Posted inଖେଳ

କିଏ ଜିତିବ IPL ଫାଇନାଲ? ଯୋଗରାଜ ସିଂହଙ୍କ ବଡ଼ ଭବିଷ୍ୟବାଣୀ, କୋହଲି ଯଦି…

ନୂଆଦିଲ୍ଲୀ,୩।୬: ଆଜି ଅର୍ଥାତ ଜୁନ ୩ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ IPL ୨୦୨୫ର ଫାଇନାଲ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ପୂର୍ବତନ ଭାରତୀୟ କ୍ରିକେଟର ଯୋଗରାଜ ସିଂହ ଏକ ବଡ଼ ବୟାନ ଦେଇଛନ୍ତି। ଯଦି ବିରାଟ କୋହଲି ପାୱାରପ୍ଲେରେ ଅପରାଜିତ ରୁହନ୍ତି, ତେବେ ସେ ୨୫୦ରୁ ୩୦୦ ରନ କରିପାରିବେ।

ପୂର୍ବ ଖେଳାଳି କହିଛନ୍ତି, ‘ଯଦି ପଞ୍ଜାବ କିଙ୍ଗ୍ସ ବିରାଟ କୋହଲିଙ୍କୁ ଶୀଘ୍ର ଆଉଟ କରିପାରିବ ନାହିଁ, ତେବେ ସେମାନଙ୍କୁ ବହୁତ ଅସୁବିଧା ହୋଇପାରେ। ଯଦି ବିରାଟ କୋହଲି ପାୱାରପ୍ଲେରେ ଆଉଟ ହୁଅନ୍ତି ନାହିଁ, ତେବେ ସେ ୨୫୦ ରୁ ୩୦୦ ରନ କରିପାରିବେ। କିନ୍ତୁ ପଞ୍ଜାବ ଏହି ମ୍ୟାଚ ଜିତିବ ବୋଲି ମୋ’ ଆଶା।

ପଞ୍ଜାବ ପାଖରେ ବହୁତ ଭଲ ଅଧିନାୟକ ଅଛନ୍ତି ଏବଂ ସେ ଜଣେ ମହାନ ଖେଳାଳି ମଧ୍ୟ। ଶ୍ରେୟସ ଆୟର ଏପର୍ଯ୍ୟନ୍ତ ସିଜିନରେ ଚମତ୍କାର ବ୍ୟାଟିଂ କରିଛନ୍ତି। ଏହି ମ୍ୟାଚ ପଞ୍ଜାବର ଅଧିନାୟକ ଏବଂ ବିରାଟ କୋହଲିଙ୍କ ମଧ୍ୟରେ ରହିବ। ଯଦି RCB ପାଖରେ ବିରାଟ ଅଛି, ତେବେ ପଞ୍ଜାବ ପାଖରେ ଶ୍ରେୟସ ଆୟର ଅଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଯଦି ବିରାଟ ଯେକୌଣସି ପରିସ୍ଥିତିରେ RBକୁ ମ୍ୟାଚ ଜିତାଇପାରିବେ, ତେବେ ଶ୍ରେୟସ ମଧ୍ୟ ଏହା କରିପାରିବେ।

ବିରାଟ କୋହଲି ଅରେଞ୍ଜ କ୍ୟାପ ଦୌଡ଼ରେ ରହିଛନ୍ତି। ସେ ଏପର୍ଯ୍ୟନ୍ତ ୧୪ ମ୍ୟାଚ ରେ ୫୫.୮୨ ହାରରେ ୬୧୪ ରନ କରିଛନ୍ତି। ସେ ଅରେଞ୍ଜ କ୍ୟାପ ଦୌଡ଼ରେ ପଞ୍ଚମ ସ୍ଥାନରେ ଅଛନ୍ତି। ଶ୍ରେୟସ ଆୟରଙ୍କ ବିଷୟରେ କହିବାକୁ ଗଲେ, ସେ ୧୬ ମ୍ୟାଚ୍‌ରେ ୫୪ରୁ ଅଧିକ ହାରରେ ୬୦୩ ରନ କରିଛନ୍ତି। ସେ ଏହି ତାଲିକାରେ ଷଷ୍ଠ ସ୍ଥାନରେ ଅଛନ୍ତି। ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି।

ଆପଣଙ୍କୁ କହି ରଖୁଛୁ ଯେ ଏପର୍ଯ୍ୟନ୍ତ ଏହି ଉଭୟ ଦଳ ଥରେ ହେଲେ ମଧ୍ୟ IPL ଟ୍ରଫି ଜିତି ନାହାଁନ୍ତି। ବର୍ତ୍ତମାନ ଫାଇନାଲରେ ଏହି ଦୁଇ ଦଳ କିପରି ପ୍ରଦର୍ଶନ କରନ୍ତି ତାହା ଦେଖିବା ବହୁତ ଗୁରୁତ୍ୱପୂର୍ଣ୍ଣ ହେବ? ସମସ୍ତ ପ୍ରଶଂସକଙ୍କ ନଜର ଶ୍ରେୟସ ଆୟର ଏବଂ ବିରାଟ କୋହଲିଙ୍କ ଉପରେ ମଧ୍ୟ ରହିବ। ଯଦି ପଞ୍ଜାବ ଏହି ମ୍ୟାଚ ଜିତିବାକୁ ଚାହୁଁଛି, ତେବେ ସେମାନଙ୍କୁ ଯଥାଶୀଘ୍ର ବିରାଟଙ୍କୁ ଆଉଟ କରିବାକୁ ପଡିବ ଏବଂ ଯଦି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏହି ସିଜିନର ଟ୍ରଫି ଜିତିବାକୁ ଚାହୁଁଛି, ତେବେ ସେମାନଙ୍କୁ ଶ୍ରେୟସଙ୍କ ୱିକେଟ ନେବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri