ଐତିହ୍ୟ-ପାରମ୍ପରିକ ଲୋକକଥାର କାହାଣୀ କହେ ଯୋଗୀମଠ ଜଳପ୍ରପାତ, ବିଡିଓ କହିଲେ ରାସ୍ତା ସହ…

ଦାରିଙ୍ଗବାଡ଼ି,୨୬ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଏକାଧିକ ପର୍ଯ୍ୟଟନକ୍ଷେତ୍ର ରହିଛି। ସେଥିମଧ୍ୟରୁ ଯୋଗୀମଠ ଜଳପ୍ରପାତ ଅନ୍ୟତମ। ତେବେ ଯୋଗୀମଠ ଜଳପ୍ରପାତରେ ପହଞ୍ଚିବା ପାଇଁ ସବୁଦିନିଆ ପକ୍କା ରାସ୍ତା ନ ଥିବାବେଳେ ସାମଜିକ ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ପ୍ରାୟ ସେଠାରେ ହେଉନାହିଁ। ଏତେ ସୁନ୍ଦର ପରିବେଶ ମଧ୍ୟରେ ରହିଥିବା ଉକ୍ତ ଯୋଗୀମଠ ଐତିହ୍ୟ ଓ ପାରମ୍ପରିକ ଲୋକ କଥା ରହିଛି। କୁହାଯାଏ, ଉକ୍ତ ଜଳପ୍ରପାତରେ ପୂର୍ବଜମାନେ ଜପତପ କରି ମନ ଓ ଶରୀରକୁ ସୁସ୍ଥ ରଖୁଥିଲେ। ଯୋଗୀମଠ ଜଳପ୍ରପାତରେ ବିଶାଳ ପଥର ଖଣ୍ଡ ଖଣ୍ଡ ତଥା ଥାକଥାକ ହୋଇ ସଜେଇଲା ଭଳି ରହିଛି ଏବଂ ପ୍ରାୟ ୪୦ ଫୁଟ ଉଚ୍ଚତାରୁ ଜଳ ପଡୁଛି ଯାହାକି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ୪ ପଟେ ପାହାଡ଼ ସହ ଘଞ୍ଚ ଜଙ୍ଗଲ ଘେରି ରହିଛି। ସେହି ସ୍ଥାନରେ ଅଧିକ ଥଣ୍ଡା ଅନୁଭୂତ ହେବା ସହ ଶାନ୍ତ ପରିବେଶ ଏକ ଅନନ୍ୟ ଅନୁଭୂତି ଯୋଗାଉଛି। ଯୋଗୀମଠକୁ ନେଇ ଗବେଷକମାନେ ଗବେଷଣା କରୁଥିବା ମଧ୍ୟ କୁହାଯାଉଛି।

ପ୍ରକାଶ ଯେ, ଯୋଗୀମଠ ଜଳପ୍ରପାତକୁ ଯିବାକୁ ହେଲେ ଦାରିଙ୍ଗବାଡ଼ି ବ୍ଲକ ହେଡ୍‌ କ୍ୱାର୍ଟରଠାରୁ ସରାମୁଳି ପଞ୍ଚାୟତକୁ ପ୍ରାୟ ୫୦ କିମି ଯିବାକୁ ପଡ଼ିବ। ସେଠାରୁ ପ୍ରାୟ ୧୦ କିମି ଦୂର ଯିବା ପରେ ଯୋଗୀମଠ ଜଳପ୍ରପାତରେ ପହଞ୍ଚିବେ। ତେବେ ସବୁଦିନିଆ ରାସ୍ତା ନ ଥିବାରୁ ପର୍ଯ୍ୟଟକ ସେଠାକୁ ଯିବାକୁ ମଙ୍ଗୁ ନାହାନ୍ତି ଚଳିତ ବର୍ଷ ସେଠାରେ ପହଞ୍ଚିବା ପାଇଁ ରାସ୍ତା ନିର୍ମାଣ କାର୍ଯ୍ୟ ସହ ପାହାଚ କରାଯାଉଛି। ଏକ ସଂଯୋଗୀ ରାସ୍ତାରେ ନାଳ ବାଧକ ସାଜିଥିବାରୁ ସେଠାରେ ଦୀର୍ଘ କଲଭର୍ଟ ନିର୍ମାଣ କରାଯିବ ବୋଲି ବିଡିଓ ପ୍ରୀତିରଞ୍ଜନ ରଥ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri