Categories: ଜାତୀୟ

ଯୋଗ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୧।୬: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ସମଗ୍ର ଦେଶରେ ବ୍ୟାପକ ଆୟୋଜନ କରାଯାଇଛି । ଦେଶର ୭୫ଟି ପ୍ରମୁଖ ଐତିହ୍ୟସ୍ଥଳରେ ଯୋଗ ଓ ଆସନ ପ୍ରଦର୍ଶନ କରାଯାଉଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ଯୋଗ ପ୍ରଦର୍ଶନ କରିଛନ୍ତି। ସେ କହିଛନ୍ତି, ଯୋଗ ହେଉଛି ପ୍ରାଚୀନ ଭାରତୀୟ ଐତିହ୍ୟର ଏକ ଅଂଶ। ଏହା ମାନବିକତା ପାଇଁ ଭାରତର ଉପହାର। ସ୍ବାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ଏକ ସାମଗ୍ରିକ ଆଭିମୁଖ୍ୟ। ଯୋଗ ମନ, ଶରୀର ଏବଂ ଆତ୍ମାକୁ ସନ୍ତୁଳିତ କରିଥାଏ। ଯୋଗକୁ ଦୈନନ୍ଦିନ ଜୀବନର ଏକ ଅଂଶ କରିବା ଏବଂ ଏହାର ଉପକାରିତାକୁ ଅନୁଭବ କରିବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି।
ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ନାଟକର ମହୀଶୁର ପ୍ୟାଲେସରେ ବିଶ୍ୱ ଯୋଗ ଦିବସ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ପ୍ରାୟ ୧୫ ହଜାର ଲୋକଙ୍କ ସହ ପ୍ରଧାନମନ୍ତ୍ରୀ ଯୋଗ କରିଥିଲେ।

Share