Categories: ଜାତୀୟ

ରାଜଧାନୀରେ ଯୋଗୀଙ୍କ ବୁଲ୍‌ଡୋଜର, ୧୫୦ କୋଟିର ଜମିରୁ ହଟିଲା ଜବର ଦଖଲ…

ନୂଆଦିଲ୍ଲୀ,୨୨।୭: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ଜବର ଦଖଲ ହଟାଇବା ଅଭିଯାନ ଜାରି ରଖିଛନ୍ତି। ଏବେ ଯୋଗୀ ଦିଲ୍ଲୀରେ ପହଞ୍ଚିଛନ୍ତି। ଏଠାରେ ମଦନପୁର ଖାଦରଠାରେ ଥିବା ରୋହିଙ୍ଗା କ୍ୟାମ୍ପ୍‌କୁ ହଠାଇ ଦିଆଯାଇଛି। ଉତ୍ତରପ୍ରଦେଶ ଜଳସେଚନ ବିଭାଗର ୨.୧୦ ହେକ୍ଟର ଜମି ଉପରେ ରୋହିଙ୍ଗ୍ୟା କ୍ୟାମ୍ପ୍‌ ରହିଥିଲା। ଏହାର ଆନୁମାନିକ ମୂଲ୍ୟ ୧୫୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଗୁରୁବାର ଭୋର୍‌ ୪ଟାଠାରୁ ଏଠାରେ ଜବର ଦଖଲ ହଟାଇବା ଅଭିଯାନ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଥିଲା।

Share