Posted inଜାତୀୟ

ବଳାତ୍କାର ଅଭିଯୁକ୍ତ ମହନ୍ତଙ୍କୁ ସମର୍ଥନ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ!

ବେଙ୍ଗାଲୁରୁ,୨ ।୯: କର୍ନାଟକର ପ୍ରସିଦ୍ଧ ଲିଙ୍ଗାୟତ ମଠ ମହନ୍ତଙ୍କ ଉପରେ ଏକ ବଡ ଧରଣର ଅଭିଯୋଗ ଆସିଛି । ଅଭିଯୁକ୍ତ ମହନ୍ତ ସନ୍ଥ ଶିବମୂର୍ତ୍ତି ମୁରୁଗା ଶରଣାରୁ ୨ ନାବାଳିକା ଛାତ୍ରୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ଆସିବା ପରେ ଗୁରୁବାର ତାଙ୍କୁ ଗିରଫ କରାଯାଇଛି । ପୋଲିସ ସମ୍ପୂର୍ଣ୍ଣ ଘଟଣାର ଯାଞ୍ଚ ଆରମ୍ଭ କରି ଦେଇଛି । ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏତେବଡ ଘଟଣାକୁ ନେଇ ବିରୋଧୀ ସମ୍ପୂର୍ଣ୍ଣ ଭାବେ ଚୁପ ବସିଛି । ଏହାସହ ଯେଉଁ କେତେଜଣ ନେତା ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ସେମାନେ ସମସ୍ତେ ମହନ୍ତଙ୍କୁ ସମର୍ଥନ କରୁଛନ୍ତି ।
ଏ ସମସ୍ତ ଖେଳ ଭୋଟ ବ୍ୟାଙ୍କ ଓ ରାଜନୀତିର ବୋଲି କୁହାଯାଉଛି । କର୍ନାଟକରେ ଲିଙ୍ଗାୟତ ସମ୍ପ୍ରଦାୟ ରାଜନୀତିରେ ଓଲଟ ପାଲଟ କରିବାରେ ବଡ ଭୂମିକା ନେଇଥାଏ । ସେଥିପାଇଁ ଏହାର ଧର୍ମଗୁରୁଙ୍କୁ ବିଶେଷ ସମ୍ମାନ ମିଳିଥାଏ । ଏହି ସମ୍ପ୍ରଦାୟର ପ୍ରାୟ ୧୮ ପ୍ରତିଶତ ଭାଗ ରହିଛି । ଯଦି ବିଧାନସଭା କଥା କହିବା ତେବେ ଏହି ସମ୍ପ୍ରଦାୟ ସିଧାସଳଖ ୧୧୮ ଆସନରେ ପ୍ରଭାବ ପକାଇଥାଆନ୍ତି । ରାଜ୍ୟରେ ହୋଇଥିବା ୨୦ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୮ ମୁଖ୍ୟମନ୍ତ୍ରୀ ଲିଙ୍ଗାୟତ ସମ୍ପ୍ର୍ରଦାୟର । ଏଥିରୁ ଏବେ ସ୍ପଷ୍ଟ ହୋଇଯାଉଛି କି ସମସ୍ତ ନେତା କାହିଁକି ବଳାତ୍କାରୀ ମହନ୍ତଙ୍କୁ ସମର୍ଥନ କରୁଛନ୍ତି ।
ଅଭିଯୁକ୍ତ ଲିଙ୍ଗାୟତ ସନ୍ଥ ଶିବମୂର୍ତ୍ତି ମୁରୁଗା ଶରଣାରୁଙ୍କୁ ଗିରଫ କରାଯିବା ପରେ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ବୟାନ ସାମ୍ନାକୁ ଆସିଛି । ଆଉ ୟେଦୁରପ୍ପା ଯାଞ୍ଚ ପୂର୍ବରୁ ସ୍ପଷ୍ଟ କରିଛନ୍ତି ଯେ ଶିବମୂର୍ତ୍ତି ନିର୍ଦ୍ଦୋଷ । ୟେସ୍ପୁରପ୍ପ୍‌ା କହିଛନ୍ତି ଶିବମୂର୍ତ୍ତି ନିର୍ଦ୍ଦୋଷ, ତାଙ୍କ ବିରୋଧରେ ଏହା ଏକ ଷଡଯନ୍ତ୍ର । ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗରେ କୌଣସି ସତ୍ୟତା ନାହିଁ, ଯାଞ୍ଚ ପରେ ଏହା ସ୍ପଷ୍ଟ ହୋଇଯିବ ।
ଏହାସହ ରାଜ୍ୟର ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇଙ୍କ ବୟାନ ବି ସାମ୍ନାକୁ ଆସିଛି । ସେ ନାବାଳିକାଙ୍କୁ ନ୍ୟାୟ ଦେବା କଥା କହି ନାହାନ୍ତି, ବରଂ କହିଛନ୍ତି ଯାଞ୍ଚ ପରେ ସମସ୍ତ ସତ୍ୟ ପଦାକୁ ଆସିବ । ପରୋକ୍ଷରେ ସେ ସନ୍ଥ ଶିବମୂର୍ତ୍ତିଙ୍କୁ ସମର୍ଥନ କରିଛନ୍ତି ବୋଲି କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri