ପୁଣି ବିଜେଡିକୁ  ଆଉ ଏକ ଶକ୍ତଧକ୍କା: କଂଗ୍ରେସରେ ମିଶିଲେ ଦୁଇ ବ୍ଲକ ଯୁବ ବିଜେଡ଼ି ସଭାପତି

ଭଞ୍ଜନଗର,୬।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଜେଡିକୁ ଶୁକ୍ରବାର ପୁଣି ଆଉ ଏକ ଶକ୍ତଧକ୍କା ଲାଗିଛି। ପୂର୍ବତନ ଭଞ୍ଜନଗର ବ୍ଲକ ଯୁବ ବିଜେଡ଼ି ସଭାପତି ତଥା ପୂର୍ବତନ ସରପଞ୍ଚ କୁଲୁ ଭୂୟାଁ ଏବଂ ଦଳର ବର୍ତ୍ତମାନର ବ୍ଲକ ଯୁବ ବିଜେଡ଼ି ସଭାପତି ତଥା ପୂର୍ବତନ ସରପଞ୍ଚ ଟୁଟୁ ପ୍ରଧାନ ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସର ପରିବେଶ ବଞ୍ଚାଅ, ସମ୍ଭିଧାନ ବଞ୍ଚାଅ ସଭା ହିଞ୍ଜିଳିକାଟୁ  ଠାରେ ଅନୁଷ୍ଟିତ ହେଉଥିଲା। ଉକ୍ତ ସଭାରେ କୁଲୁ ଏବଂ ଟୁଟୁ ସମେତ ତାଙ୍କ ସମର୍ଥକ ମାନେ ଯୋଗ ଦେଇଥିଲେ। ଏହା ପୂର୍ବରୁ କୁଲୁଙ୍କ ନେତୃତ୍ୱରେ ତାଙ୍କ ସମର୍ଥକମାନେ ଏକ ରାଲିରେ ଭଞ୍ଜନଗରରୁ ବାହାରି ହିଞ୍ଜିଳିକାଟୁ ଯାଇଥିଲେ। ସେମାନଙ୍କ କଂଗ୍ରେସରେ ଯୋଗଦାନ ପରେ ଭଞ୍ଜନଗରରେ କଂଗ୍ରେସର ଶକ୍ତି ବଢ଼ଥିବା ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ, ଆଜକୁ ଏକ ବର୍ଷ ପୂର୍ବେ ଭାଜପା ବିଧାୟକ ପ୍ରାର୍ଥୀ ପ୍ରଦ୍ୟୁମ୍ନ କୁମାର ନାୟକ ବିଜେଡିର ଟାଣୁଆ ନେତା ତଥା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ପରାସ୍ତ କରି ପ୍ରଦ୍ୟୁମ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହା ପରଠୁ ବିକ୍ରମ ଆଉ ଦଳୀୟ କାର୍ଯ୍ୟକ୍ରମରେ ସକ୍ରିୟ ରହି ନ ଥିଲେ। ଫଳରେ ନିର୍ବାଚନମଣ୍ଡଳୀର    ଅନେକ  ବିଜେଡି ନେତା ଓ କର୍ମୀ, ସରପଞ୍ଚ, ସମିତିସଭ୍ୟ   ପ୍ରଦ୍ୟୁମ୍ନଙ୍କ ନେତୃତ୍ୱକୁ ସମର୍ଥନ ଜଣାଇ ଭାଜପାରେ ମିଶିଥିଲେ। ଆଉ କିଛି ବିଜେଡି ନେତା
ଏବେବି ଭାଜପାରେ ମିଶିବା ପାଇଁ ଚେଷ୍ଟା ଚଳାଇଛନ୍ତି। ଅନ୍ୟପଟେ କୁଲୁ ଏବଂ ତାଙ୍କ ସମର୍ଥକ ବିଧାୟକ ରମେଶ ଜେନାଙ୍କ ସହ ଆଜକୁ କିଛି ମାସ ହେବ ଯୋଗସୂତ୍ରରେ ଥିଲେ। ଆଜି ପିସିସି ସଭାପତି ଭକ୍ତ ଚରଣ ଦାସ, ଏଆଇସିସି ପ୍ରଭାରୀ ଅଜୟ ଲାଲୁ ଗଞ୍ଜାମ ଜିଲା ଗସ୍ତରେ ଆସିଥିବା ସମୟରେ କୁଲୁ ଏବଂ ତାଙ୍କ ସମର୍ଥକ କଂଗ୍ରେସରେ ମିଶିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri