Categories: ଜାତୀୟ

ଯୋଗୀଙ୍କ ମିଶନ ଶକ୍ତି ଯୋଜନା: ୨ ଦିନରେ ୧୪ ବଳାତ୍କାର ଅଭିଯୁକ୍ତଙ୍କ ଫାଶୀ, ୨୦ଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ

ଲକ୍ଷ୍ନୌ, ୨୦।୧୦: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମିଶନ ଶକ୍ତି ଯୋଜନାର ଲୋକାର୍ପଣ କରିବାର ୨ ଦିନ ମଧ୍ୟରେ ୧୪ ବଳାତ୍କାର ଅଭିଯୁକ୍ତଙ୍କ ଫାଶୀ ଦଣ୍ଡାଦେଶ କରାଯାଇଛି। ସେହିପରି ୨୦ ଜଣ ଅଭିଯୁକ୍ତଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ କରାଯାଇଛି। ଯୋଗୀ ରାଜ୍ୟରେ ଝିଅ ବୋହୂଙ୍କ ସୁରକ୍ଷା ପାଇଁ ମିଶନ ଶକ୍ତି ଯୋଜନାର ଶୁଭାରମ୍ଭ କରିବା ପରେ ପରେ ଅଭିଯୁକ୍ତଙ୍କୁ ଏଭଳି ଦଣ୍ଡାଦେଶ କରାଯାଇଛି। ୧୧ଟି ମାମଲାରେ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ କରାଯାଇଛି। ସେହିପରି ଅନ୍ୟ ୧୧ଟି ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ କରାଯାଇଛି। ଅପରପକ୍ଷରେ ୮ଟି ମାମଲାରେ ୨୨ ଅଭିଯୁକ୍ତଙ୍କୁ ଜେଲ ଏବଂ ଜରିମାନା ଦଣ୍ଡାଦେଶ କରାଯାଇଛି। ୮୮ ମାମଲାରେ ୧୧୭ ଅଭିଯୁକ୍ତଙ୍କ ଜାମିନ ଖାରଜ କରାଯାଇଛି। ୪୧ ଅପରାଧୀଙ୍କୁ ଜିଲାରୁ ବାହାର ଯିବା ଲାଗି ନିର୍ଦ୍ଦେଶ ଜାରି ହୋଇଛି। ସେହିପରି ୩୦ ମାମଲାର ଚାର୍ଜଶିଟ୍‌ ଦାଖଲ କରାଯାଇଛି।

Share