Categories: ଜାତୀୟ

ସକ୍ରିୟ ରାଜନୀତିରୁ ଅବସର ନେଲେ ୟେଦୁରପ୍ପା

ବେଙ୍ଗାଲୁରୁ,୨୪।୨: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ବିଏସ ୟେଦୁୟୋରପ୍ପା ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ସେ ଶୁକ୍ରବାର ବିଧାନସଭାରେ ତାଙ୍କର ଶେଷ ଭାଷଣ ଦେଇଥିଲେ। ୟେଦୁରପ୍ପା କହିଛନ୍ତି, ମୁଁ ସକ୍ରିୟ ରାଜନୀତିରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି, କିନ୍ତୁ ଭାଜପାକୁ ଜିତାଇବା ପାଇଁ ମୋର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ କାର୍ଯ୍ୟ କରିବି। ମୋର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଭାଜପାକୁ ପୁଣି କ୍ଷମତାକୁ ଆଣିବା ଏବଂ ମୁଁ ନିଶ୍ଚିତ ଯେ ଏହା ଘଟିବ। ସୂଚନାଯୋଗ୍ୟ, ଆଜି କର୍ନାଟକ ବିଧାନସଭାର ବଜେଟ ଅଧିବେଶନର ଶେଷ ଦିନ ଥିଲା।

Share