Categories: ଜାତୀୟ

ବିଗ୍‌ବସ୍‌ରେ ଭାଗ ନେବାକୁ ଚାହାଁନ୍ତି ହଳଦିଆ ଶାଢି ପିନ୍ଧା ପୋଲିଂ ଅଧିକାରୀ

ଲକ୍ଷ୍ନୌ,୧୭।୫: ଲୋକ ସଭା ନିର୍ବାଚନ ୨୦୧୯ ଅବସରରେ ଏବେ ଉତ୍ତର ପ୍ରଦେଶ ଲକ୍ଷ୍ନୌର ଜଣେ ମହିଳା ପୋଲିଂ ଅଧିକାରୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା କଥା ସମସ୍ତେ ଉଣା ଅଧିକେ ଜାଣିଥିବେ। ସେ ହେଉଛନ୍ତି ହଳଦିଆ ଶାଢି ପିନ୍ଧା ପୋଲିଂ ଅଧିକାରୀ ରିନା ଦ୍ୱିବେଦୀ। ତାଙ୍କ ଷ୍ଟାଇଲକୁ ନେଇ ସେ ଏବେ ବେଶ୍‌ ଚର୍ଚ୍ଚାରେ। ନିକଟରେ ସେ ଏକ ସାକ୍ଷାତ୍‌କାରରେ କହିଛନ୍ତି ଯେ ଏବେ ସେ ବିବାଦୀୟ ରିୟଲିଟି ଶୋ’ ‘ବିଗ୍‌ବସ୍‌’ରେ ଅଂଶ ଗ୍ରହଣ କରିବାକୁ ଚାହାଁନ୍ତି। ଏଥିପାଇଁ ତାଙ୍କ ପରିବାର ମଧ୍ୟ ତାଙ୍କ ସହ ଅଛନ୍ତି। ଯଦି ତାଙ୍କୁ ଏହି ସୁଯୋଗ ମିଳେ ତେବେ ସେ ଖୁସି ହେବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ରିନା ବିବାହିତା ଓ ତାଙ୍କର ଗୋଟିଏ ପୁଅ ରହିଛି। ତେବେ ମଡର୍ଣ୍ଣ ଗେଟଅପ୍‌ ତାଙ୍କୁ ପସନ୍ଦ ଥିବାରୁ ସେ ନିର୍ବାଚନ ଅଧିକାରୀ ଭାବେ ଯେତେବେଳେ ଇଭିଏମ୍‌ ଧରି ପୋଲିଂ ବୁଥ୍‌କୁ ଯାଉଥିଲେ ସେତେବେଳେ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

Share