Categories: ଜାତୀୟ

ହାଥରସରେ ଗଣବଳାତ୍କାର ମାମଲା: ନିଲମ୍ବିତ ହେଲେ ଏସପି, ଡିଏସ୍‌ପି

ଲକ୍ଷ୍ନୌ, ୨।୧୦-ଉତ୍ତରପ୍ରଦେଶ ହାଥରସରେ ଘଟିଥିବା ଗଣବଳାତ୍କାର ମାମଲାରେ ଯୋଗୀ ସରକାର ଡିଏସପି ଏବଂ ଏସପିଙ୍କୁ ନିଲମ୍ବିତ କରିଛନ୍ତି। ଏଥିସହିତ ଇନ୍ସପେକ୍ଟରଙ୍କ ସହ କିଛି ପୋଲିସ କର୍ମଚାରୀ ମଧ୍ୟ ନିଲମ୍ବିତ ହୋଇଛନ୍ତି। ଡିଏସ୍‌ପି ଏବଂ ଏସପିଙ୍କ ନାର୍କୋ ପଲିଗ୍ରାଫ ପରୀକ୍ଷା କରାଯିବ ବୋଲି ଯୋଗୀ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପ୍ରାଥମିକ ତଦନ୍ତ ତଦନ୍ତ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।

Share