Categories: ଜାତୀୟ

ସିଦ୍ଧାରମୈୟାଙ୍କ ବିରୋଧରେ ଅଭିଯୋଗ ଆଣିଲେ ୟେଦୁରପ୍ପା…

ବେଙ୍ଗାଲୁରୁ, ୨୩।୮ : କର୍ନାଟକରେ ଭାଜପାର ବରିଷ୍ଠ ନେତା ବି.ଏସ୍‌. ୟେଦୁରପ୍ପା ମଙ୍ଗଳବାର ମହୀଶୁରରେ ସାବରକର ରଥାଯାତ୍ରାର ଶୁଭାରମ୍ଭ କରିଛନ୍ତି। ବିନାୟକ ଦାମୋଦର ସବରକରଙ୍କ ଚିନ୍ତାଧାରା ଏବଂ କାର୍ଯ୍ୟ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ରଥଯାତ୍ରାର ଉଦ୍ଦେଶ୍ୟ। ସବାରକର ଫାଉଣ୍ଡେଶନ ଦ୍ୱାରା ଆୟୋଜିତ ଏହି ରଥଯାତ୍ରା ଅଗଷ୍ଟ ୩୦ ପର୍ଯ୍ୟନ୍ତ ମହୀଶୂର, ମାଣ୍ଡ୍ୟ ଏବଂ ଚାମରାଜନଗର ଆଦି ଜିଲାରେ ଯାତ୍ରା କରିବ। ଏହି ଅବସରରେ ୟେଦୁରପ୍ପା ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ସିଦ୍ଧାରମୈୟାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ମହୀଶୂର ସିଦ୍ଧାରମୈୟାଙ୍କ ଘରୋଇ ଜନପଦ। ଏହା ସହିତ ସିଦ୍ଧାରମୈୟା ସାବରକରଙ୍କର ଜଣେ ଦୃଢ଼ ସମାଲୋଚକ।

ୟେଦୁରପ୍ପା କହିଛନ୍ତି ସାବରକର ଜଣେ ମହାନ ସ୍ବାଧୀନତା ସଂଗ୍ରାମୀ ଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କୁ ବୀର ଭାବେ ସମ୍ବୋଧନ କରିଥିଲେ। ମାତ୍ର କର୍ନାଟକରେ ତାଙ୍କ ବିରୋଧରେ ମିଥ୍ୟା ପ୍ରଚାର କରାଯାଉଛି। ରାଜନୀତି ପାଇଁ ତାଙ୍କୁ ବଦନାମ କରାଯାଉଥିବା ଅତ୍ୟନ୍ତ ଦୁଃଖର କଥା ବୋଲି ୟେଦୁରପ୍ପା କହିଛନ୍ତି।

Share