Categories: ଜାତୀୟ

ଏଜୁକେଶନ କମିଶନ ଗଠନ କରିବେ ଯୋଗୀ ଆଦିତ୍ୟନାଥ ସରକାର

ଲକ୍ଷ୍ନୌ,୩ ।୧: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ସ୍ଥିର କରିଛନ୍ତି କି ରାଜ୍ୟରେ ଶିକ୍ଷା ଆୟୋଗ ବା ଏଜୁକେଶନ କମିଶନ କଠନ କରାଯିବ । ଏହାକୁ ନେଇ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜେ ଏହାର ଅଧ୍ୟକ୍ଷତା କରିବେ । ଏହାକୁ ନେଇ ସେ ରାଜ୍ୟର ବରିଷ୍ଠ ଅଧିକାରୀ ଯେପରିକି ଉଚ୍ଚ ଶିକ୍ଷା ବିଭାଗର ମୁଖ୍ୟ ସଚିବଙ୍କ ସହ ଚର୍ଚ୍ଚା କରିବେ । ଆଉ ଏହାର ରୂପରେଖ ସମ୍ପର୍କରେ କଥା ହେବେ । ଉତ୍ତର ପ୍ରଦେଶରେ ଏଜୁକେଶନ କମିଶନର ଗଠନ କେମିତି ହେବ ଓ ଏହାର କ’ଣ ଅଧିକାର ରହିବ ସେନେଇ ଆଲୋଚନା କରାଯିବ ।
ସୂଚନାଯୋଗ୍ୟ, ଯେତେବେଳେ କେନ୍ଦ୍ର ସରକାର ନୂଆ ଶିକ୍ଷା ପ୍ରଣାଳୀ ଆପଣାଇବାକୁ ଘୋଷଣା କରିଥିଲେ, ସେହି ସମୟରୁ ରାଜ୍ୟରେ ନୂଆ ଶିକ୍ଷା ଆୟୋଗ ଗଠନ କରିବାକୁ ମନ ବଳାଇଥିଲେ ରାଜ୍ୟ ସରକାର । ମଙ୍ଗଳବାର ହେବାକୁ ଥିବା ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଚ୍ଚ ଶିକ୍ଷା, ମାଧ୍ୟମିକ ଶିକ୍ଷା ଓ ପ୍ରାଥମିକ ଶିକ୍ଷାରେ ପରିବର୍ତ୍ତନକୁ ନେଇ ଚର୍ଚ୍ଚା କରିବେ । ଏହା ବ୍ୟତୀତ ସରକାର ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ଯୁଦ୍ଧ ସ୍ତରରେ ବୃଦ୍ଧି କରିବାକୁ ପ୍ରୟାସ ଜାରି ରଖିଛନ୍ତି ।

Share