Posted inଜାତୀୟ

ଯୋଗୀଙ୍କ ଶାସନ: ୩ ବର୍ଷରେ ୧୧୨ ଏନ୍‌କାଉଣ୍ଟର

ନୂଆଦିଲ୍ଲୀ, ୧୨।୭: ଉତ୍ତରପ୍ରଦେଶରେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କ ଏନ୍‌କାଉଣ୍ଟର ପରେ ଏବେ ୫ ବର୍ଷର ଏନ୍‌କାଉଣ୍ଟର ତଥ୍ୟ ନେଇ ସାରା ଦେଶରେ ଚର୍ଚ୍ଚା ଜାରି ରହିଛି। ଅପରାଧୀଙ୍କୁ ଏନ୍‌କାଉଣ୍ଟର କରାଯିବା କିଛି ନୂଆ ଘଟଣା ନୁହେଁ। ୨୦୧୨-୧୩ରୁ ୨୦୧୭-୧୮ ଗତ ୫ ବର୍ଷ ମଧ୍ୟରେ ଦେଶରେ ୮୨୮ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରାଯାଇଛି। ସେଥିମଧ୍ୟରେ ୧୦୧୪-୧୫ରେ ସର୍ବାଧିକ ୧୮୮ ଏନ୍‌କାଉଣ୍ଟର ହୋଇଛି। ଏସବୁ ଏନ୍‌କାଉଣ୍ଟର ମଧ୍ୟରେ ୨୦୧୩ଠାରୁ ୨୦୧୭ ମଧ୍ୟରେ ଗତ ୫ ବର୍ଷରେ ୨୫୬ ଫେକ୍‌ ଏନ୍‌କାଉଣ୍ଟର ଘଟଣା ଘଟିଛି। ୨୦୧୫ରେ ସର୍ବାଧିକ ୧୪୦ଟି ଫେକ୍‌ ଏନ୍‌କାଉଣ୍ଟର ହୋଇଛି। ଦେଶର ୫ଟି ରାଜ୍ୟ ଫେକ୍‌ ଏନ୍‌କାଉଣ୍ଟର ତାଲିକାରେ ରହିଛନ୍ତି। ଉତ୍ତରପ୍ରଦେଶ ସହିତ ଆସାମ, ଛତିଶଗଡ଼, ମେଘାଳୟ ଏବଂ ଝାଡ଼ଖଣ୍ଡରେ ଏନ୍‌କାଉଣ୍ଟର ଘଟଣା ପ୍ରାୟତଃ ଘଟିଥାଏ।ଫେକ୍‌ ଏନ୍‌କାଉଣ୍ଟର ଘଟଣାରେ ଉତ୍ତରପ୍ରଦେଶ ମଧ୍ୟ ଆଗୁଆ ରହିଛି। ଏଠାରେ ଏହି ସମୟ ମଧ୍ୟରେ ୪୫ ପ୍ରତିଶତ ଫେକ୍‌ ଏନ୍‌କାଉଣ୍ଟର ଘଟିଛି। ଆପରାଧୀକ ଘଟଣାରେ ଉତ୍ତରପ୍ରଦେଶ ସବୁବେଳେ ଆଗରେ ରହିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଶାସନର ୩ ବର୍ଷ ମଧ୍ୟରେ ରାଜ୍ୟରେ ୧୬ ଏନ୍‌କାଉଣ୍ଟର ହୋଇଥିଲା। ତେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରରେ ଗତ ୩ ବର୍ଷ ମଧ୍ୟରେ ଏହା ୭ଗୁଣା ବୃଦ୍ଧି ପାଇ ୧୧୨ରେ ପହଞ୍ଚିଛି। ୨୦୧୮ରେ ଦେଶରେ ୨୨ ଫେକ୍‌ ଏନ୍‌କାଉଣ୍ଟର କରାଯାଇଥିବାବେଳେ ସେଥିମଧ୍ୟରୁ ଉତ୍ତରପ୍ରଦେଶ ୭୭ ପ୍ରତିଶତ ଅର୍ଥାତ୍‌ ୧୭ଟି ଘଟଣା ଘଟିଛି। ୨୦୧୨ରୁ ୨୦୧୭ ମଧ୍ୟରେ ଉତ୍ତରପ୍ରଦେଶ ସରକାର ଫେକ୍‌ ଏନ୍‌କାଉଣ୍ଟର ଯୋଗୁ ସର୍ବାଧିକ ୧୩ କୋଟି ୨୩ ଲକ୍ଷ ଟଙ୍କାର କ୍ଷତିପୂରଣ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri