Categories: ଜାତୀୟ

ଅଡୁଆରେ ୟେଦୁରପ୍ପା, ଦୁର୍ନୀତି ଅଭିଯୋଗରେ ମାମଲା ରୁଜୁ କଲେ ଲୋକାୟୁକ୍ତ…

ବେଙ୍ଗାଲୁରୁ, ୧୮।୯ : କର୍ନାଟକର ଲୋକାୟୁକ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁରପ୍ପା ଏବଂ ତାଙ୍କ ପରିବାରର ଅନେକ ସଦସ୍ୟଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ କରିଛି। ଏକ ସ୍ବତନ୍ତ୍ର ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ଲୋକାୟୁକ୍ତ ସ୍‌ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପୁଅ ଏଫ ବିଜୟେନ୍ଦ୍ର, ତାଙ୍କ ନାତି ତଥା ତତ୍କାଳୀନ ବିଡିଏ କମିଶନରଙ୍କ ସମେତ ୟେଦୁରପ୍ପା ଙ୍କ ପରିବାର ଅନ୍ୟ ସଦସ୍ୟଙ୍କ ନାମ ଏହି ଏଫଆଇଆରରେ ଅନ୍ତର୍ଭୁକ୍ତ ହୋଇଛି।

ତତ୍କାଳୀନ ମୁଖ୍ୟମନ୍ତ୍ରୀ ବେଙ୍ଗାଲୁରୁ ବିକାଶ ପ୍ରାଧିକରଣକୁ ଚୁକ୍ତିନାମା ପ୍ରଦାନ ବଦଳରେ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି। କର୍ନାଟକ ହାଇକୋର୍ଟ ଦୁର୍ନୀତି ମାମଲାର ଶୁଣାଣି କରି ସେପ୍ଟେମ୍ବର ୭ରେ ଶୁଣାଣି କରିବାର ଏକ ସପ୍ତାହ ପରେ ଏହି ନିର୍ଦ୍ଦେଶ ଆସିଛି।

ୟେଦୁରପ୍ପା ଏହି ପ୍ରସଙ୍ଗରେ କହିଛନ୍ତି ଯେ ନ୍ୟାୟପାଳିକା ଉପରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି। ଏହି ଘଟଣାରେ ଅନ୍ୟ ଅଭିଯୁକ୍ତ ତାଙ୍କ ପୁଅ ଭାଜପା ରାଜ୍ୟ ଉପାଧ୍ୟକ୍ଷ ବିଏ ବିଜୟେନ୍ଦ୍ର, ନାତି ଶଶିଧର ମାରାଡି, ଜ୍ୱାଇଁ ସଞ୍ଜୟ ଶ୍ରୀ, ବ୍ୟବସାୟୀ ଚନ୍ଦ୍ରକାନ୍ତ ରାମଲିଙ୍ଗମ, ବିଧାୟକ ତଥା ବିଡିଏର ପୂର୍ବତନ ସଭାପତି ଏସ.ଟି ସୋମାଶଙ୍କର, ଆଇଏଏସ ଜିସି ପ୍ରକାଶ, କେ ରବି ଏବଂ ବିରୁପକ୍ଷପ୍ପାଙ୍କ ନାମ ରହିଛି।

Share