Categories: ଜାତୀୟ

ଯୋଗୀ ସରକାରଙ୍କ ଯୋଜନା, ୨ ବର୍ଷରେ ୫୦ ମାଫିଆ-୧୨୦୦ କୋଟି ସମ୍ପତି ଜବତ ଲକ୍ଷ୍ୟ…

ଲକ୍ଷ୍ନୌ, ୨୫।୪ : ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଅପରାଧୀଙ୍କ ବିରୋଧରେ ଅଭିଯାନକୁ ଆହୁରି ଜୋରଦାର କରିବାକୁ ଯାଉଛନ୍ତି। ଆସନ୍ତା ଦୁଇ ବର୍ଷ ମଧ୍ୟରେ ରାଜ୍ୟର ୫୦ ବଡ ମାଫିଆଙ୍କୁ ସମ୍ପୂର୍ଣ୍ଣ ଭାବେ ଦମନ କରିବାକୁ ଏକ ଯୋଜନା ପ୍ରସ୍ତୁତ କରାଯାଇଛି। ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ଉପସ୍ଥାପନ କରାଯାଇଥିବା ଯୋଜନା ଅନୁଯାୟୀ ଆସନ୍ତା ଦୁଇ ବର୍ଷ ମଧ୍ୟରେ ମାଫିଆଙ୍କର ୧୨୦୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରାଯିବ। ପରବର୍ତ୍ତୀ ଲୋକ ସଭା ନିର୍ବାଚନ ପୂର୍ବରୁ ସରକାର ଅପରାଧ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ନିଜର ଭାବମୂର୍ତ୍ତିକୁ ନିର୍ମଳ କରିବାକୁ ଚାହୁଁଛନ୍ତି ବୋଲି କୁହାଯାଉଛି।

ସୂଚନାନୁସାରେ, ଯୋଗୀଙ୍କୁ ପୋଲିସ ଦେଇଥିବା ଉପସ୍ଥାପନାରେ କୁହାଯାଇଛି ଯେ୧୦୦ ଦିନ ମଧ୍ୟରେ ୨୫ ମାଫିଆଙ୍କ ବଦଳରେ ୫୦ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ସମୀକ୍ଷା କରାଯିବ ଏବଂ କୋର୍ଟରେ ବିଚାରାଧୀନ ମାମଲାକୁ ତ୍ୱରାନ୍ବିତ କରାଯାଇ ଦୋଷ ସାବ୍ୟସ୍ତ ପ୍ରମାଣିତ ହେବ।

ଆଗାମୀ ୧୦୦ ଦିନ ମଧ୍ୟରେ ଖଣି, ମଦ, ପ୍ରାଣୀ, ଜଙ୍ଗଲ, ଜମି ମାଫିଆ ଚିହ୍ନଟ କରି ଗ୍ୟାଙ୍ଗଷ୍ଟର ଆକ୍ଟର ଧାରା ୧୪ (୧) ଅନୁଯାୟୀ ୫୦୦ କୋଟି ଟଙ୍କା ଜବତ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୧୦ ଜଣ ବଡ଼ ଅପରାଧୀଙ୍କୁ ଚିହ୍ନଟ କରାଯିବା ସହିତ ରାଜ୍ୟର ପ୍ରାୟ ୧୫,୦୦୦ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଆସନ୍ତା ଛଅ ମାସ ମଧ୍ୟରେ ଗ୍ୟାଙ୍ଗଷ୍ଟର ଅଧିନିୟମ ଅନୁଯାୟୀ ୮୦୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରିବାକୁ ରାଜ୍ୟ ପୋଲିସ ଲକ୍ଷ୍ୟ ଧାର୍ଯ୍ୟ କରିଛି। ବଜାର ଏବଂ ଜନଗହଳି ପୂର୍ଣ୍ଣ ସ୍ଥାନରେ ସାରେ ସମସ୍ତ ଜିଲାରେ ପୋଲିସ ପକ୍ଷରୁ ଚାଲି ଚାଲି ପାଟ୍ରୋଲିଂକୁ ବୃଦ୍ଧି କରାଯିବ। ରାଜ୍ୟର ୧୦ ଟି ଜିଲାରେ ହାଇ-ଟେକ ଲ ଆଣ୍ଡ ଅର୍ଡର କ୍ୟୁଆରଟି ଟିମ୍‌ ଗଠନ କରାଯିବ।

Share