ଝଡବର୍ଷା ନେଇ ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୨୧।୪(ବ୍ୟୁରୋ): ଉତ୍ତରପୂର୍ବ ମଧ୍ୟବର୍ତ୍ତୀ ଓ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟର କିଛି ଜିଲାରେ ମଧ୍ୟମ ଧରଣର ଝଡବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ୧୨ଟି ଜିଲାରେ ଘଡଘଡି ସହ ଝଡବର୍ଷା ନେଇ ୟେଲୋ ଓ୍ବାନିର୍ଂ ଜାରି କରାଯାଇଛି। ସେହି ଜିଲାଗୁଡିକ ହେଲା ଅନୁଗୋଳ, ଢେଙ୍କାନାଳ, ଦେବଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କୋରାପୁଟ, ରାୟଗଡା ଏବଂ କନ୍ଧମାଳ। ଏହି ସବୁ ଜିଲାରେ ବଜ୍ରପାତ ସହ ଝଡବର୍ଷା ହେବାର ସମ୍ଭାବନା ଥିବାରୁ ଚାଷୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।