ଶରୀରକୁ ସୁସ୍ଥ, ମନକୁ ସନ୍ତୁଳିତ କରେ ଯୋଗ

ରାଇକିଆ,୨୧।୬(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ସ୍ଥାନରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଯୋଗ ଶରୀରକୁ ସୁସ୍ଥ ରଖେ। ଏଥିସହିତ ମାନସିକ, ଶାରୀରିକ, ବୌଦ୍ଧିକ ବିକାଶରେ ସହାୟକ ହୋଇଥାଏ। ଦୈନିକ ଯୋଗଭ୍ୟାସ ଦ୍ବାରା ଶରୀର ଆଭ୍ୟନ୍ତରୀଣ ଅଙ୍ଗପ୍ରତ୍ୟଙ୍ଗ ସନ୍ତୁଳିତ ରହିବା ସହ ଏକାଗ୍ରତା ବୃଦ୍ଧି ଘଟିଥାଏ। ଯୋଗ ଶରୀରକୁ ସୁସ୍ଥ, ମନକୁ ସନ୍ତୁଳିତ କରିଥାଏ। ଯୋଗ ବିଶ୍ବକୁ ବସୁଦ୍ଧୌବ କୁଟୁମ୍ବକମ ବାର୍ତ୍ତା ଦେଇଥାଏ। ନିତ୍ୟ ଯୋଗଭ୍ୟାସ ଦ୍ବାରା ସକରାତ୍ମକ ଭର୍ଗା, ସାଳ୍ପିକତା ଏବଂ ଜ୍ଞାନେନ୍ଦ୍ରିୟ ବୃଦ୍ଧି ପାଇ ଥାଏ । ଏହା ଦୈନନ୍ଦିନ ଜୀବନରେ ଅପରିହାର୍ଯ୍ୟ ହୋଇ ପଡ଼ିଥିବା ବିଭିନ୍ନ ସ୍ଥାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ବ୍ଲକ କାର୍ଯ୍ୟଳୟ ପରିସରରେ ଅଧ୍ୟକ୍ଷା ରୀନା ପ୍ରଧାନ, ବିଡ଼ିଓ ସବ୍ୟସାଚୀ ସାହୁ, ଜିପିଡିଓ ମହେଶ ପଟ୍ଟନାୟକ , ରାଇକିଆ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ଗୀତାଞ୍ଜଳୀ ନାୟକ, ଭାଜପା ଓବିସୀ ମୋର୍ଚ୍ଚା ଜିଲା ସଭାପତି ସନ୍ତୋଷ ଲେଙ୍କା, ଭାଜପା ଜିଲା ସମ୍ପାଦକ ସୁକାନ୍ତ ସାହୁ ପ୍ରମୁଖ ସାମିଲ ହୋଇଥିଲେ । ସେହିପରି ଜୀବନ ଜ୍ୟୋତି କଲେଜରେ ଅଧ୍ୟକ୍ଷ ଉମାକାନ୍ତ ରଥ ଙ୍କ ସମେତ ଅଧ୍ୟାପକ ଅଧ୍ୟାପିକା, ଛାତ୍ରୀ ଛାତ୍ରମାନେ ଯୋଗ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପ୍ରିନ୍ସିପାଲ ଅମୀୟ ମହାପାତ୍ର, ଏକଲ ଅଭିଯାନ ତରଫରୁ ନାରାୟଣ ମହାନ୍ତିଙ୍କ ତତ୍ତ୍ୱାବଧାନ ରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯୋଗ ଶିକ୍ଷକମାନେ ଏହିସବୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Odisha’s No.1 Odia Daily

Share