Categories: ଜାତୀୟ

ଯୋଗୀ କ୍ୟାବିନେଟର ମନ୍ତ୍ରୀଙ୍କ ତାଲିକା ପ୍ରସ୍ତୁତ

ଲକ୍ଷ୍ନୌ,୨୫।୩: ଉତ୍ତରପ୍ରଦେଶର ଇକାନା ଷ୍ଟାଡିୟମ୍‌ରେ ଶୁକ୍ରବାର ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟନାଥ ଶପଥ ଗ୍ରହଣ କରିବେ। ତାଙ୍କ ସହିତ ୪୮ଜଣ ମନ୍ତ୍ରୀ ମଧ୍ୟ ଶପଥ ନେବେ। ତେବେ ଯୋଗୀ ସରକାରଙ୍କ ସହ ଶପଥ ନେବାକୁ ଥିବା ୫୧ଜଣ ମନ୍ତ୍ରୀଙ୍କ ତାଲିକା ଚୂଡାନ୍ତ ହୋଇଛି। ଏହି ନୂଆ କ୍ୟାବିନେଟରେ ମହିଳା ମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି। ଭାଜପା ହାଇକମାଣ୍ଡ ଏହି ତାଲିକାକୁ ଦିଲ୍ଲୀରୁ ଲକ୍ଷ୍ନୌ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇଛନ୍ତି। ଧୀରେ ଧୀରେ ସମସ୍ତ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି। ଶୁକ୍ରବାର ଯୋଗୀ ଆଦିତ୍ୟନାଥଙ୍କ ବାସଭବନରେ ନେତା, ବିଧାୟକ ଓ ମନ୍ତ୍ରୀଙ୍କ ସୁଅ ଛୁଟିବାରେ ଲାଗିଛି। ଇତିମଧ୍ୟରେ କେଶବ ପ୍ରସାଦ ମୌର୍ଯ୍ୟ, ପୂର୍ବତନ ଆଇଏଏସ୍‌ ଅଫିସର ଏକେ ଶର୍ମା, ଜିତିନ ପ୍ରସାଦ, ବ୍ରଜେଶ ପାଠକ, ଗିରିଶ ଯାଦବ, ସତୀଶ ଶର୍ମା, ବେବି ରାନି ମୌର୍ଯ୍ୟ, ଜୟବୀର ସିଂହ, ସଞ୍ଜୀବ ଗୌଡ, ଭୂପେନ୍ଦ୍ର ଚୌଧୁରୀ, ସନ୍ଦିପ ସିଂହ, ନୀତିନ ଅଗ୍ରଓ୍ବାଲ ଓ ଆଶିଷ ପଟେଲ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି। ସେହିପରି ବଲଦେବ ସିଂହ ଅଲେଖ, ଜେପିଏସ୍‌ ରାଠୋର, ଅନୁପ ପ୍ରଧାନ, ପୂର୍ବତନ ପୋଲିସ କମିଶନର ଓ ଭାଜପା ବିଧାୟକ ଅସୀମ ଅରୁଣ, ସୂର୍ଯ୍ୟ ପ୍ରତାପ ଶାହି, ରାକେଶ ରାଠୋର, ଧର୍ମବୀର ପ୍ରଜାପତି, ସ୍ବତନ୍ତ୍ରଦେବ ସିଂହ, ବିଜୟ ଲକ୍ଷ୍ମୀ ଗୌତମ ଓ ପ୍ରମିଳା ପାଣ୍ଡେ ଯୋଗୀଙ୍କ ବାସଭବନରେ ପହଞ୍ଚିଛି। ସେହିଭଳି ସୁରେଶ ଖନ୍ନା, ସତୀଶ ମହାନା, ଶ୍ରକାନ୍ତ ଶର୍ମା, ଲକ୍ଷ୍ମୀନାରାୟଣ ଚୌଧୁରୀ, ଡ. ମହେନ୍ଦ୍ର ସିଂହ, ଦିନେଶ ଶର୍ମା, ସଞ୍ଜୟ ନିଷାଦ, ସିଦ୍ଧାର୍ଥନାଥ ସିଂହ ଓ ନନ୍ଦଗୋପାଳ ନନ୍ଦୀ ମଧ୍ୟ ଯୋଗୀଙ୍କୁ ଭେଟିଛନ୍ତି। ତେବେ ଯେଉଁ ନେତା ଓ ବିଧାୟକ ମନ୍ତ୍ରୀ ହେବେ ସେମାନଙ୍କୁ ହିଁ ଯୋଗୀଙ୍କ ବାସଭବନକୁ ଡକାଯାଇଥିବା ଚର୍ଚ୍ଚା ହେଉଛି।

Share