ରୋଗ ପାଇଁ ଯୋଗ

ରବର୍ଟ ବେନ୍‌ସନ ଥିଲେ ଆମେରିକାସ୍ଥିତ ହାର୍ଭାର୍ଡ ମେଡିକାଲ ସ୍କୁଲର ପ୍ରଫେସର। ୧୯୮୫ ମସିହାରେ ସେ ନିଜର କେତେ ଜଣ ସହକର୍ମୀଙ୍କୁ ନେଇ ପରିଦର୍ଶନ କରିଥିଲେ ଉତ୍ତର ଭାରତରେ ଥିବା ଏକ ତିବ୍ବତୀୟ ସନ୍ନ୍ୟାସୀ ଆଶ୍ରମ। ଆଶ୍ରମଟି ଅବସ୍ଥିତ ଥିଲା ହିମାଳୟର ଉଚ୍ଚ ପାର୍ବତ୍ୟ ଅଞ୍ଚଳରେ। ସେଠାରେ ସେମାନେ ଆଶ୍ରମର ସନ୍ନ୍ୟାସୀମାନଙ୍କୁ ଗଭୀର ଭାବରେ ଧ୍ୟାନମଗ୍ନ ଥିବାର ଦେଖିଥିଲେ। ବାହାରର ତାପମାତ୍ରା ଥିଲା ମାଇନସ୍‌ ୨୦ ଡିଗ୍ରୀ ସେଲ୍‌ସିୟସ। ଅଥଚ ସନ୍ନ୍ୟାସୀମାନେ ନିଜ ଶରୀରକୁ ଆବୃତ କରି ରଖିଥିଲେ ଓଦା ବସ୍ତ୍ରରେ। ୧୫,୦୦୦ ଫୁଟ ଉଚ୍ଚତାରେ ମଧ୍ୟ ସେମାନେ ବେଶ୍‌ ଶାନ୍ତି ଓ ଆରାମରେ ନିଦ୍ରା ଯାଉଥିଲେ ପୁଣି ପଥର ଚଟାଣ ଉପରେ। ବେନ୍‌ସନ ଉଲ୍ଲେଖ କରିଛନ୍ତି ଯେ ସେହି ସନ୍ନ୍ୟାସୀମାନଙ୍କଠାରେ ଏପରି ଅନୁକୂଳ ଶାରୀରିକ ଓ ମାନସିକ ସାମର୍ଥ୍ୟ ସମ୍ଭବ ହୋଇଥିଲା ଯୋଗର ପ୍ରଭାବ ଯୋଗୁ। ପରବର୍ତ୍ତୀ ସମୟରେ ବେନ୍‌ସନ ଯୋଗ ଓ ଧ୍ୟାନ ପଦ୍ଧତିକୁ ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ, ଉତ୍କଣ୍ଠା ଓ ଉଦ୍‌ବେଗ ତଥା ନିଦ୍ରାହାନିରେ ପୀଡ଼ିତ ରୋଗୀଙ୍କଠାରେ ପ୍ରୟୋଗ କରି ବେଶ୍‌ ସୁଫଳ ପାଇଥିଲେ।
କିଛି ବର୍ଷ ପୂର୍ବେ ଟାଇମ୍‌ ମାଗାଜିନ୍‌ ଉଲ୍ଲେଖ କରିଥିଲା ଯେ ଏକବିଂଶ ଶତାବ୍ଦୀରେ ଜନସାଧାରଣଙ୍କର ସବୁଠାରୁ ମାରାତ୍ମକ ଶତ୍ରୁ ହେଉଛି ମାନସିକ ଚାପ ବା ‘ଷ୍ଟ୍ରେସ୍‌’, ଯାହାଯୋଗୁଁ ସମାଜରେ ଉଚ୍ଚ ରକ୍ତଚାପ ହାର ବଢ଼ିଚାଲିଛି। ଏକ ପରିସଂଖ୍ୟାନରୁ ଜଣାପଡିଛି ଯେ, ଆମ ଦେଶରେ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୧୦ କୋଟିରୁ ଅଧିକ। ହେଲେ ଏହାର ରହିଛି ଏକ ଅତି ସହଜ ତଥା ସରଳ ଆରୋଗ୍ୟ ପଦ୍ଧତି। ତାହା ହେଉଛି ପରମାନନ୍ଦ ବା ପରମ ସୁଖର ଅନୁଭବ। ଶରୀର ଓ ମନ ଏତେ ଅଙ୍ଗାଙ୍ଗୀ ଭାବେ ସଂଯୁକ୍ତ ଯେ ଗୋଟିକ ଉପରେ କୌଣସି ଏକ ପ୍ରଭାବ ସ୍ବତଃ ଅନ୍ୟଟିକୁ ପ୍ରଭାବିତ କରିପକାଏ। ତେଣୁ ଯୋଗ କଲେ ମନ ଏକ ଉନ୍ନତ ପର୍ଯ୍ୟାୟକୁ ଉନ୍ନୀତ ହୋଇଯାଏ। ଫଳରେ ମନ ହୋଇଯାଏ ସମ୍ପୂର୍ଣ୍ଣ ପ୍ରଶାନ୍ତ। ମନ ପ୍ରଶାନ୍ତ ହେବା ସଙ୍ଗେସଙ୍ଗେ ଶରୀରର କୋଷଗୁଡ଼ିକରେ ମେଟାବୋଲିଜମ ବା ଚୟାପଚୟ ପ୍ରକ୍ରିୟା ହୋଇପଡ଼େ ସମ୍ପୂର୍ଣ୍ଣ ମନ୍ଥର। ଧ୍ୟାନ କରିବା ସମୟରେ ଚିନ୍ତା ପ୍ରକ୍ରିୟାର ଉତ୍ତେଜିତ ଅବସ୍ଥା ପ୍ରଶମିତ ହୋଇ ଜାତ ହୋଇଥାଏ ଜୀବକୋଷୀୟ ସନ୍ତୁଳନ ଅବସ୍ଥା ବା ସମାବସ୍ଥା। ସ୍ବାସ୍ଥ୍ୟ ଉପରେ ଏହାର ପ୍ରଭାବ ଅତ୍ୟନ୍ତ ଅନୁକୂଳ। ସୁତରାଂ ଯୋଗ କଲେ ଉଚ୍ଚ ରକ୍ତଚାପ କମିଯାଏ। ହୃଦ୍‌ରୋଗ ଏବଂ ଡାଇବେଟିସ୍‌ ହ୍ରାସ ପାଏ। ଊଣା ହୋଇଯାଏ କ୍ରୋଧ ଓ ମାନସିକ ଚାପ।
କି ଯୋଗ କରିବା ସମୟରେ ମନରେ ଏକାଗ୍ରତା ରହିବା ନିହାତି ଦରକାର। ତା’ ସହ ମନରେ ଶାନ୍ତ ଭାବନା ଜାତ ହେଲେ ଯୋଗରେ ମନ ଲାଖି ରହେ। ନିଷ୍ଠା, ଅଧ୍ୟବସାୟ ତଥା ଧୈର୍ଯ୍ୟ ଥିଲେ ମନ ଧୀରେ ଧୀରେ ବୋଲ ମାନେ ଏବଂ ଉଦ୍‌ବେଳିତ ଅବସ୍ଥା ଧୀରେ ଧୀରେ ଶାନ୍ତ ପଡ଼ିଆସେ। ମନ ହୋଇପଡ଼େ ଶାନ୍ତ, ଶୀତଳ, ଶୁଦ୍ଧ, ଶକ୍ତ ଏବଂ ଅଫୁରନ୍ତ ଆନନ୍ଦର ଉତ୍ସ। ମନ ଅସୁସ୍ଥ ହୋଇ ଉତ୍କଣ୍ଠିତ ତଥା ଉଦ୍‌ବିଗ୍ନ ରହିଲେ ତାହା ଅନେକ ରୋଗର କାରଣ ହୋଇପଡ଼େ। ସେହି ସବୁ ରୋଗ ଗୋଷ୍ଠୀକୁ କୁହାଯାଏ ମନୋ-ଶାରୀରିକ ବ୍ୟାଧି ବା ସାଇକୋ-ସୋମଯିକ୍‌ ଡିଜିଜେସ୍‌।
ଏକଥା ମନେରଖିବା ଉଚିତ ଯେ ଶରୀର, ମନ ଓ ଆତ୍ମାର ପୂର୍ଣ୍ଣାଙ୍ଗ ତଥା ସୁସଙ୍ଗତ ବିକାଶରେ ଯୋଗସାଧନା ଖୁବ୍‌ ସହାୟକ ହୋଇଥାଏ। ସୁତରାଂ ଯୋଗର ରହିଛି ଶାରୀରିକ, ମନସ୍ତାତ୍ତ୍ୱିକ ଏବଂ ଆଧ୍ୟାତ୍ମିକ ପ୍ରଭାବ। ଯୋଗ ଏକ ବ୍ୟାୟାମ ନୁହେଁ, ଏହା ଏକ କାମ। ସବୁ ପ୍ରକାର କାମ ଭଳି ଯୋଗ ମଧ୍ୟ ଆବଶ୍ୟକ କରିଥାଏ ନିୟମିତ ଅଭ୍ୟାସ, ଧୈର୍ଯ୍ୟ ଏବଂ ସମୟ। ଶ୍ୱାସକ୍ରିୟା ନିୟନ୍ତ୍ରଣ, ମନସ୍ତାତ୍ତ୍ୱିକ ସାମର୍ଥ୍ୟ, ଏକାଗ୍ରତା, ଶାରୀରିକ ଦକ୍ଷତା ଏବଂ ନମନୀୟତା ଇତ୍ୟାଦି।
