Categories: ଜାତୀୟ

ୟେଦୁରପ୍ପା ଦେଲେ ଇସ୍ତଫା…

ବେଙ୍ଗାଲୁରୁ,୨୬।୭: କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ଇସ୍ତଫା ଦେଇଛନ୍ତି। ସୋମବାର ରାଜ୍ୟରେ ଭାଜପା ସରକାର ୨ ବର୍ଷ ପୂରଣ କରିଥିବାବେଳେ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି। ତାଙ୍କ ଇସ୍ତଫାକୁ ନେଇ ରାଜ୍ୟର ରାଜନୀତି ସରଗରମ ହେବାରେ ଲାଗିଥିଲା। ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମୟରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଓହରିଥିବା ସମ୍ପର୍କରେ ସୂଚନା ଦେଇଛନ୍ତି। ଇସ୍ତଫା ଦେବା ପରେ ସେ କହିଛନ୍ତି ଯେ, ରାଜ୍ୟର ଲୋକଙ୍କ ପାଇଁ ବହୁ କାମ କରିବାକୁ ବାକି ରହିଛି। ରାଜନୈତିକ ଜୀବନରେ ତାଙ୍କୁ ସବୁବେଳେ ଅଗ୍ନିପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିଥିବା ସେ ଇସ୍ତଫା ଘୋଷଣା ପରେ ଭାବୁକ ହୋଇ କହିଛନ୍ତି। ମଧ୍ୟାହ୍ନ ଭୋଜନ ପରେ ସେ ରାଜ୍ୟପାଳ ଥାଓ୍ବାର ଚାନ୍ଦ ଗେହଲଟଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଥିବାବେଳେ ରାଜ୍ୟପାଳ ଇସ୍ତଫାପତ୍ରକୁ ଗ୍ରହଣ କରିନେଇଛନ୍ତି। ୟେଦୁରପ୍ପାଙ୍କ ଇସ୍ତଫା ପରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା କର୍ନାଟକ ପ୍ରଭାରୀ ଅରୁଣ ସିଂଙ୍କ ସହିତ ଆଲୋଚନା କରିଛନ୍ତି।

Share