Categories: ଜାତୀୟ

ତାଲିବାନକୁ ସମର୍ଥନ କରୁଥିବା ଲୋକଙ୍କୁ ଲଜ୍ୟା ଲାଗିବା ଦରକାର: ଯୋଗୀ

ଲକ୍ଷ୍ନୌ,୧୯ ।୮: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଲିବାନ ସମର୍ଥକଙ୍କୁ କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେଉଁମାନେ ତାଲିବାନକୁ ସମର୍ଥନ କରୁଛନ୍ତି ସେମାନେ ସେଠାକାର ମହିଳା ଓ ଶିଶୁଙ୍କ ପରିସ୍ଥିତି ଦେଖିବା ଦରକାର । ଗୁରୁବାର ବିଧାନସଭା ଅଧିବେଶନ ସମୟରେ ଯୋଗୀ ଏହା କହିଛନ୍ତି । ଏହାସହ ଏବେ ଉତ୍ତର ପ୍ରଦେଶରେ ଆଇନ ବ୍ୟବସ୍ଥାରେ ସୁଧାର ଆସିଥିବା ସେ କହିଛନ୍ତି । ମାଫିଆଙ୍କ ସମ୍ପତି କେବଳ ଜବତ ନୁହେଁ ଏହାକୁ ନଷ୍ଟ ମଧ୍ୟ କରାଯାଇଛି । ଏବେ ଏହି ସମ୍ପତି ଉପରେ ଗରିବଙ୍କ ପାଇଁ ଗୃହ ନିର୍ମାଣ କରାଯିବ । ରାଜ୍ୟରେ ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବାକୁ ବ୍ରଜ, କାଶୀ ଓ ଅଯୋଧ୍ୟାରେ ବିକାଶ କାର୍ଯ୍ୟକ୍ରମ କରାଯାଉଛି । ଏହାସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୧୦୦୦ଯୋଗ୍ୟ ଯୁବକଙ୍କୁ ଲ୍ୟାପଟପ ଓ ଟ୍ୟାବ ଦେବା ସହ କମ୍ପିଟେଟିଭ ପରୀକ୍ଷାରେ ଭାଗ ନେଇଥିବା ପରୀକ୍ଷାର୍ଥୀଙ୍କୁ ଭତ୍ତା ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହାସହ ସରକାରୀ କର୍ମଚାରୀ ଓ ପେନସନ ଉପଭୋକ୍ତାଙ୍କୁ ଜୁଲାଇରୁ ୨୮ ପ୍ରତିଶତ ମହଙ୍ଗା ଭତ୍ତା ଦେବାକୁ ଘୋଷଣା କରିଛନ୍ତି ।

Share