ପୁଣି ପ୍ରେମରେ ପଡ଼ିଛନ୍ତି ୟୋ ୟୋ ହନି ସିଂ

ପ୍ରସିଦ୍ଧ ରାପର୍‌ ତଥା ଗାୟକ ୟୋ ୟୋ ହନି ସିଂ ଏବେ ପୁଣି ପ୍ରେମରେ ପଡିଛନ୍ତି। ସ୍ତ୍ରୀ ଶାଲିନୀଙ୍କଠାରୁ ଛାଡପତ୍ର ନେବା ପରେ ସେ ଏବେ ଅଭିନେତ୍ରୀ ତଥା ମଡେଲ ଟିନା ଥାଡନୀଙ୍କୁ ଡେଟ କରୁଛନ୍ତି। ନିକଟରେ ହନି ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଥିଲେ। ଏହି ପୋଷ୍ଟରେ ସେ ଜଣେ ଯୁବତୀଙ୍କ ହାତ ଧରିଛନ୍ତି। ଏହି ଫଟୋର ହନି ଲେଖିଛନ୍ତି- ଏହା ତୁମ ଏବଂ ମୋ ବିଷୟରେ। ମୋର ଗୀତ ଏକାଠି ମୁକ୍ତିଲାଭ କରିଛି । ବର୍ତ୍ତମାନ ତୁମର ପ୍ରିୟ ବ୍ୟକ୍ତିଙ୍କ ସହିତ ମଜାଳିଆ ରିଲ ପ୍ରସ୍ତୁତ କରନ୍ତୁ।
ଦୁଇ ସପ୍ତାହ ପୂର୍ବେ ୟୋ ୟୋ ହନି ସିଂ ଏବଂ ଗାୟକ ମିଲିନ୍ଦ ଗବାଙ୍କ ପ୍ୟାରିସ କା ଟ୍ରିପ୍‌ ଗୀତ ରିଲିଜ ହୋଇଛି। ଏହି ଗୀତରେ ଟିନା ଥାଡାନି ହନି ସିଂଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ଏହି ଗୀତ ପରେ ଏହି ଦୁଇଜଣଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇବାରେ ଲାଗିଛି ଏବଂ ଦୁହେଁ ପରସ୍ପରକୁ ଡେଟ କରୁଛନ୍ତି।

Share