Categories: ଜାତୀୟ

ଯୋଗୀ ଲୋକଙ୍କର ପ୍ରଥମ ପସନ୍ଦ, କେଜରିୱାଲ ଦ୍ୱିତୀୟ-ମମତା ତୃତୀୟ…

ନୂଆଦିଲ୍ଲୀ,୨।୨ : ବର୍ତ୍ତମାନ ଦେଶର ୩୦ ଟି ରାଜ୍ୟରେ ର୍ନିବାଚିତ ସରକାର ଅଛନ୍ତି। ଏଥିରେ ଦିଲ୍ଲୀ ଏବଂ ପୁଡୁଚେରୀ ଭଳି କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟ ଅନ୍ତର୍ଭୁକ୍ତ। ସମ୍ପ୍ରତି ଏକ ସର୍ଭେରୁ ଜଣାପଡ଼ିଛି ଯେ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲୋକଙ୍କର ପ୍ରଥମ ପସନ୍ଦର ସ୍ଥାନରେ ଅଛନ୍ତି। ଏହାପଛକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଦ୍ୱିତୀୟ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୃତୀୟ ସ୍ଥାନରେ ଅଛନ୍ତି।

ସର୍ଭେରେ ଲୋକଙ୍କୁ ସେମାନଙ୍କର ପସନ୍ଦର ସର୍ବୋତ୍ତମ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ମତାମତ ପଚରାଯାଇଥିଲା। ଏଥିରେ ଲୋକମାନେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସେମାନଙ୍କର ପ୍ରଥମ ପସନ୍ଦ ବୋଲି କହିଥିଲେ।

ସର୍ଭେରେ ୩୯.୧ ପ୍ରତିଶତ ଲୋକ ଯୋଗୀ ଆଦିତ୍ୟନାଥଙ୍କୁ ସର୍ବୋତ୍ତମ ପ୍ରଦର୍ଶନକାରୀ ମୁଖ୍ୟମନ୍ତ୍ରୀ ଭାବରେ ମତ ଦେଇଥିଲେ।

୧୬ ପ୍ରତିଶତ ଲୋକ ଅରବିନ୍ଦ କେଜରିୱାଲଙ୍କୁ ପସନ୍ଦ କରିଥିବାବେଳେ ୭.୩ ପ୍ରତିଶତ ଲୋକ ଶ୍ରେଷ୍ଠ ପ୍ରଦର୍ଶନକାରୀ ମୁଖ୍ୟମନ୍ତ୍ରୀ ତାଲିକାରେ ତୃତୀୟ ସ୍ଥାନରେ ମମତା ବାନାର୍ଜୀଙ୍କୁ ପସନ୍ଦ କରିଛନ୍ତି।

ସର୍ଭେ ଅନୁଯାୟୀ, ଯୋଗୀଙ୍କ ଲୋକପ୍ରିୟତା ତାଙ୍କ କାମ ଯୋଗୁଁ ବୃଦ୍ଧି ପାଇଛି। ଏଥି ସହିତ ଗତ ବର୍ଷ ଅଗଷ୍ଟ ତୁଳନାରେ ଅରବିନ୍ଦ କେଜରିୱାଲଙ୍କ ଲୋକପ୍ରିୟତା ୬ ପ୍ରତିଶତ ହ୍ରାସ ପାଇଛି। ଅଗଷ୍ଟ ୨୦୨୨ ରେ, କେଜରିୱାଲ ୨୨ ପ୍ରତିଶତ ଲୋକଙ୍କ ପସନ୍ଦ ଥିଲେ। ଗତ ବର୍ଷ ଠାରୁ ମମତା ବାନାର୍ଜୀଙ୍କ ଲୋକପ୍ରିୟତା ମଧ୍ୟ ୧ ପ୍ରତିଶତ ହ୍ରାସ ପାଇଛି।

ସର୍ଭେରେ ୧,୪୦,୯୧୭ ଲୋକ ଅଂଶଗ୍ରହଣ କରିଥିଲେ।

Share