ଯୋଗ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ। ଏହା କେବଳ ଯୋଗୀମାନଙ୍କ ପାଇଁ ଅଭିପ୍ରେରିତ ନୁହେଁ। ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଜୀବନରେ ଉତ୍ତମ ସ୍ବାସ୍ଥ୍ୟ, ମାନସିକ ଶାନ୍ତି ଏବଂ ସନ୍ତୋଷ ତଥା ମାନସିକ ଚାପରୁ ମୁକ୍ତି ଚାହୁଁଥିବାରୁ ପ୍ରତ୍ୟେକ ଯୋଗ କରିପାରିବେ ଏବଂ କରିବା ବାଞ୍ଛନୀୟ ମଧ୍ୟ। ସେଥିପାଇଁ ଯୋଗକୁ ‘ଜୀବନର ବିଜ୍ଞାନ’ ବୋଲି କୁହାଯାଇଛି।
ଭାରତ ହିଁ ଯୋଗର ଜନ୍ମଭୂମି। ବଡ଼ ଗର୍ବ ତଥା ଗୌରବର ବିଷୟ, ଏହି ଐତବ୍ୟବହାରୀ, ଶରୀରବୃତ୍ତୀୟ ଏବଂ ମନସ୍ତାତ୍ତ୍ୱିକ ସାଧନ ପ୍ରଣାଳୀଟି ସାରା ବିଶ୍ୱରେ ସ୍ବୀକୃତି ଲାଭ କରିଛି। ଏହାର ଫଳସ୍ବରୂପ ପୃଥିବୀର ସବୁ ରାଷ୍ଟ୍ରରେ ପ୍ରତିବର୍ଷ ଜୁନ୍‌ ୨୧ ତାରିଖରେ ପାଳିତ ହୋଇଆସୁଛି ‘ବିଶ୍ୱ ଯୋଗ ଦିବସ’। ଏ ବର୍ଷର ସ୍ଲୋଗାନଟି ହେଲା, ‘ୟୋଗ ଫର ଓ୍ବେଲ୍‌ ବିଇଙ୍ଗ’। ଏହି ଦିବସର ପ୍ରଧାନ ଉଦ୍ଦେଶ୍ୟ ହେଉଛି ଯୋଗର ଉପକାରିତା ସମ୍ପର୍କରେ ସାଧାରଣ ଜନତାଙ୍କୁ ଅବଗତ କରାଇବା ଏବଂ ନିୟମିତ ଯୋଗ କରିବା ପାଇଁ ପ୍ରେରଣା ପ୍ରଦାନ କରିବା।

ଡା. ନିତ୍ୟାନନ୍ଦ ସ୍ବାଇଁ
-‘ଅଭୀପ୍‌ସା’, ସେକ୍ଟର-୬,
ପ୍ଲଟ ନଂ-୧୧୩୧, ସିଡିଏ, କଟକ-୧୪
ମୋ: ୮୩୨୮୯୭୫୧୧୮


Enter your email to get our daily news in your inbox.

All Right Reserved By Dharitri.Com

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

Nimesulide Ban: ପେନ୍ କିଲର ଖାଉଥିଲେ ସାବଧାନ! ଏହି ଔଷଧକୁ ବ୍ୟାନ କଲେ ସରକାର

ନୂଆଦିଲ୍ଲୀ,୩୧।୧୨:  କେନ୍ଦ୍ର ସରକାର ଯନ୍ତ୍ରଣା ନିବାରକ ଔଷଧ ନିମେସୁଲାଇଡ୍ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ୧୦୦ ମିଗ୍ରାରୁ ଅଧିକ ଧାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri