Categories: ଜାତୀୟ

ୟେଦୁରପ୍ପାଙ୍କ ବଡ଼ ଘୋଷଣା: ଲଢ଼ିବିନି ନିର୍ବାଚନ…

ବେଙ୍ଗାଲୁରୁ,୩୦।୩ : କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁରୁପ୍ପା ତଥା ଭାଜପା ନେତା ଏକ ବଡ଼ ଘୋଷଣା କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ସେ ଏଥର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ୟେଦୁରୁପ୍ପା ତାଙ୍କ ବୟସ ଦର୍ଶାଇ ଏହା ଘୋଷଣା କରିଛନ୍ତି। କହିଛନ୍ତି, ’ମୁଁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ନିଷ୍ପତ୍ତି ନେଇଛି। ମୁଁ ମଧ୍ୟ ଏହି କାରଣରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲି । କାରଣ ମୁଁ ୮୦ ବର୍ଷ ବୟସ ଅତିକ୍ରମ କରିସାରିଛି।

ମୋର ବୟସ ଅଧିକ ହୋଇଥିଲେ ମଧ୍ୟ ରାଜ୍ୟ ଗସ୍ତ ଜାରି ରଖିବି। ଆମେ କେବଳ ଏଥର ନୁହେଁ ପରବର୍ତ୍ତୀ ସମୟରେ ମଧ୍ୟ ସଂଖ୍ୟାଗରିଷ୍ଠତା ହାସଲ କରିବୁ।

ଆମେ କର୍ନାଟକରେ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଯାଉଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆମେ କ୍ଷମତାକୁ ଫେରିବୁ। କଂଗ୍ରେସ ଦୁର୍ନୀତିଗ୍ରସ୍ତ ତେଣୁ ୪୦ ପ୍ରତିଶତ କମିଶନର ମିଥ୍ୟା ଅଭିଯୋଗ କରୁଛି। ଏହା ଭୋଟରଙ୍କ ଆକର୍ଷିକ କରିବା ପ୍ରସଙ୍ଗ ନୁହେଁ।

Share