Categories: ଜାତୀୟ

ଯୋଗେନ୍ଦ୍ର ଯାଦବ ଏକ ମାସ ପାଇଁ ନିଲମ୍ବିତ

ନୂଆଦିଲ୍ଲୀ,୨୨ ।୧୦: ସଂଯୁକ୍ତ କୃଷକ ମୋର୍ଚ୍ଚା ଏକ ବଡ ଆକ୍ସନ ନେବାକୁ ଯାଇ ଯୋଗେନ୍ଦ୍ର ଯାଦବଙ୍କୁ ୧ ମାସ ପାଇଁ ନିଲମ୍ବିତ କରିଛନ୍ତି । କିଛିଦିନ ହେବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଉଥିଲା । ନିକଟରେ ଯୋଗେନ୍ଦ୍ର ଯାଦବ ମୃତକ ଭାରତୀୟ ଜନତା ପାର୍ଟି(ଭାଜପା) କର୍ମୀ ଶୁଭମ ମିଶ୍ରଙ୍କ ପରିବାରକୁ ଭେଟିବାକୁ ଯାଇଥିଲେ । ଏହି ସାକ୍ଷାତ୍‌କାର ପରେ ଯୋଗେନ୍ଦ୍ରଙ୍କୁ କୃଷକଙ୍କ ଦ୍ୱାରା ବିରୋଧ କରାଯାଉଥିଲା । ସୂଚନାଯୋଗ୍ୟ, ଭାଜପା କର୍ମୀ ଶୁଭମ ମିଶ୍ରଙ୍କର ଲଖିମପୁର ହିଂସା ସମୟରେ ମୃତ୍ୟୁ ହୋଇଥିଲା । ଏହାପରେ ଯୋଗେନ୍ଦ୍ର ଯାଦବ ତାଙ୍କ ପରିବାରକୁ ସାକ୍ଷାତ୍ କରି ସମବେଦନା ଜଣାଇବା ସହ ଏହାର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ । ଏହାକୁ ବିରୋଧ କରି ଏବେ ଯୋଗେନ୍ଦ୍ରଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି ।

Share