Categories: ଜାତୀୟ

ପ୍ରଥମଥର ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ଯୋଗୀ ଆଦିତ୍ୟନାଥ!

ଲକ୍ଷ୍ନୌ,୨ ।୧: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଥମଥର ଲାଗି ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ବୋଲି ଜଣାପଡିଛି । ଶନିବାର ଖବରାତାଙ୍କ ସହ କଥା ହେବା ସମୟରେ ସେ ପରୋକ୍ଷରେ ଏହା କହିଛନ୍ତି । ଏହା ଅଫିସିୟାଲି ଘୋଷଣା କରାଯାଇ ନାହିଁ । କିନ୍ତୁ ସେ କେଉଁ ଆସନରୁ ନିର୍ବାଚନ ଲଢିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହାଇନାହିଁ । ଏହାସହ ଯୋଗୀ ଆଦିତ୍ୟନାଥ ଦାବି କରିଛନ୍ତି ଏଥର ବିଧାନସଭା ନିର୍ବାଚରେ ଭାରତୀୟ ଜନତା ପାର୍ଟି(ଭାଜପା) ଉତ୍ତରପ୍ରଦେଶରେ ୩୦୦ରୁ ଅଧିକ ଆସନରେ ବିଜୟୀ ହେବ ଓ ପୁଣିଥରେ ସରକାର ଗଠନ କରିବ । ସୂଚନାଯୋଗ୍ୟ, ଯୋଗୀ ଆଦିତ୍ୟନାଥ ୨୦୧୪ ଲୋକ ସଭା ନିର୍ବାଚନରେ ଗୋରଖପୁରରୁ ନିର୍ବାଚିତ ହୋଇଥିଲେ । ଏହାପରେ ତାଙ୍କୁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଆସନ ମିଳିଥିଲା ଓ ପରେ ତାଙ୍କୁ ବିଧାନ ପରିଷଦର ସଦସ୍ୟତା ମିଳିଥିଲା ।

Share