Categories: ଜାତୀୟ

ଦଶହରାରେ କନ୍ୟା ପୂଜନ କଲେ ଯୋଗୀ: ସୋସିଆଲ୍‌ ମିଡ଼ିଆରେ ଅପଲୋଡ୍‌ କଲେ ଫଟୋ

ଗୋରଖପୁର, ୨୫।୧୦: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦଶହରା ଅବସରରେ ରବିବାର କନ୍ୟା ପୂଜନ କରିଛନ୍ତି। ଗୋରଖପୁରରେ ଯୋଗୀ ନିଜ ହାତରେ କନ୍ୟାଙ୍କ ପାଦ ଧୋଇ ମଥାରେ ତିଳକ ଲଗାଇ ପୂଜାର୍ଚ୍ଚନା କରିଛନ୍ତି। ଏହାପରେ କନ୍ୟାମାନଙ୍କୁ ନିଜ ହାତରେ ଖୁଆଇଛନ୍ତି। ଏସମ୍ପର୍କରେ ଯୋଗୀ ଟୁଇଟ୍‌ କରି ଜଣାଇବା ସହିତ ଫଟୋ ଅପଲୋଡ୍‌ କରିଛନ୍ତି। ଯୋଗୀ କନ୍ୟା ପୂଜନ କରୁଥିବାର ଫଟୋ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share