Categories: ଜାତୀୟ

ମଧ୍ୟାହ୍ନ ଭୋଜନ ପାଇଁ ମିଳିବ ଅଧଘଣ୍ଟା

ଲକ୍ଷ୍ନୌ,୧୨।୪: ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହେବା ପରେ ଆକ୍ସନ ମୁଡରେ ଆସିଯାଇଛନ୍ତି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରୀ କର୍ମଚାରୀଙ୍କୁ ନେଇ ଏକ ବଡ ନିର୍ଦ୍ଦେଶ ଜାରି କରିଛନ୍ତି। ବର୍ତ୍ତମାନ ସରକାରୀ କାର୍ଯ୍ୟାଳୟରେ ମଧ୍ୟାହ୍ନ ଭୋଜନ ସମୟ ଅଧଘଣ୍ଟାରୁ ଅଧିକ ହୋଇପାରିବ ନାହିଁ ବୋଲି ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ମୁତାବକ, ସରକାରୀ କାର୍ଯ୍ୟାଳୟରେ କର୍ମଚାରୀମାନେ ମଧ୍ୟାହ୍ନ ଭୋଜନ ଆଳରେ ଘଣ୍ଟା ଘଣ୍ଟା ଧରି ଅନୁପସ୍ଥିତ ରହୁଥିବାରୁ ସରକାରଙ୍କୁ ଅଭିଯୋଗ ହୋଇଆସୁଥିଲା। ଏଥିଯୋଗୁ ଉତ୍ତରପ୍ରଦେଶର ଯୋଗୀ ସରକାର କର୍ମଚାରୀଙ୍କ ଅବହେଳାକୁ ରୋକିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ଯୋଗୀ କର୍ମଚାରୀଙ୍କ ଲାଗି ମଧ୍ୟାହ୍ନ ଭୋଜନର ସମୟ ସ୍ଥିର କରିଛନ୍ତି। ସୂଚନାଯୋଗ୍ୟ, ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଟିମ୍‌-୯ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସରକାରୀ କର୍ମଚାରୀଙ୍କ ମଧ୍ୟାହ୍ନ ଭୋଜନର ସମୟ ଧାର୍ଯ୍ୟ କରାଯାଇଥିଲା।

Share