Categories: ଜାତୀୟ

ଯୋଗୀଙ୍କୁ ଫେୟାରଓ୍ବେଲ ଦେଇସାରିଲାଣି ଭାଜପା

ଲକ୍ଷ୍ନୌ, ୧୬ା୧- ନିର୍ବାଚନ ଲାଗି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ପସନ୍ଦର ଆସନ ଦେଉ ନାହାନ୍ତି କେନ୍ଦ୍ର ନେତୃତ୍ୱ। ଏହା ଦର୍ଶାଉଛି ଭାଜପାର ଡବଲ ଇଞ୍ଜିନ ସରକାର ରାଜ୍ୟରେ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ଏଭଳି ସ୍ବରରେ ଭାଜପାକୁ ସମାଲୋଚନା କରିଛନ୍ତି ସମାଜବାଦୀ ଦଳ (ସପା) ମୁଖ୍ୟ ଅଖିଳେଶ ଯାଦବ।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଘୋଷଣା କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପାରମ୍ପରିକ ଗୋରଖପୁର ବଦଳରେ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରୁ ଲଢ଼ିପାରନ୍ତି ବୋଲି ପୂର୍ବାନୁମାନ କରାଯାଉଥିଲା। ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଯୋଗୀ ଗୋରଖପୁରରୁ ହିଁ ୫ ଥର ଏମ୍‌ପି ଥିଲେ। ମୁଖ୍ୟମନ୍ତ୍ରୀ ରାଜ୍ୟ ୪୦୩ ଆସନ ମଧ୍ୟରୁ ଯେ କୌଣସି ଆସନରୁ ଲଢ଼ିବା ପାଇଁ ଯୋଗୀ ଇଚ୍ଛୁକ ବୋଲି ବରିଷ୍ଠ ଭାଜପା ଅଧିକାରୀ କହିଛନ୍ତି।

ସପା କାର୍ଯ୍ୟଳୟରେ ଖବରଦାତାଙ୍କୁ ଅଖିଳେଶ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ପସନ୍ଦର ଟିକେଟ୍‌ ମିଳୁନାହିଁ। ସାଧୁ ଓ ସନ୍ଥମାନେ କହୁଛନ୍ତି ଯଦି ସେ ଫାଇଜାବାଦ (ଅଯୋଧ୍ୟା) ଆସିବେ, ତେବେ ତାଙ୍କୁ ଫେୟାରଓ୍ବେଲ ଦିଆଯିବ। ଭାଜପା ତାଙ୍କୁ ଗୋରଖପୁର ପଠେଇ ଫେୟାରଓ୍ବେଲ ଦେଇ ସାରିଲାଣି।

Share