା ପ୍ରସ୍ତାବକୁ ଇରାନ…

ସର୍ବଦଳୀୟ ବୈଠକ ସମୟରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ, ‘ଆମେ ଦଲାଲ ଦେଶ ହୋଇପାରିବୁନି’

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଇରାନ…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri